ସିନେମା କାହାଣୀଠୁ କମ ନୁହେଁ ଏ ସମ୍ପର୍କ; ବିରାଟ ଶୋଭାଯାତ୍ରାରେ କୁକୁରର ଶବସତ୍କାର

ଅଞ୍ଜଳିର ମୃତ୍ୟୁ ପରେ ଘରେ ଯେଭଳି କାନ୍ଦ ବୋବାଳି ପଡିଥିଲା ତାହାକୁ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ କି ଗୋଟେ କୁକୁରର ମୃତ୍ୟୁ ହୋଇଛି । ପରିବାର ସଦସ୍ୟଙ୍କ ଭଳି ଅଞ୍ଜଳିକୁ ହଳଦି ପାଣିରେ ଗାଧୋଇବା ସହ ବିରାଟ ପଟୁଆରରେ ନିଆ ଯାଇ ସତ୍କାର କରାଯାଇଥିଲା ।

ସିନେମା କାହାଣୀଠୁ କମ ନୁହେଁ ଏ ସମ୍ପର୍କ; ବିରାଟ ଶୋଭାଯାତ୍ରାରେ କୁକୁରର ଶବସତ୍କାର

ସିନେମା କାହାଣୀଠୁ କମ ନୁହେଁ ଏ ସମ୍ପର୍କ; ବିରାଟ ଶୋଭାଯାତ୍ରାରେ କୁକୁରର ଶବସତ୍କାର

  • Share this:
News 18 Odia Digital

ଗଜପତି; ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷକୁ ସାହାର୍ଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି । ରାଜ୍ୟର ଅନେକ ଖବର ପୂର୍ବରୁ ଆପଣଙ୍କୁ ବିଚଳିତ ମଧ୍ୟ କରିଛି । କିନ୍ତୁ ଏଭଳି ସ୍ଥିତିରେ ପାରଳାଖେମୁଣ୍ଡିର ଏମିତି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ ପଶୁ ପ୍ରେମ ବର୍ତ୍ତମାନ ଚର୍ଚ୍ଚ।ର ବିଷୟ ହୋଇଛି । ସେ ଅନେକ କୁକୁରଙ୍କୁ ପାଳିଥିବା ବେଳେ ସୋମବାର ସକାଳୁ ଅଞ୍ଜଳି ନାମକ ଏକ କୁକୁରର ମୃତ୍ୟୁ ହୋଇଛି । ଏହା ଜାଣିବା ପରେ ଟୁନୁଙ୍କୁ ପାଦ ତଳୁ ମାଟି ଖସିଯିବା ପରି ଅନୁଭବ ହୋଇଥିଲା । ତେବେ ଦୀର୍ଘ ୧୬ ବର୍ଷ ହେଲା ନିଜ ପିଲା ଭଳି ପାଳିଥିବା ଅଞ୍ଜଳିକୁ ବିରାଟ ଶୋଭାଯାତ୍ରାରେ ନେଇ ସତ୍କାର କରିଥିଲେ ଟୁନୁ ଗୌଡ। ଏଥିରେ ସହରର ଅନେକ ଲୋକ ବି ସାମିଲ ହୋଇଥିଲେ ।



ପାରଳାଖେମୁଣ୍ଡିର ଟୁନୁ ଗୌଡ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ଦେହାନ୍ତ ପରେ ବିଭିନ୍ନ ଦୋକାନରେ କାମ କରି ନିଜ ପରିବାରର ପ୍ରତିପୋଷଣ କରୁଥିଲେ । ଏହି ସମୟରେ ଦେଖା ହୋଇଥିଲା ଏକ କୁନି କୁକୁର ସହ । କୁକୁର ପ୍ରେମରେ ପଡି ଟୁନୁ ତାକୁ ନିଜ ଘରକୁ ଆଣି ପୋଷିଥିଲେ । ଶ୍ରଦ୍ଧାରେ ତା ନାଁ ଦେଇଥିଲେ ଅଞ୍ଜଳି । ସେହିଦିନ ଠାରୁ ନିଜ ପରିବାରର ସଦସ୍ୟ ଭଳି ରହିଥିଲା ଅଞ୍ଜଳି । ଏହାପରଠୁ ଟୁନୁଙ୍କ ବ୍ୟବସାୟ ବୃଦ୍ଧି ହେବା ସହ ଜୀବନରେ ଅନେକ ଉନ୍ନତୀ ହୋଇଥିଲା । ଏପରିକି ଟୁନୁ ନିଜର ଗୋଟିଏ ଘର କରିବା ସହ ଜଣେ ପ୍ରତିଷ୍ଠିତ ଲୋକଙ୍କ ଭଳି ଜୀବନ ଅତିବାହିତ କରିବାକୁ ଲାଗିଲେ । ଏହାରି ଭିତରେ ସେ ଅନେକ କୁକୁରଙ୍କୁ ପାଳିଛନ୍ତି । ହେଲେ ଅଞ୍ଜଳି ତାଙ୍କ ଜୀବନରେ ଆସିବା ପରେ ହିଁ ତାଙ୍କର ଏହି ଉନ୍ନତି ହୋଇଥିବା ଟୁନୁଙ୍କ ବିଶ୍ୱାସ ।

ଅଞ୍ଜଳିର ମୃତ୍ୟୁ ପରେ ଘରେ ଯେଭଳି କାନ୍ଦ ବୋବାଳି ପଡିଥିଲା ତାହାକୁ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ କି ଗୋଟେ କୁକୁରର ମୃତ୍ୟୁ ହୋଇଛି । ପରିବାର ସଦସ୍ୟଙ୍କ ଭଳି ଅଞ୍ଜଳିକୁ ହଳଦି ପାଣିରେ ଗାଧୋଇବା ସହ ବିରାଟ ପଟୁଆରରେ ନିଆ ଯାଇ ସତ୍କାର କରାଯାଇଥିଲା । ଏକ ସୁସଜ୍ଜିତ ଗାଡିରେ ଅଞ୍ଜଳିର ମୃତଦେହକୁ ଶୋଭାଯାତ୍ରାରେ ନିଆଯାଇଥିବା ବେଳେ ବାଜା ବଜାଇବା ସହ,ବାଣ ଫୁଟାଇଥିଲେ ଟୁନୁ । ଅଞ୍ଜଳିକୁ ଛାଡି ଆଜି ପର୍ଯ୍ୟନ୍ତ ମୁଁ ବାହାରକୁ କୁଆଡେ ଯାଇନି । ତାକୁ ସାଥିରେ ଧରି ସହରରେ ଅନ୍ୟ କୁକୁରଙ୍କୁ ବୁଲି ବୁଲି ଖାଇବାକୁ ମଧ୍ୟ ଦେଉଥିଲି  । ଏବେ ମୋ ଜୀବନରେ କଣ ଅଘଟଣ ଘଟିବ କହି ହେବ ନାହିଁ  । ସେ ମୋଁ ପାଇଁ ଶୁଭ ଥିଲା  । ମଣିଷ ମରିଲା ପରେ ଯେମିତି କାର୍ଯ୍ୟ କରାଯାଏ ସେମତି ହିଁ  ଅଞ୍ଜଳିର ଦଶାହ କାର୍ଯ୍ୟ କରିବି ବୋଲି" ଅଞ୍ଜଳିର ସେବା କରୁଥିବା ଟୁନୁ ଗୌଡ କହିଛନ୍ତି  ।

"ପଶୁ ପ୍ରେମକୁ ନେଇ ଟୁନୁ ପାରଳାଖେମୁଣ୍ଡି ସହରରେ ବେଶ ଚର୍ଚ୍ଚିତ। ତେଣୁ ତାଙ୍କୁ ଅନେକ ଲୋକ ଭଲପାଆନ୍ତି । ତେଣୁ ଆଜି ଅଞ୍ଜଳି ଶବ ଶୋଭାଯାତ୍ରାରେ ସେମାନେ ସାମିଲ ହୋଇ ଶେଷ ଦର୍ଶନ କରିବା ସହ ବିଦାୟ ଜଣାଇଥିଲେ । ଆଜିକା ସମାଜରେ ଲୋକେ ନିଜ ବା ମା’ଙ୍କୁ ପଚାରୁନଥିବା ବେଳେ ଏଭଳି କେତେଜଣ ଅଛନ୍ତି ଯେଉମାନେ କୁକୁରକୁ ଭଲ ପାଆନ୍ତି ଏବଂ ଏଭଳି ସମ୍ମାନ ଦିଅନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେଣୁ ଏଭଳି ଜଣେ ପଶୁ ପ୍ରେମୀଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସହ ଅଞ୍ଜଳି ତାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଥିଲା । ତେଣୁ ତାଙ୍କୁ ହରାଇ ଟୁନୁ ବେଶ୍ ଭାଙ୍ଗି ପଡିଛି" ବୋଲି କହଛନ୍ତି ସହରର ଜଣେ ସ୍ୱେଚ୍ଛାସେବୀ ଜମିଦାର ପଟ୍ଟନାୟକ । ଏଭଳି ଜଣେ ପଶୁ ପ୍ରେମୀ ଯିଏ ପୋଷା କୁକୁରକୁ ନିଜ ପରିବାର ସଦସ୍ୟ ଭଳି ଶବ ସତ୍କାର କରିଛନ୍ତି ତାହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ।
Published by:Soubhagya Mishra
First published: