ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସିନେମା କାହାଣୀ ପରି ଚୋର ଧରା ପଡ଼ିଲା; ୩୪ ବର୍ଷ ହେଲା ଚୋରି କରୁଛି, ୫ କୋଟି ଟଙ୍କା ଉଡ଼େଇଛି

ସିନେମା କାହାଣୀ ପରି ଚୋର ଧରା ପଡ଼ିଲା; ୩୪ ବର୍ଷ ହେଲା ଚୋରି କରୁଛି, ୫ କୋଟି ଟଙ୍କା ଉଡ଼େଇଛି

Thief who kept stealing for 34 years arrested in Bhubaneswar | ପୁରୁଣା ଭୁବନେଶ୍ୱର ଅଞ୍ଚଳର ବାସିନ୍ଦା ହେମନ୍ତ ଦାସ ନାଁରେ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ୫୦୦ଟି ଚୋରି ମାମଲା ରହିଛି । କେବଳ ଭୁବନେଶ୍ୱରରେ ତା’ ନାଁରେ ୧୦୨ଟି ମାମଲା ଅଛି । ଚୋରି ଟଙ୍କାରେ ସେ ଷ୍ଟାର୍ ହୋଟେଲରେ ରହୁଥିଲା ଓ କଲଗର୍ଲ ଧରି ବୁଲୁଥିଲା ।

ସିନେମା କାହାଣୀ ପରି ଚୋର ଧରା ପଡ଼ିଲା; ୩୪ ବର୍ଷ ହେଲା ଚୋରି କରୁଛି, ୫ କୋଟି ଟଙ୍କା ଉଡ଼େଇଛି
ଧୁରନ୍ଧର ଚୋର ହେମନ୍ତ ଦାସ
  • News18 Odia
  • Last Updated: October 4, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ବିଳାସମୟ ଜୀବନଶୈଳୀ ଜାରି ରଖିବା ପାଇଁ ବର୍ଷେ କି ଦୁଇ ବର୍ଷ ନୁହେଁ, ୩୪ ବର୍ଷ ଧରି ଚୋରି କରୁଥିଲା ହେମନ୍ତ ଦାସ । ସେ ଧରା ପଡ଼ିବା ପରେ ତା’ ଜୀବନ କାହାଣୀ ଜାଣୁଥିବା ପୋଲିସ ଅଧିକାରୀମାନଙ୍କୁ ତାହା କୌଣସି ସିନେମାର କାହାଣୀ ପରି ଲାଗୁଥିଲା । କମିଶନରେଟ୍‌ ପୋଲିସ ହାତରେ ଧରାପଡ଼ିଥିବା ଏହି ୫୯-ବର୍ଷୀୟ ଧୁରନ୍ଧର ଚୋର ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ପାଖାପାଖି ୫୦୦ଟି ଚୋରି ମାମଲା ରହିଛି । ନିଜ ଲମ୍ବା ଚୋରି କରିଅରରେ ସେ ପାଖାପାଖି ୫ କୋଟି ଟଙ୍କା ଚୋରି କରିଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି ।

ପୁରୁଣା ଭୁବନେଶ୍ୱର ଅଞ୍ଚଳର ବାସିନ୍ଦା ହେମନ୍ତ ଦାସ ଚୋରି ଟଙ୍କାରେ ଅୟସ କରୁଥିଲା । ଚୋରୀ କରିବା ପରେ ବିମାନ ଯୋଗେ ଦେଶ ବାହାରକୁ ପଳାଉଥିଲା ସେ । ଷ୍ଟାର୍‌ ହୋଟେଲରେ ରହୁଥିଲା ଓ ସାଙ୍ଗରେ କଲଗର୍ଲ ଧରି ବୁଲୁଥିଲା । ଟଙ୍କା ସରିଗଲେ ପୁଣି ଥରେ ଚୋରି କରିବା ପାଇଁ ଯୋଜନା କରୁଥିଲା । ସେ ଯେଉଁ ହୋଟେଲରେ ରହୁଥିଲା, ସେହି ଆଖପାଖରେ ଥିବା ଅଫିସରୁ ଚୋରି କରୁଥିଲା ବୋଲି ସେ ପୋଲିସକୁ କହିଛି ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆ କାମ କରୁନି; ବିଶ୍ୱ ସାରା WhatsApp, Facebook ଓ Instagram ହଠାତ୍ ବନ୍ଦ ହୋଇଗଲା

‘‘ହେମନ୍ତ ଦାସର ଅପରାଧ ରେକର୍ଡ଼ ବହୁତ ଲମ୍ବା । ୧୯୮୬ ମସିହାରୁ ସେ ଚୋରି କରିବା ଆରମ୍ଭ କରିଛି । ଚୋରି ପାଇଁ କେବଳ ଏକ ଲୁହାର ରଡ଼ ବ୍ୟବହାର କରୁଥିଲା ହେମନ୍ତ ।  ଭୁବନେଶ୍ୱର ସମେତ ବିଭିନ୍ନ ଜିଲା ଓ ରାଜ୍ୟ ବାହାରେ, ଯଥା ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ବି ସେ ଚୋରି କରିଛି । ଏବେ ସୁଦ୍ଧା ଦେଶରେ ତା’ ନାମରେ ୫୦୦ ମାମଲା ରୁଜୁ ହୋଇଛି । କେବଳ ଭୁବନେଶ୍ୱରରେ ତା’ ନାଁରେ ୧୦୨ଟି ମାମଲା ରହିଛି,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମାଶଙ୍କର ଦାଶ ।

