News18 Odia Digital
ନୂଆ ଦିଲ୍ଲୀ: ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ମୁଦ୍ରା ଓ ନୋଟ୍ ସଂଗ୍ରହ କରି ରଖିବାକୁ ଭଲପାଆନ୍ତି । ଏହି ଶଉକ ଯେ ଦିନେ ଆପଣଙ୍କୁ ଲକ୍ଷପତି ଓ କୋଟିପତି କରିଦେବ ତାହା ଆପଣ ଭାବି ନ ଥିବେ । ନୋଟ୍ ଓ ମୁଦ୍ରା ଯେତେ ପୁରୁଣା ହୁଏ ସେଗୁଡ଼ିକର ମୂଲ୍ୟ ବଢ଼ିବାରେ ଲାଗିଥାଏ ।
କେତେକ ୱେବସାଇଟ୍ ପୁରୁଣା ୧ଟଙ୍କାର ନୋଟ୍ କିମ୍ବା ମୁଦ୍ରା କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । ଯଦି ଆପଣ ମୁଦ୍ରା ବା ନୋଟ୍ ସଂଗ୍ରହ କରିବାର ଶଉକ ରଖୁଛନ୍ତି ତେବେ ସେହି ହବି ଆପଣଙ୍କୁ କିଛି ବର୍ଷ ପରେ କୋଟିପତି କରିଦେବ ।
ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestleର ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା
ଏବେ ଭାରତରେ ଛପାଯାଇଥିବା ଏମିତି ଏକ ନୋଟ୍ ଖୋଜା ଚାଲିଛି । ଏହି ୧ ଟଙ୍କିଆ ନୋଟର ମୁଦ୍ରଣ ବ୍ରିଟିଶ୍ ଯୁଗରେ କରାଯାଇଥିଲା, ଅର୍ଥାତ୍ ୧୯୩୫ ମସିହାରେ ହୋଇଥିଲା ।ଏହି ନୋଟରେ କିଙ୍ଗ୍ ଜର୍ଜ ପଞ୍ଚମଙ୍କ ଫଟୋ ଓ ଜେ.ଡବ୍ଲୁ. କେଲିଙ୍କ ଦସ୍ତଖତ ରହିଛି । ଏହାର ମୂଲ୍ୟ ଏବେ ୪୦,୦୦୦ ଟଙ୍କା ।କଳ୍ପନା କରନ୍ତୁ ଯଦି ଆପଣଙ୍କ ପାଖରେ ଏମିତି ଦୁଇ ତିନୋଟି ନୋଟ୍ ଅଛି, ତେବେ ଆପଣ ରାତାରାତି କୋଟିପତି ହୋଇଯିବେ । ଏଥି ପାଇଁ କେବଳ ଆପଣଙ୍କୁ ସେହି ନୋଟ୍ ବୀ ମୁଦ୍ରା ସଂଗ୍ରହ କରି ରଖିବାକୁ ପଡି଼ବ ।ସେଥି ପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେ
ଯଦି ଆପଣ ଭବିଷ୍ୟତରେ ଏମିତି କିଛି ପାର୍ଶ୍ୱ ଆୟ (ସାଇଡ୍ ଇନକମ୍) କରିବାକୁ ଚାହୁଁଛନ୍ତି, ତାହେଲେ ଆଜିଠୁ ଗୋଟିଏ ଜାଗାରେ ବିରଳ ନୋଟ୍ ଓ ମୁଦ୍ରା ସଂଗ୍ରହ କରିବା ଆରମ୍ଭ କରନ୍ତୁ ।ଦେଶରେ ଓ ବିଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ବିରଳ ଭାରତୀୟ ନୋଟ୍ ମୁଦ୍ରା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି ।
ଏହା ବି ପଢ଼ନ୍ତୁ | ୬ ମାସ ଜେଲ୍ରେ ରହିବା ପରେ ମୁକୁଳିଲେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ; ମୁହଁରେ ହସ ନ ଥିଲା
ସେହିଭଳି ୧୯୪୩ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ସି.ଡି. ଦେଶମୁଖଙ୍କ ଦ୍ୱାରା ସ୍ୱାକ୍ଷରିତ ୧୦ ଟଙ୍କିଆ ନୋଟ୍ ପାଇଁ ଲୋକେ ଏବେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ଯଦି ଆପଣଙ୍କ ପାଖରେ ଏମିତି ଦୁଇଟି ନୋଟ୍ ଅଛି, ତେବେ ଆପଣଙ୍କୁ ଲକ୍ଷପତି ହେବାରୁ କେହି ଅଟକାଇ ପାରିବେ ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ ।’’
ଇବେଏ (Ebay), କଇନ୍ ବାଜାର୍, ଇଣ୍ଡିଆନ୍ ଓଲ୍ଡ କଏନ୍ ଓ କ୍ଲିକ୍ ଇଣ୍ଡିଆ ପରି ୱେବସାଇଟରେ ଲୋକେ ଏହି ନୋଟ୍ ସବୁ ଖୋଜୁଛନ୍ତି ।ଏହି ପରି ନୋଟ୍ ଓ ମୁଦ୍ରାର ବିଡିଂ (ନିଲାମ) ବି ସେଠାରେ କରାଯାଇଥାଏ । ନିଲାମ ହେଲେ ତ ସେହି ମୁଦ୍ରା ଓ ନୋଟଗୁଡ଼ିକର ଦାମ୍ ଆହୁରି ବଢ଼ିଯାଇପାରେ । ଅର୍ଥାତ ଆପଣଙ୍କୁ ଅଧିକ ଙ୍କା ମିଳିବାର ସମ୍ଭାବନା ଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା
କେମିତି ବିକିବେ
କ୍ଲିକ୍ ଇଣ୍ଡିଆ ୱେବସାଇଟଗୁ ଗଲେ ଆପଣ ଏହି ନୋଟ୍ ବା ମୁଦ୍ରାକୁ ହ୍ୱାଟସଆପରେ ସିଧାସଳଖ ବିକ୍ରୟ କରିବାକୁ ଏକ ଲିଙ୍କ୍ ପାଇବେ ।ଏହି ୱେବସାଇଟରେ ଆପଣ ବିକ୍ରେତା ଭାବରେ ପଞ୍ଜୀକୃତ ହୋଇ ନିଜ ପାଖରେ ଥିବା ନୋଟ୍ ବିକ୍ରି କରିପାରିବେ
ଏହି ପ୍ରକାର ନୋଟ୍ ବା ମୁଦ୍ରା ବିକ୍ରୟ କରିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯାତ୍ରା କରିବାର ଆବଶ୍ୟକତା ନାହିଁ ।ଆପଣ ସିଧାସଳଖ ନିଜକୁ ବିକ୍ରେତା ଭାବରେ ପଞ୍ଜୀକୃତ କରନ୍ତୁ ଓ ତା’ପରେ ନିଜ ପାଖରେ ଥିବା ନୋଟର ଫଟୋ ଅପଲୋଡ୍ କରନ୍ତୁ ତା’ ପରେ ଲୋକେ ନିଜେ ଆପଣଙ୍କ ସହ ଯୋଗାଯୋଗ କରିବେ ।