ନୂଆ ଅନ୍ଦାଜରେ ଲୁଟିଲା ଲୁଟେରା; ୫୦ ପ୍ୟାକେଟ ମିଠା ବାନ୍ଧିଲା ଓ ହାର୍ଡୱେର୍ ଦୋକାନାରୁ ଟଙ୍କା ଲୁଟିଲା

ପୁରୀରେ ନିଆରା ଅନ୍ଦାଜରେ ଚୋରି କଲା ଚୋର । ଦୁଇ ଦୋକାନୀଙ୍କୁ ଭକୁଆ ବନେଇ ଲୁଟ କରି ଫେରାର ଲୁଟେରା ।

ନୂଆ ଅନ୍ଦାଜରେ ଲୁଟିଲା ଲୁଟେରା

ନୂଆ ଅନ୍ଦାଜରେ ଲୁଟିଲା ଲୁଟେରା

  • Share this:
News18 Odia Digital

ପୁରୀ: ଲୁଟେରାଙ୍କ ଟାର୍ଗେଟ ଏବେ ବେଳାମାର୍ଗରେ ଥିବା ଦୋକାନୀଙ୍କ ଉପରେ । ହେଲେ ଭିନ୍ନ ଏକ ଅନ୍ଦାଜ ଆପଣାଇ ଦୁଇ ଦୋକାନୀଙ୍କୁ ଭକୁଆ ବନେଇ ଲୁଟ କରି ଫେରାର ଲୁଟେରା । ଆଉ ଏଭଳି ଲୁଟ ଘଟଣାକୁ ନେଇ ପୁରୀ ବାଲିଗୁଆଳି ନିକଟ ବେଳାମାର୍ଗରେ ବେଶ୍ ଚର୍ଚ୍ଚାର ହୋଇଛି ।

କହିଛନ୍ତି ମିଠା ଦୋକାନୀ କର୍ମକର୍ତ୍ତା ମହେନ୍ଦ୍ର କହିଛନ୍ତି, "ସୋମବାର ଅପରାହ୍ନ ୧.୫୨ରେ ପୁରୀ କୋଣାର୍କ ମେରାଇନ ରୋଡର ପାର୍ଶ୍ୱ ସେନାପତି ସୁଇଟ୍ସରେ ପଞ୍ଚିଥିଲା ଏହି ଲୁଟେରା । କମ୍ପାନୀର ମିଟିଂ ଅଛି ବୋଲି କହି ୫୦ ପ୍ୟାକେଟ ମିଠା ବାନ୍ଧିବା ପାଇଁ ଅର୍ଡର କଲା ଲୁଟେରା । ତା'ର ବେଶ ପୋଷାକରୁ ଲାଗୁଥିଲା ଅଫିସର ଭଳି । ଅର୍ଡର ଅନୁସାରେ ମିଠା ପ୍ୟାକେଟ ହେଉଥିବା ବେଳେ ଲୁଟେରା ଜଣଙ୍କ କ୍ୟାସ କାଉଣ୍ଟରରେ ବସିଥିବା ଆମ ବାବୁଙ୍କୁ କହିଥିଲା ଅନ୍ୟ କିଛି ଜିନିଷ କିଣିବାକୁ ମୋର ପିଲା ଯିବ। ମୋତେ ଚେଞ୍ଜ ଦୁଇ ହଜାର ଟଙ୍କା ଦିଅନ୍ତୁ। ମିଠା ପଇସା ଦେବାବେଳେ ୨,୦୦୦ ଟଙ୍କା ମିଶାଇକି ଦେବି। ହେଲେ ତା କଥା କେହି ନ ଶୁଣି ମିଠା ପ୍ୟାକେଟ ବନ୍ଧା ଚାଲିଥିଲା । ତା' ପରେ ସେ ସେଠାରୁ ଆସ୍ତେ ଆସ୍ତେ ଖସି ପଳାଇଥିଲା।’’

ଷ୍ଟୋର କର୍ମଚାରୀ ଶିବ ବାରିକ କହିଛନ୍ତି, ‘‘ଏହା ପରେ ଲୁଟେରା ନିଜ ଘର କାମ ହେଉଛି କହି ଜିନିଷ ଦରକାର ବୋଲି କହିଲା । ଆଉ ଆମ ଦୋକାନ ବାଲିଗୁଆଳି ଛକ ସ୍ଥିତ ସୁରେଶ ମାଳଙ୍କ ଲକ୍ଷ୍ମୀନାରାୟଣ ସାନିଟାରୀ ଓ ହାର୍ଡୱେର ଷ୍ଟୋରରେ ପଞ୍ଚି ଅନେକ ଜିନିଷର ଅର୍ଡର ଦେଲା । ସେ ବି ଆମ ଦୋକାନରେ ପୂର୍ବ ଭଳି ପ୍ଲାନ ଲଗାଇଲା । ଆମେ ଜିନିଷ କାଢୁଥିବା ବେଳେ ସେ ୨,୦୦୦ ଟଙ୍କା ଚେଞ୍ଜ ମାଗିବା ସହ ଜିନିଷ ନେବାବେଳେ ସେଥିରେ ମିଶାଇକି ଦେଇ ଦେବି ବୋଲି କହିଲା । ଆଉ ୨,୦୦୦ ଟଙ୍କା ବଢ଼ାଇବା ପରେ ସେଠୁ ଖସିପଳାଇବାକୁ ଉଦ୍ୟମ କରୁଥିଲା । ତାକୁ ଧରିବା ପରେ କହିଲା ମୋ ପିଲା ସେନାପତି ସୁଇଟ୍ସରେ ମିଠା ପ୍ୟାକିଂରେ ଅଛି । ତାକୁ ଆସ ନେଇ କରି ଆସିବା । ଆଉ ତା' ଠାରୁ ଟଙ୍କା ଆଣି ତମକୁ ତମ ଟଙ୍କା ଦେଇଦେବି ।’’

୫୦ ପ୍ୟାକେଟ ମିଠା ବାନ୍ଧିଲା ଓ ହାର୍ଡଲୱେର୍ ଦୋକାନାରୁ ଟଙ୍କା ଲୁଟିଲା


ଲୁଟେରାର ଲୁଟର କୌଶଳରେ ଫସିଗଲା ଶିବ । ଲୁଟେରା ଶିବକୁ ବସାଇ ନେଇ ଯାଇଥିଲା ମିଠା ଦୋକାନକୁ । ରାସ୍ତା ବାମ ପାର୍ଶ୍ବରେ ମିଠା ଦୋକାନୀ ହୋଇଥିବା ବେଳେ ଡାହାଣ ପାଶ୍ୱରେ ଗାଡ଼ି ରଖି ମିଠା ଦୋକାନୀକୁ ଚାହିଁ ହର୍ଣ୍ଣ ବଜାଇଲା। ମିଠା ଦୋକାନୀ ଭାବିଲେ ମିଠା ନବା ପାଇଁ ଆସିଛି। ତେଣୁ ସେ ହାତ ହଲାଇବା ପରେ ଶିବକୁ କହିଲା ସେ ମୋ ଲୋକ। ତାଙ୍କୁ ଠୁ ଟଙ୍କା ଆଣିବୁ। ମୁଁ ଗାଡିବୁଲାଇକି ତାଙ୍କ ଦୋକାନପଟକୁ ଯାଉଛି କହି ଶିବକୁ ଗାଡ଼ିରୁ ଓହ୍ଲାଇଦେଲା । ଶିବ ରାସ୍ତା ପାରହେବା ପରେ ଛୁ ମାରିଥିଲା ଲୁଟେରା । ହେଲେ ମିଠା ନେବ ବୋଲି ଶିବକୁ ଟଙ୍କା ମାଗିଥିଲେ ମିଠା ଦୋକାନୀ । ଆଉ ଏହାପରେ ଘଟଣା ସାମ୍ନାକୁ ଆସିଥିଲା । ମିଠା ଦୋକାନୀ ସିସିଟିଭି ଦେଖି ଦୁଇ ଦୋକାନୀ କାନମୁଣ୍ଡା ଆଉଁସିଥିଲେ।
Published by:Lipina Das
First published: