ଏଥର ନଭେମ୍ବରରେ ବର୍ଷା ଅଧିକ ଶୀତ କମ; ପାଣିପାଗ ବିଜ୍ଞାନ କେନ୍ଦ୍ର

ଉତ୍ତର ପୂର୍ବ ମୌସୁମୀ ସକ୍ରିୟ ରହିବା ସହ ପୂର୍ବା ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ଆସୁଛି । ଯାହା ତାପମାତ୍ରା ବୃଦ୍ଧି କରାଉଛି। ଫଳରେ ଶୀତ କମ ଅନୁଭୂତ ହେବ ।

ଏଥର ନଭେମ୍ବରରେ ବର୍ଷା ଅଧିକ ଶୀତ କମ; ପାଣିପାଗ ବିଜ୍ଞାନ କେନ୍ଦ୍ର

ଏଥର ନଭେମ୍ବରରେ ବର୍ଷା ଅଧିକ ଶୀତ କମ; ପାଣିପାଗ ବିଜ୍ଞାନ କେନ୍ଦ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଏଥର ନଭେମ୍ବର ମାସରେ କମ ହେବ ଶୀତ । ଏ ମାସରେ ନା ତାପମାତ୍ରା ବିଶେଷ ହ୍ରାସ ପାଇବ ନା ଅନୁଭୂତ ହେବ ଅଧିକ ଶୀତ । ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଫଳରେ କୋହଲା ପାଗ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବ । ଏହି କାରଣରୁ ଶୀତ କମ ଅନୁଭୂତ ହେବ । ରାଜ୍ୟକୁ ପୂର୍ବା ବାୟୁ ପ୍ରବେଶ କରୁଥିବାରୁ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଆଗକୁ ବି ଶୀତ ଅଧିକ ଅନୁଭୂତ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ନଭେମ୍ବର ମାସରେ ସାଧାରଣତଃ ଅଧିକ ଶୀତ ଅନୁଭୂତ ହୁଏ । ହେଲେ ଏଥର ନଭେମ୍ବର ମାସରେ ଶୀତ ହେବନାହିଁ । ରାତିର ତାପମାତ୍ରା ବିଶେଷ କମିବ ନାହିଁ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । କାରଣ ବଙ୍ଗୋପସାଗରରେ ଆସୁଛି ଗୋଟିଏ ପରେ ଗୋଟିଏ ସିଷ୍ଟମ । ଫଳରେ ରାଜ୍ୟରେ ଏହାର ପ୍ରଭାବରେ ବର୍ଷା ବିଶେଷ ନହେଲେ ମଧ୍ୟ କୋହଲା ପାଗ ଯୋଗୁଁ ତାପମାତ୍ରା ହ୍ରାସ ପାଇବ ନାହିଁ। ଏଣୁ ଶୀତ ପଡିବ ନାହିଁ । ଉତ୍ତର ପୂର୍ବ ମୌସୁମୀ ବାୟୁ ଆସିବା ପରେ ଏବେ ସକ୍ରିୟ ରହିଛି । ଶ୍ରୀଲଙ୍କା ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି ଯାହାର ପ୍ରଭାବରେ ଉତ୍ତର ଭାରତରେ ଆଗାମୀ ୩୬ ଘଣ୍ଟା ବର୍ଷା ରହିବ । ଏହା ସହ ଆଗକୁ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ଆସିବ ଯାହା ଫଳରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଉପକୂଳରେ ବର୍ଷା ରହିବ । ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହୁଛି । ଏଣୁ ପୂର୍ବା ବାୟୁ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ବର୍ଷା ନ ହେଲେ ବି କୋହଲା ପାଗ ଯୋଗୁଁ ଶୀତ ହେବନାହିଁ । ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ଦ୍ଵିତୀୟ ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ଅନ୍ୟପଟେ, ଗତ ୨ ଦିନ ହେବ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବେଶ ହ୍ରାସ ପାଇଥିଲା । ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବାବେଳେ ୪ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା । ହେଲେ ଗତକାଲି ହଠାତ ବଢିଛି ତାପମାତ୍ରା । ବଙ୍ଗୋପସାଗରରେ ପୂର୍ବ ଦିଗରୁ ଜଳିୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବାହିତ ହେଉଛି। ଫଳରେ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ରହିଥିବାବେଳେ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଗତକାଲି କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟ ସବୁ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିଲା । ଆଗାମୀ ୨ ଦିନରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସମସ୍ତ ଜିଲାରେ ପାଗ ଶୁଖିଲା ରହିଲେ ମଧ୍ୟ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ କି ଅଧିକ ଶୀତ ଅନୁଭୂତ ହେବନାହିଁ । ଏହାପରେ ପୂର୍ବା ବାୟୁ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇବ । ଫଳରେ ଏତେଟା ଶୀତ ଅନୁଭୂତ ହେବନାହିଁ।

ଗତ ୨୪ ଘଣ୍ଟାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ୧୪.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହାସହ କୋରାପୁଟ ସିମିଲଗୁଡ଼ାରେ ୧୫ ଡିଗ୍ରୀ, ଦାରିଙ୍ଗବାଡି ଓ ସୋନପୁରରେ ରାତିର ତାପମାତ୍ରା ୧୬ ଡିଗ୍ରୀ ରହିଥିଲା ।
Published by:Soubhagya Mishra
First published: