ସହରୀ ଲୋକଙ୍କ ଦୀର୍ଘ ଦିନର ଚିନ୍ତା ଗଲା; ଏଥର ଲିଜ୍ ଜମି ନିଜ ନାଁରେ କରିପାରିବେ ସମସ୍ତେ

ଦୀର୍ଘ ଦିନର ଟେନସନରୁ ମୁକ୍ତି। ଲିଜ ହୋଲଡ଼ରୁ ଫ୍ରି ହୋଲଡ଼ ହେବ ଜମି। ଲିଜ ହୋଲଡ଼ରେ ଲୋକଙ୍କୁ ଜମି ଦିଆଯାଇଛି। ଲିଜ ହୋଲଡ଼ ଦ୍ୱାରା ଏବେ ସେମାନଙ୍କର ସ୍ଥାୟୀ ଓ ହେରିଟେବଲ ରାଇଟ ଅଛି।

ଏଥର ଲିଜ୍ ଜମି ନିଜ ନାଁରେ କରିପାରିବେ ସମସ୍ତେ

ଏଥର ଲିଜ୍ ଜମି ନିଜ ନାଁରେ କରିପାରିବେ ସମସ୍ତେ

  • Share this:
News18 Odia Digital

ଭୁବନେଶ୍ବର: ପୂର୍ବରୁ ଲିଜ ହୋଲଡ଼ ଆକାରରେ ଲୋକେ ସ୍ଥାୟୀ ଓ ହେରିଟେବଲ ରାଇଟ ସୁବିଧା ପାଉଥିବା ବେଳେ ଏବେ ଫ୍ରି ହୋଲଡ଼ ଆକାରରେ ତୃତୀୟ ପକ୍ଷକୁ ବିକ୍ରି କରିବା କିମ୍ବା ବ୍ୟାଙ୍କ ଋଣ ପାଇଁ ଆଉ ଅନୁମତି ଆବଶ୍ୟକ ପଡ଼ିବନି। ନଗର ଉନ୍ନୟନ ମନ୍ତ୍ରୀ ଏ ନେଇ ସୂଚନା ଦେଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ଏ ନେଇ ମୋଡାଲିଟିଜ ପ୍ରସ୍ତୁତ କରୁଥିବା ବିଡିଏ ପକ୍ଷରୁ କୁହାଯାଇଛି।

ସହରୀ ଲୋକଙ୍କ ଚିନ୍ତା ଗଲା। ବିଭିନ୍ନ ସ୍କିମରେ ଲୋକେ ଜମି ଓ ଘର ନେଇଥିଲେ ଏଥର ମାଲିକାନା ସେମାନଙ୍କ ନାଁରେ ହୋଇଯିବ। ଆଗରୁ ଲିଜ ହୋଲଡ଼ ଆକାରରେ ଲୋକେ ସ୍ଥାୟୀ ଓ ହେରିଟେବଲ ରାଇଟ ସୁବିଧା ପାଉଥିବା ବେଳେ ଏବେ ଫ୍ରି ହୋଲଡ଼ ଆକାରରେ ତୃତୀୟ ପକ୍ଷକୁ ବିକ୍ରି କରିବା କିମ୍ବା ବ୍ୟାଙ୍କ ଋଣ ପାଇଁ ଆଉ ଅନୁମତି ଆବଶ୍ୟକ ପଡ଼ିବନି। ନଗର ଉନ୍ନୟନ ମନ୍ତ୍ରୀ ଏ ନେଇ ସୂଚନା ଦେଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ଏ ନେଇ ମୋଡାଲିଟିଜ ପ୍ରସ୍ତୁତ କରୁଥିବା ବିଡିଏ ପକ୍ଷରୁ କୁହାଯାଇଛି।

ଦୀର୍ଘ ଦିନର ଟେନସନରୁ ମୁକ୍ତି। ଲିଜ ହୋଲଡ଼ରୁ ଫ୍ରି ହୋଲଡ଼ ହେବ ଜମି। ଲିଜ ହୋଲଡ଼ରେ ଲୋକଙ୍କୁ ଜମି ଦିଆଯାଇଛି। ଲିଜ ହୋଲଡ଼ ଦ୍ୱାରା ଏବେ ସେମାନଙ୍କର ସ୍ଥାୟୀ ଓ ହେରିଟେବଲ ରାଇଟ ଅଛି। ଫ୍ରି ହୋଲଡ଼ ହେଲେ ତୃତୀୟ ପକ୍ଷକୁ ବିକିବାକୁ କିମ୍ବା ବ୍ୟାଙ୍କ ଋଣ ପାଇଁ ଆଉ ଅନୁମତି ଆବଶ୍ୟକ ପଡ଼ିବନି। ସହରାଞ୍ଚଳରେ ଜମି କିଣାବିକା ସହଜ ହେବ। ରାଜ୍ୟ ସରକାର ସମସ୍ତ ଲିଜ ଓ ଆବଣ୍ଟିତ ଜମିଗୁଡିକୁ ଖୁବ୍ ଶୀଘ୍ର ଫ୍ରି ହୋଲଡ଼ କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହା ଦ୍ବାରା ବିଭିନ୍ନ ସହରାଞ୍ଚଳରେ ଥିବା ହାଉସ ହୋଲଡ଼ ଜମିଗୁଡିକ କିଣାବିକା ଓ ବ୍ୟବହାରରେ ସରଳିକରଣ ହେବ।ପ୍ରଥମ ପର୍ଯ୍ୟାୟରେ କଟକ,ଭୁବନେଶ୍ୱର,ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ରେ ଏହା କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଫ୍ରି ହୋଲଡ଼ ହେବା ଦ୍ୱାରା ଜମି ଚିରସ୍ଥାୟୀ ବନ୍ଦୋବସ୍ତ ଭଳି ହୋଇଯିବ। ସାଧାରଣ ପ୍ରଶାସନ ବିଭାଗ ଏ ନେଇ ମୋଡାଲିଟି ଫିକ୍ସ କରିବା ଆରମ୍ଭ କରିଛି। ଲୋକଙ୍କୁ ପୂର୍ଣ ପ୍ରିମିୟମ ନୁହେଁ ବରଂ ନୋମିନାଲ ଚାର୍ଜ ଦେବାକୁ ପଡ଼ିବ। ଏହା ସିଆଇଡିଏଫ ଫଣ୍ଡରେ ରହି ଉନ୍ନୟନମୂଳକ କାର୍ଯ୍ୟରେ ଖର୍ଚ୍ଚ ହେବାର ଯୋଜନା ରହିଛି ବୋଲି ସୂଚନା ଦେଲେ ବିଡିଏ ସଚିବ କବିନ୍ଦ୍ର ସାହୁ।

ସହରାଞ୍ଚଳରେ ଜମି କିଣାବିକା ହେବ ସହଜ । ରାଜ୍ୟ ସରକାର ସମସ୍ତ ଲିଜ୍‌ ଜମିକୁ ଫ୍ରି ହୋଲଡ୍‌ କରିବେ । ବର୍ତ୍ତମାନ ସ୍ଥିତିରେ ଲିଜ୍ ଜମିରେ ଜମି ମାଲିକଙ୍କୁ କେବଳ ହେରିଟେବୁଲ ରାଇଟ୍ସ ଦିଆଯାଇଛି । ଅର୍ଥାତ୍ ଲିଜ୍‌ଧାରୀ କେବଳ ତାଙ୍କ ଉତ୍ତରାଧିକାରୀଙ୍କୁ ଜମି ଟ୍ରାନ୍ସଫର କରିପାରିବେ । କିନ୍ତୁ ବିକ୍ରି କରିପାରିବେ ନାହିଁ । ଫ୍ରି ହୋଲଡ ହେବା ପରେ ଲିଜ୍‌ଧାରୀଙ୍କ ଜମି ସ୍ଥିତିବାନ ଜମିରେ ପରିଣତ ହେବ । ଏହାଦ୍ୱାରା ସତ୍ତ୍ୱାଧିକାରୀ ଜମି ବିକ୍ରି କରିପାରିବେ । ଏଥିପାଇଁ ତାଙ୍କୁ ଆଉ ବିଡିଏର ଅନୁମତି ନେବାକୁ ପଡିବନାହିଁ । ଏବେ ଲିଜ୍ ଜମିର ବିକ୍ରି ଖରିଦ୍ ପାଇଁ ବିଡିଏର ଅନୁମତି ନେବାକୁ ପଡୁଛି । ଏଥି ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯିବ । ଫ୍ରି ହୋଲଡ ପାଇଁ ଜମି ମାଲିକଙ୍କଠାରୁ ନଗନ୍ୟ ଦେୟ ଆଦାୟ କରାଯିବ । ଏହି ଅର୍ଥ ସହରାଞ୍ଚଳର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯିବ

ଗତ କିଛି ଦିନ ତଳେ ହାଉସିଂ ବୋର୍ଡ ପକ୍ଷରୁ ଲୋକଙ୍କୁ ଲିଜ ଡିଡ଼ ବଣ୍ଟନ କରାଯାଇଥିଲା। ଏବେ ଲିଜ ହୋଲଡ଼ କୁ ଫ୍ରି ହୋଲଡ଼ କରିବାର ନିଷ୍ପତ୍ତିକୁ ଲୋକେ ସ୍ୱାଗତ କରିଛନ୍ତି।
Published by:Lipina Das
First published:
)}