ଭୁବନେଶ୍ୱରରେ ଗୋଟିଏ ଚୋରି ଘଟଣାର ସି.ସି.ଟି.ଭି. ଫୁଟେଜରୁ ହେମନ୍ତର ସମ୍ପୃକ୍ତି ଜଣାପଡ଼ିଥିଲା ।


ଏହା ବି ପଢ଼ନ୍ତୁ | Salary Hike: ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ HRA ବଢ଼ିବ, ଦରମା ବଢ଼ିଯିବ

ହେମନ୍ତ ଦାସ୍‌ ଚୋରି ବିଦ୍ୟା ଜେଲରୁ ଶିଖିଥିଲା । ୧୯୮୬ ମସିହାରେ ବି.ଜେ.ବି. କଲେଜରେ ପାଠ ପଢ଼ୁଥିବା ବେଳେ ଏକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇ ପ୍ରଥମେ ଜେଲ୍‌ ଯାଇଥିଲା ସେ । ଜେଲ୍‌ ଭିତରେ ଦେଖାହୋଇଥିବା ଜଣେ ଚୋରଠାରୁ ସେ ଶିଖିଥିଲା ଚୋରି ବିଦ୍ୟା । ଜେଲରୁ ବାହାରିବା ପରେ ସେ ଚୋରି କରିବା ଆରମ୍ଭ କରିଥିଲା ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | Mumbai Drugs Case: ଶାହରୁଖ ଖାନଙ୍କ ପୁଅକୁ ୭ ତାରିଖ ଯାଏଁ NCB କଷ୍ଟଡିକୁ ପଠାଗଲା

‘‘ସେ ଏବେ ସୁଦ୍ଧା ୫ କୋଟି ଟଙ୍କା ଚୋରି କରିଛି । ଚୋରି ଟଙ୍କାରେ ବଡ଼ ବଡ଼ ହୋଟେଲରେ ରହିବା ସାଙ୍ଗକୁ କଲଗର୍ଲଙ୍କ ପଛରେ ଟଙ୍କା ଉଡ଼ାଉଥିଲା । ଗତ କିଛି ଦିନ ହେବ ଭୁବନେଶ୍ୱରରେ ତିନିଟି ଚୋରି ଘଟଣାରେ ସି.ସି.ଟି.ଭି. ଫୁଟେଜ୍‌ ଆଧାରରେ ହେମନ୍ତର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ତାକୁ ଆମେ ଖୋଜୁଥିଲୁ । ଗତ କାଲି କଟକରେ ଚୋରି କରିବାକୁ ସେ ଯୋଜନା କରୁଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ଼ ତାକୁ ଗିରଫ କରିଥିଲା,’’ କହିଛନ୍ତି ଡି.ସି.ପି. ଶ୍ରୀ ଦାଶ । ହେମନ୍ତ ଦାସକୁ କୋର୍ଟ ଚାଲାଣ କରିଛି ପୋଲିସ । ଆବଶ୍ୟକତା ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡି.ସି.ପି.।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ସୋଫି ଚୌଧୁରୀ ମାଳଦ୍ୱୀପରୁ ଶେୟାର୍ କଲେ ଫଟୋ; ବଢ଼ାଇଲେ ଇଣ୍ଟରନେଟର ଉତ୍ତାପ

ଗିରଫ ହେବା ପରେ ସାମ୍ବାଦିକମାନଙ୍କ ସହ ଅଳ୍ପ ସମୟ କଥାବାର୍ତ୍ତା କରି ହେମନ୍ତ କହିଛି, ‘‘ଗଲା ୩୫ବର୍ଷ ହେଲା ମୁଁ କୋଟି କୋଟି ଟଙ୍କା ଚୋରି କରିଛି । ହେଲେ ଟଙ୍କାଟିଏ ବି ପାଖରେ ରଖିନି । ସାଙ୍ଗସାଥି ମେଳରେ ନହଲେ ଝିଅଙ୍କ ମେଳରେ ସବୁ ଟଙ୍କା ଖର୍ଚ୍ଚ କରିଦେଇଛି । ଏବେ କିନ୍ତୁ ଆଉ ଆଉ ଚୋରି କରିବି ନାହିଁ କି ଜେଲ୍‌ ଯିବିନାହିଁ । ବୟସ ଏବେ ୬୦ ହେଲାଣି । ଚୋରି ବିଦ୍ୟାରୁ ଏବେ ଅବସର ନେବି । ମୋ’ ପରି କେହି ଚୋରି ନ କରନ୍ତୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ଅବନୀତ କୌର୍ ଲେହେଙ୍ଗା ପିନ୍ଧି ଫଟୋସୁଟ୍ କରାଇଲେ; ଇଣ୍ଟରନେଟରେ ହଇଚଇ

ଏହା ପୂର୍ବରୁ ୨୦୧୮ ମସିହାରେ କମିସନରେଟ୍‌ ପୋଲିସ ହେମନ୍ତକୁ ଗିରଫ କରିଥିଲା । ସେ ୨୦୨୦ ମସିହାରେ ପୁରୀ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ବି ଯାଇଥିଲା ।
Published by: Anand S.T. Das
First published: October 4, 2021, 11:59 PM IST