ଏଣିକି ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଫି ଆଦାୟ କରିବେ; ୨ଟି ପାର୍କିଂ ଲଟ୍ ସେମାନଙ୍କୁ ଦିଆଗଲା

କିନ୍ନରମାନଙ୍କୁ ପାର୍କିଂ ଫି ଆଦାୟ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ସେମାନଙ୍କୁ ଦୁଇଟି ପାର୍କିଂ ଲଟରେ କାର୍ଯ୍ୟ କରିବା ପାଇଁ BMC ତରଫରୁ ଆପ୍ରୋନ୍ ଓ ମନି ବ୍ୟାଗ୍ ସାଙ୍ଗକୁ ସ୍ୱତନ୍ତ୍ର ଆଇ କାର୍ଡ଼ ଦିଆଯାଇଛି ।

ଏଣିକି ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଫି ଆଦାୟ କରିବେ; ୨ଟି ପାର୍କିଂ ଲଟ୍ ସେମାନଙ୍କୁ ଦିଆଗଲା
ଜାନୁଆରୀ ୨୧ ତାରିଖ ଠାରୁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ କିନ୍ନରମାନେ ପାର୍କିଂ ଫି କାଟିବେ ।
  • News18 Odia
  • Last Updated: January 21, 2021, 9:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଣିକି ସ୍ମାର୍ଟ ସିଟି ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଚାଲାଣ କାଟିବେ । ରାଜଧାନୀ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ କିନ୍ନର ସ୍ୱୟଂ ସହାୟତା ସମୂହ ‘ସ୍ୱୀକୃତି’କୁ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱର ରାଜମହଲ ଛକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଜାନୁଆରୀ ୨୧ ତାରିଖ ଠାରୁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ୧୭ ଜଣ କିନ୍ନରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ପ୍ରଥମେ ହୋଲଡିଂ ଟିକସ ଆଦାୟ କରିବା ପରେ ପାର୍କିଂ ଫି ଆଦାୟ କରିବାର ସୁଯୋଗ ପାଇ କିନ୍ନରମାନେ ବେଶ୍‌ ଖୁସି ହୋଇଛନ୍ତି । ଏଥି ପାଇଁ ବି.ଏମ୍‌.ସି. ତରଫରୁ ସେମାନଙ୍କୁ ମିଳିଛି ଅନୁମତି ।

ଦେଖନ୍ତୁ ଫଟୋ | ଅଭିନେତ୍ରୀ ଏଶା ଗୁପ୍ତାଙ୍କ ତାଜା ଫଟୋ ସବୁ ଦେଖି ତାଙ୍କ ପ୍ରଶଂସକମାନେ କହିଲେ, ‘‘ଓଃ ଓଃ!’’

ରାଜମହଲ ଛକ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଉଭୟ ବାଇକ୍‌ ଓ ଚାରିଚକିଆ ଯାନର ପାର୍କିଂ ଫି ଆଦାୟ କରିବେ କିନ୍ନରମାନେ । ଏଥି ପାଇଁ ଦୁଇଟି ପାର୍କିଂ ଲଟ କରାଯାଇଛି । ପ୍ରଥମଟି ରାଜମହଲ ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଓ ଦ୍ୱିତୀୟଟି ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀୟା ଛକ ପର୍ଯ୍ୟନ୍ତ । ଦୁଇ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏହି ପାର୍କିଂ ଲଟଗୁଡ଼ିକୁ କିନ୍ନରମାନଙ୍କୁ ଦିଆଯାଇଛି ।

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।


ପ୍ରାଥମିକ ପର୍ଯ୍ୟାୟରେ ୧୭ ଜଣ କିନ୍ନରଙ୍କୁ ପାର୍କିଂ ଫି ଆଦାୟ କରିବା ପାଇଁ ନିୟୋଜିତ କରାଯାଇଛି । ସମୁଦାୟ ୩୬ ଜଣ କିନ୍ନରଙ୍କୁ ପାର୍କିଂ ଫି ଆଦାୟ ପାଇଁ ନିୟୋଜିତ କରାଯିବ ।

ଏହା ବି ପଢ଼ନ୍ତୁ | ଦୀପିକା ପାଦୁକୋନଙ୍କୁ ଜନ୍ମ ଦିନରେ ଫଟୋଗ୍ରାଫରମାନେ ସରପ୍ରାଇଜ୍ ଦେଲେ; କେକ୍ ଖୁଆଇଲେ

ପାର୍କିଂ ପାଇଁ ଜାରି ହୋଇଥିବା ନିୟମାବଳୀ ଅନୁସାରେ ଯଦି କୌଣସି ଯାନ ଏକ ପାର୍କିଂ ଲଟରେ ପାଞ୍ଚ ଘଣ୍ଟା ରହେ ତେବେ ଘଣ୍ଟା ପ୍ରତି ୨୦% ଅଧିକ ଫି ଦେବାକୁ ପଡ଼ିବ । ଇଲେକ୍ଟ୍ରିକ୍‌ ଯାନ ପାଇଁ ପା୍କିଂ ଫି’ରେ ୪୦% ରିହାତି ରହିଛି । ସାଇକେଲ ପାର୍କିଂ ପାଇଁ କୌଣସି ଫି ଦେବାକୁ ପଡ଼ିବନି । ଟିଜି ଗ୍ରୁପ ପିଓଏସ ମେସିନ ଦ୍ୱାରା ବିଲ୍‌ କାଟିବେ । ପାର୍କିଂ ଲଟର ଲୋକଙ୍କୁ ସୂଚନା ପ୍ରଦାନ କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ପାର୍କିଂ ସ୍ଥାନଗୁଡ଼ିକର ତଦାରଖ କରିବେ ବି.ଏମ୍‌.ସି.ର ଜୋନାଲ ଡେପୁଟି କମିଶନର । କିନ୍ନରମାନଙ୍କୁ ପାର୍କିଂ ଫି ଆଦାୟ ପାଇଁ ବି.ଏମ୍‌.ସି. ପକ୍ଷରୁ ସ୍ୱତନ୍ତ୍ର ଫଟୋ ପରିଚୟ ପତ୍ର ସହ କ୍ୟୁଏସକୋ ମେସିନ ପ୍ରଦାନ କରାଯାଇଛି ।

ଏହା ବି ପଢ଼ନ୍ତୁ | ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେ

‘‘ପ୍ରଥମ ପାର୍କିଂ ଲଟ ପାଇଁ ମାସିକ ଦେୟ ଦୁଇ ଲକ୍ଷ ୨୩ ହଜାର ଟଙ୍କା ଓ ଦ୍ଵିତୀୟ ପାର୍କିଂ ଲଟ ପାଇଁ ମାସିକ ୧ ଲକ୍ଷ ୪୬ ହଜାର ୮୯ ଟଙ୍କା ରହିଛି । ସମ୍ପୃକ୍ତ ସଂସ୍ଥା ଏହି ଦେୟ ବି.ଏମ୍‌.ସି.କୁ ଗୋଟିଏ ମାସ ପୂରିବା ପରେ ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଭରଣା କରିବେ। ଏଥି ପାଇଁ ଟିଜି ସ୍ୱୀକୃତି ୭ ହଜାର ୩୮୦ ଟଙ୍କା ସିକ୍ୟୁରିଟି ଡିପୋଜିଟ କରିଛି,’’ କହିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ

କିନ୍ନରମାନଙ୍କୁ ଏହି କାମ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ସେମାନଙ୍କୁ ବି.ଏମ୍‌.ସି. ତରଫରୁ ଆପ୍ରୋନ୍ ଓ ମନି ବ୍ୟାଗ୍ ସାଙ୍ଗକୁ କ୍ୟୁଏକ୍ସୋ ମେସିନ୍ ଓ ସ୍ୱତନ୍ତ୍ର ଆଇ କାର୍ଡ ଦିଆଯାଇଛି । ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ୱତନ୍ତ୍ର ରେଟ୍ ଚାଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ବି.ଏମ.ସି.ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି କିନ୍ନରମାନେ । ସମାଜରେ କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପଦକ୍ଷେପ ନେଉଥିବାରୁ ବି.ଏମ.ସି. କମିଶନରଙ୍କୁ ଧନ୍ୟବାଦ ଜଣାଇଛି କିନ୍ନର ସଙ୍ଘ ।

ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

‘‘ଭିକ୍ଷା ବୃତ୍ତି କରି ଦିନ କଟୁଥିଲୁ ଆମେ କିନ୍ନରମାନେ । କିନ୍ତୁ ଧୀରେ ଧୀରେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛୁ । କେବଳ ଟିକସ ଆଦାୟ କି ପାର୍କିଂ ଫି ଆଦାୟ ନୁହେଁ, ସବୁ ବର୍ଗରେ ସାମିଲ ହୋଇ କାର୍ଯ୍ୟ କରିବା ଆମ ଲକ୍ଷ୍ୟ,’’ କହିଛନ୍ତି କିନ୍ନର ମେଘନା ।



ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଜନ ସଂଖ୍ୟା ବଢ଼ିବା ସାଙ୍ଗକୁ ଯାନବାହାନ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳ ସ୍ୱରୂପ ପାର୍କିଂ ଏକ ବଡ଼ ସମସ୍ୟା ପାଲଟିଛି । ଏହାକୁ ନିୟନ୍ତ୍ରିତ କରିବା ପାଇଁ ବି.ଏମ.ସି.ର ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଚୌଧୁରୀ ।
Published by: Anand Shankar Thankur Das
First published: January 21, 2021, 9:43 PM IST