News18 Odia Digital
ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ପାର୍ବଣ ସମୟରେ ଗାଇଡ଼ ଲାଇନ ଜାରି କରାଯାଇଛି। କେନ୍ଦ୍ର ସରକାର ପାର୍ବଣରେ କଟକଣା ଜାରି ରଖିବା ପାଇଁ ରାଜ୍ଯକୁ ନିର୍ଦ୍ଦେଶ ଦେବା ପରେ ନିଆଯାଇଛି ନିଷ୍ପତ୍ତି।
ସର୍ଭିଲେନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଦ୍ଵିତୀୟ ଲହର ପିକ ବେଳେ ୧୦ ହଜାର ଉପରେ ସଂକ୍ରମଣ ହେଉଥିଲା। ଆକଳନ ଅନୁସାରେ ତୃତୀୟ ଲହରରେ ପିକ ବଢ଼ିପାରେ ।
ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, “ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାଁନ୍ତି । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ ପରେ କୋଭିଡ଼ ହେବା ଯୋଗୁଁ ଅଧିକାଂଶ ଲୋକଙ୍କ ଦ୍ଵିତୀୟ ଡୋଜ ଟିକାରେ ବିଳମ୍ବ ହେଉଛି । ୫୦ ଲକ୍ଷ ଲୋକ ଦୁଇଟି ଡୋଜ ଟିକା ନେଇ ସାରିଛନ୍ତି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତ୍ତମାନ ଟିକାର ଅଭାବ ନାହିଁ । ସମସ୍ତଙ୍କୁ ଅନୁରୋଧ ସଠିକ ସମୟରେ ଟିକା ନିଅନ୍ତୁ ।“
ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି "ଆମେ କେରଳ ପାଖରୁ ଶିଖିବା କଥା କୌଣସି ପର୍ବାଣିରେ ଭିଡ଼ କରିବା ନାହିଁ। ତୄତୀୟ ଲହରର ଭୟ ଥିବାରୁ ଆସନ୍ତା ତିନି ଚାରି ମାସ ଯାଏଁ ପବ୍ଲିକ ଗ୍ୟାରେଣ୍ଟିକୁ ଭୁଲିଯିବାକୁ ପଡ଼ିବ। ପଲିଟିକାଲ, ରାଜନୈତିକ ଓ ଧାର୍ମିକ ସମାବେଶକୁ ଅନୁମତି ଦେବାକଥା ନୁହେଁ। ନାଇଟକର୍ଫ୍ୟୁକୁ ଜୋରଦାର କରାଯିବା ଦରକାର। ସପ୍ତାହିକ ସର୍ଟ ଡାଉନକୁ କୋହଳ କରିଲେ ଚଳିବ। ଛୁଆମାନଙ୍କ ସଂକ୍ରମଣ ସମ୍ଭାବନା ରହିଛି। ଡେଲଟା ଭାରିୟସକୁ ନେଇ ୟୁଏସରୁ ଭଲ ଡାଟା ଆସିଛି । ସେମାନେ କହିଛନ୍ତି ପ୍ରଥମେ ୧୦ ପ୍ରତିଶତ ପିଲା ଆକ୍ରାନ୍ତ ହେଉଥିଲେ। ଏବେ ଏହା ୨୪ ପ୍ରତିଶତ ବଢ଼ିଲାଣି। ତେବେ ଏତେ ସିଭିୟର ହେବ ନାହିଁ। ପ୍ରତି ୧୦ ହଜାର ପିଲାରେ ୫ ଜଣଙ୍କ ମୄତ୍ୟୁ ହେବାର ସମ୍ଭାବନା ଅଛି। ଆମକୁ ସତର୍କ ହେବାକୁ ପଡ଼ିବ। ଯେଉଁ ପିଲାଙ୍କ ଦେହରେ ବିଭିନ୍ନ ରୋଗ ଅଛି ଓ ମୋଟା ପିଲାଙ୍କ ମୄତ୍ୟୁ ସମ୍ଭାବନା ଅଧିକ। ସେମାନଙ୍କ ପାଇଁ ତାଙ୍କ ଅଭିଭାବକ ଅଧିକ ସତର୍କ ହେବାକୁ ପଡ଼ିବ। ଅଭିଭାବକ ଯେଉଁମାନେ ଆମେ ବାହରକୁ ଯାଉଛୁ ସେମାନେ ବି ସତର୍କ ରହିବାକୁ ପଡ଼ିବ। ପିଲାଙ୍କ ପାଇଁ ଟିକା ଆରମ୍ଭ ହୋଇନି କି ଔଷଧ ବି ସେମିତି ଆସିନି, ତେଣୁ ସତର୍କ ରହିବାକୁ ପଡ଼ିବ"।
ମୄତ୍ୟୁ ତଥ୍ୟକୁ ଦେଖିଲେ ୨୦୨୦ରେ କରୋନାରେ ୧୮୭୬ ଜଣଙ୍କ ମୄତ୍ୟୁ ହୋଇଥିବା ବେଲେ ୧୮ ବର୍ଷରୁ କମ ୧୩ ଜଣଙ୍କ ମୄତ୍ୟୁ ହୋଇଥିଲା। ୧୪୫୭ ଜଣ ପୁରୁଷଙ୍କ ମୃତ୍ଯୁ ହୋଇଥିବା ଵେଳେ ୪୧୯ ଜଣ ମହିଳାଙ୍କ ମୄତ୍ୟୁ ହୋଇଥିଲା। ୨୦୨୧ ଅଗଷ୍ଟ ୧୬ ସୁଧା ୫୧୪୫ଜଣଙ୍କ ମୄତ୍ୟୁ ହେଲାଣି। ୧୮ ବର୍ଷରୁ କମ ୨୩ ଜଣଙ୍କ ମୃତ୍ଯୁ ହେଲାଣି। ଠିକ ସେହିଭଳି ୩୫୫୭ ଜଣ ପୁରୁଷଙ୍କ ମୄତ୍ୟୁ ହୋଇଥିବା ବେଳେ ୧୫୮୭ ଜଣ ମହିଳାଙ୍କ ମୄତ୍ୟୁ ହେଲାଣି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।