News18 Odia Digital
କଟକ: ଯେଉଁ କିନ୍ନରମାନେ ଲୋକଙ୍କୁ ଠାରୁ କିଛି ଅର୍ଥ ପାଇବା ଆଶାରେ ଟ୍ରାଫିକ୍ ଛକରେ ଛିଡ଼ା ହେଉଥିଲେ, ଏବେ ସେମାନେ ସେଇଠି ଛିଡ଼ା ହେବେ, କିନ୍ତୁ ଖାକି ପୋଷାକ ପିନ୍ଧି କର୍ତ୍ତବ୍ୟ ସମ୍ପାଦାନା କରୁଥିବା ପୋଲିସ କର୍ମୀ ରୂପେ । ଓଡ଼ିଶା ପୋଲିସ ଶନିବାର ଦିନ କିନ୍ନରମାନଙ୍କୁ ପୋଲିସ ବଳରେ ଗ୍ରହଣ କରିବ ବୋଲି ନିଷ୍ପତ୍ତି ଘୋଷଣା କରିଛି ।
ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୪୭୭ଟି ସବ୍-ଇନସପେକ୍ଟର୍ ଓ ଯୋଗାଯୋଗ ବିଭାଗରେ ୨୪୪ଟି କନଷ୍ଟେବଲ୍ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି । ଏହି ଦୁଇଟି ପଦବୀ ପାଇଁ ଜୁନ୍ ୨୨ ତାରିଖ ସକାଳ ୯ଟାରୁ ଜୁଲାଇ ୧୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ଆଶାୟୀ ପ୍ରାର୍ଥୀମାନେ । ଏହି ଦୁଇଟି ପଦବୀ ପାଇଁ ଉଭୟ ପୁରଷ ଓ ମହିଳାଙ୍କ ସହ କିନ୍ନରମାନେ ମଧ୍ୟ ଭାଗ ନେଇପାରିବେ ବୋଲି କହିଛନ୍ତି ଡିଜିପି ଅଭୟ । କିନ୍ନରମାନଙ୍କୁ ମହିଳାମାନଙ୍କ ବର୍ଗରେ ରଖାଯାଇଛି । ଆଶାୟୀ କିନ୍ନର ପ୍ରାର୍ଥୀମାନଙ୍କୁ ଓଡ଼ିଶା ପୋଲିସରେ ଯୋଗ ଦେଇ ଜନ ସେବା କରିବା ପାଇଁ ଆଗେଇ ଆସିବାକୁ ଅପିଲ୍ କରିଛନ୍ତି ଡିଜିପି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ମୁଁ ଆଶାୟୀ କିନ୍ନର ପ୍ରାର୍ଥୀମାନଙ୍କୁ ଅପିଲ୍ କରୁଛି ଯେ ସେମାନେ ଆଗକୁ ଆସନ୍ତୁ । ଏବେ ଓଡ଼ିଶା ପୋଲିସରେ ଯୋଗ ଦେବା ପାଇଁ ଆବେଦନ କରନ୍ତୁ । ଓଡ଼ିଶା ପୋଲିସରେ ଯୋଗ ଦେଲେ ଆପଣ ଗୋଟିଏ ଭଲ କରିୟର ପାଇବେ, ଲୋକମାନଙ୍କ ଠାରୁ ଆଦର ପାଇବେ ଓ ଲୋକଙ୍କ ସେବା କରିବାର ସୁଯୋଗ ପାଇବେ । ତେଣୁ ଆଉ ସମୟ ନଷ୍ଟ ନ କରି ଉଭୟ ପୋଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ,’’ କହିଛନ୍ତି ପୋଲିସ ଡିଜି ଅଭୟ ।

ପୋଲିସ ଡିଜି ଅଭୟ
ଏହା ବି ପଢ଼ନ୍ତୁ | ଚୀନ୍ର ଚାଲ୍ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲାପୋଲିସ ସେବାରେ କିନ୍ନରମାନଙ୍କର ଯୋଗଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉତ୍ସାହିତ ଅଛନ୍ତି ରାଜ୍ୟର କିନ୍ନର ସମାଜ । ରଙ୍ଗ ବେରଙ୍ଗର ଚିକିମିକିଆ ବସ୍ତ୍ର ପିନ୍ଧି ଲୋକଙ୍କ ଠାରୁ ରାସ୍ତାରେ ଟଙ୍କା ନ ମାଗି ଖାକି ପୋଷାକ ପିନ୍ଧି ଆଇନର ରକ୍ଷକ ସାଜିବାର ସୁଯୋଗ ସେମାନଙ୍କ ପାଇଁ ଆଣିଦେଇଛି ନୂଆ ସ୍ୱପ୍ନ । ଏକ ଆଧିକାରିକ ଆକଳନ ଅନୁସାରେ ରାଜ୍ୟରେ ପ୍ରାୟ ୩୦,୦୦୦ କିନ୍ନର ଅଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରାୟ ‘ନଗ୍ନ’ ପୋଷାକରେ ରାଖୀ ସାୱନ୍ତଙ୍କ ବ୍ୟାୟାମର VIDEO ପ୍ରଶ୍ନ ଠିଆ କଲାପୋଲିସ ସେବାରେ ଯୋଗ ଦେବା ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା କିନ୍ନରମାନେ ହିଁ ଏହି ସୁଯୋଗର ଲାଭ ଉଠାଇପାରିବେ । କିନ୍ନର ସମାଜ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏ ପର୍ଯ୍ୟନ୍ତ ପୋଲିସ ଚାକିରୀ ପାଇଁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ୨୦ ଜଣ କିନ୍ନର ଅଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ନର ସମାଜ ସ୍ବାଗତ କରିଥିବା ବେଳେ ପୋଲିସ ଚାକିରି ପାଇଁ ଆଶାୟୀ କିନ୍ନର ପ୍ରାର୍ଥୀମାନେ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇଲେ ଏହି ସୁନ୍ଦରୀ ଅଭିନେତ୍ରୀ; ଟିକେ ପରେ ପୋଜ୍ ଦେଲେ‘‘ମୁଁ ପ୍ରଥମେ ରାଜ୍ୟ ସରକାର ଓ ଓଡ଼ିଶା ପୋଲିସକୁ ଧନ୍ୟବାଦ ଦେବି ଯେ ଆମର ପାଇଁ ପୋଲିସ ଚାକିରି କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ମୁଁ ସବ୍-ଇନିସପେକ୍ଟର ପଦବୀ ପାଇଁ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ ରହିଛି । ଅପେକ୍ଷା ରହିଛି କେବେ ଏଥି ପାଇଁ ଇଣ୍ଟରଭିୁୟ ହେବ,’’ କହିଛନ୍ତି କଟକ ଶଙ୍କରପୁରରେ ରହୁଥିବା ପ୍ରତିମା କିନ୍ନର ।
କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ରାଜ୍ୟର ବିଭିନ୍ନ ମହାନଗର ନିଗମରେ ସେମାନଙ୍କୁ ନିଯୁକ୍ତି ମିଳି ସାରିଛି । ଏବେ ପ୍ରଥମ ଥର ଲାଗି ସେମାନଙ୍କୁ ପୋଲିସ ସେବା ଭଳି ସମ୍ମାନଜନକ ଚାକିରି ପାଇଁ ମନୋନିତ କରାଯାଇଛି । ଏହି ପଦକ୍ଷେପ କିନ୍ନରମାନଙ୍କୁ ସଶକ୍ତ କରିବା କରିବା ଦିଗରେ ଏକ ବଡ଼ ପାହାଚ ହେବ ବୋଲି କୁହାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।