ପ୍ରେମିକାକୁ SMS ପଠାଇ ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଥିବା ଚୋର

କଟକ ଫିରିଙ୍ଗି ବଜାର ଠାରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ୧ କେଜି ୨୦୦ ଗ୍ରାମର ସୁନା ଅଳଙ୍କାର ଲୁଟ କରିବା ଅଭିଯୋଗରେ ସୁଶାନ୍ତ ରୋହୀଦାସକୁ ପୁରିଘାଟ ପୋଲିସ ଡାର୍ଜିଲିଂରୁ ଗରିଫ କରିବାରେ ସଫଳ ହୋଇଛି।

ପ୍ରେମିକାକୁ SMS ପଠାଇ ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଥିବା ଚୋର

ପ୍ରେମିକାକୁ SMS ପଠାଇ ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଥିବା ଚୋର

  • Share this:
News18 Odia Digital

କଟକ: ପ୍ରେମିକାକୁ ଏସଏମଏସ ପଠାଇବା ପଡ଼ିଲା ମହଙ୍ଗା। ପୋଲିସ ହାତରେ ଧରା ପଡ଼ିଲା ୧ କେଜି ୨୦୦ ଗ୍ରାମର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସୁଶାନ୍ତ ରୋହୀଦାସ।

କଟକ ଫିରିଙ୍ଗି ବଜାର ଠାରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ୧ କେଜି ୨୦୦ ଗ୍ରାମର ସୁନା ଅଳଙ୍କାର ଲୁଟ କରିବା ଅଭିଯୋଗରେ ସୁଶାନ୍ତ ରୋହୀଦାସକୁ ପୁରିଘାଟ ପୋଲିସ ଡାର୍ଜିଲିଂରୁ ଗରିଫ କରିବାରେ ସଫଳ ହୋଇଛି। ସୁଶାନ୍ତ ଠାରୁ ମୋଟ ୯୦୦ ଗ୍ରାମର ସୁନା ସହିତ ୧୪ ହଜାର ଟଙ୍କା ଜବତ କରିଛି ପୋଲିସ।

ପ୍ରେମିକାକୁ SMS ପଠାଇ ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଥିବା ଚୋର


ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ ପେସାରେ ଜଣେ ସୁନା କାରଗର ଥିବା ସୁଶାନ୍ତ ମୁଳତଃ ପଶ୍ଚିମବଙ୍ଗ ବାସିନ୍ଦା ଓ ଗତ ୮ ମାସ ହେଲା ଫିରିଙ୍ଗି ବଜାର ଠାରେ ଥିବା ଏକ ଅଳଙ୍କାର ଦୋକାନରେ ରହି ଅଳଙ୍କାର ସଫେଇ କାମ କରୁଥିଲା। ତେବେ ରାତାରାତି ବଡ଼ ଲୋକ ହେବାର ଉଦ୍ଦେଶ୍ୟ ନେଇ ସୁଶାନ୍ତ ଗତ ୩ ତାରିଖ ରାତିରେ ଦୋକାନରୁ ୧ କେଜି ୨୦୦ ଗ୍ରାମର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲା। ତେବେ ପୋଲିସକୁ ଚକମା ଦେଖାଇବା ପାଇଁ ସୁଶାନ୍ତ ବାରମ୍ବାର ନିଜର ଠିକଣା ବଦଳାଉଥିଲା।

କାଳେ ପୋଲିସ ଧରି ନେବ ସେଥିପାଇଁ ସୁଶାନ୍ତ ବସରେ ପ୍ରଥମେ କଟକରୁ ଭୁବନେଶ୍ବର ଆସିଥିଲା। ପରେ ବାଟରେ ଯିବା ବେଳେ ପାହଳ ନିକଟରେ ତା'ର ମୋବାଇଲକୁ ସୁଇଚ ଅଫ କରି ପୂର୍ବରୁ କିଣିଥିବା ଏକ ନୂଆ ସିମ ଓ ନୂଆ ମୋବାଇଲକୁ ଧରି ଭୁବନେଶ୍ବରରୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗ ଚାଲିଯାଇଥିଲା।

ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନ ବୁଲି ବୁଲି ଶେଷରେ ଡାର୍ଜିଲିଂ ଚାଲିଯାଇଥିଲା । ଏହି ସମୟରେ ସେ ନିଜ ସାଥିରେ ନେଇଥିବା ସୁନାରୁ କିଛି କିଛି ବିକ୍ରି କରି ସେହି ଟଙ୍କାରେ ମଉଜ ମଜଲିସ୍ ମଧ୍ୟ କରିଥିଲା। ଏହାରି ଭିତରେ ସୁଶାନ୍ତର ଜଣେ ପ୍ରେମିକା ପଶ୍ଚିମବଙ୍ଗର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ରହୁଥିବା ଜାଣି ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ସର୍ଭେଲାନ୍ସରେ ନେଇଥିଲା।

ସୁଶାନ୍ତ ଫୋରାର ହେବାର ଦୁଇ ଦିନ ପରେ ତା'ର ପ୍ରେମିକାକୁ ଗୋଟିଏ ଏସଏମଏସ ପଠାଇଥିଲା। ସେହି ଏସଏମଏସରୁ ସୁରାକ ପାଇ ପୋଲିସ ଡାର୍ଜିଲିଂରୁ ସୁଶାନ୍ତକୁ ଧରିବାରେ ସଫଳ ହୋଇଛି।

"ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଥିବାରୁ ଏହି ମାମଲାର ଅଭିଯୁକ୍ତକୁ ଧରିବା ପାଇଁ ପୁରିଘାଟ ପୋଲିସ ଓ ସ୍ପେସାଲ ସ୍ବାର୍ଡ଼ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ପରିଶେଷରେ ଆମେ ଅଭିଯୁକ୍ତ ସହ ଲୁଟ ହୋଇଥିବା ସୁନାକୁ ଉଦ୍ଧାର କରିଛୁ," କହିଛନ୍ତି କଟକ ଡିସିପି।
Published by:Lipina Das
First published: