ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମା' ଲକ୍ଷ୍ମୀ ମହିଳା ଗ୍ରୁପ୍ ଦ୍ବାରା ଗଞ୍ଜାମର ଏହି ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି

ମା' ଲକ୍ଷ୍ମୀ ମହିଳା ଗ୍ରୁପ୍ ଦ୍ବାରା ଗଞ୍ଜାମର ଏହି ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି

ଶେରଗଡ଼ ବ୍ଳକ ଅଲାରିଗଡ଼ ଗାଁର ଏମାନେ ହେଉଛନ୍ତି ମା' ଲକ୍ଷ୍ମୀ ମହିଳା ଗ୍ରୁପର ସଦସ୍ୟମାନେ । ଏମାନେ ଆଜି ନିଜ ଗୋଡରେ ନିଜେ ଠିଆ ହୋଇପାରିଥିବା ବେଳେ ନିଜେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି ।

ମା' ଲକ୍ଷ୍ମୀ ମହିଳା ଗ୍ରୁପ୍ ଦ୍ବାରା ଗଞ୍ଜାମର ଏହି ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି
ମା' ଲକ୍ଷ୍ମୀ ମହିଳା ଗ୍ରୁପ୍ ଦ୍ବାରା ଗଞ୍ଜାମର ଏହି ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି
  • News18 Odia
  • Last Updated: November 13, 2021, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: କଥାରେ ଅଛି ଜଣେ ଅର୍ଜିଲେ ପଣେ ଖାଉଥିଲେ । ହେଲେ କିନ୍ତୁ ସେ ଦିନ ଆଜି ଆଉ ନାହିଁ । ଏବେ ମହିଳାମାନେ ମଧ୍ୟ ହୋଇପାରିଛନ୍ତି ରୋଜଗାରକ୍ଷମ । ସେମିତି ଏକ ରୋଜଗାରକ୍ଷମ ମହିଳା ଗ୍ରୁପ୍ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଅଲାରିଗଡ଼ ଗ୍ରାମର ମା' ଲକ୍ଷ୍ମୀ ମହିଳା ଗ୍ରୁପ୍ । ଏବେ ଏମାନେ ଚାନ୍ଦା କରି ଗ୍ୟାସ ଡିପୋ ଖୋଲିବା ସହ ବେଶ୍ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଶେରଗଡ଼ ବ୍ଳକ ଅଲାରିଗଡ଼ ଗାଁର ଏମାନେ ହେଉଛନ୍ତି ମା' ଲକ୍ଷ୍ମୀ ମହିଳା ଗ୍ରୁପର ସଦସ୍ୟମାନେ । ଏମାନେ ଆଜି ନିଜ ଗୋଡରେ ନିଜେ ଠିଆ ହୋଇପାରିଥିବା ବେଳେ ନିଜେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି । ଦିନ ଥିଲା ଏମାନେ ମଧ୍ୟ ନିଜ ଘର ଭିତରେ ରହି ଦୁନିଆର ଭବିଷ୍ୟତ ଦେଖୁଥିଲେ । ହେଲେ କିନ୍ତୁ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଏବେ ଏମାନେ ଗ୍ୟାସ ଡିପୋ ଖୋଲିବାରେ ସକ୍ଷମ ହୋଇପାରିଛନ୍ତି । ପ୍ରଥମେ ଚାନ୍ଦା କରି ଏମାନେ ଗ୍ୟାସ ଡିପୋ ଲାଇନ୍ସେସ ଗ୍ରହଣ କରିବା ପରେ ନିଜ ଗାଁରେ ଡିପୋ ଖୋଲିବା ସହ ଘରକୁ ଘର ବୁଲି ଗ୍ୟାସ ଯୋଗାଇଥାନ୍ତି। ଏମାନେ ଏବେ ମାସିକ ଛଅ ହଜାରରୁ ଅଧିକ ଟଙ୍କା ରୋଜଗାର କରି ବେଶ୍ ହସଖୁସିରେ ଥିବା ଜଣାପଡ଼ିଛି ।

ମା' ଲକ୍ଷ୍ମୀ ମହିଳା ଗ୍ରୁପର ସଭାପତି ସାବିତ୍ରୀ ଭୂୟାଁ କହିଛନ୍ତି, ‘‘ଏହି ଗ୍ୟାସ ବିତରଣ ଦାୟୀତ୍ଵ ମିଳିବା ପରେ ଗାଁର ମହିଳାମାନେ ଏବେ ଏକ ପ୍ରକାର ରୋଜଗାରକ୍ଷମ ହୋଇପାରିଛନ୍ତି । ଏହା ସହ ଏମାନେ ଗ୍ୟାସ ବିତରଣ କରି ବେଶ୍ ହସଖୁସିରେ ଚଳୁଛନ୍ତି ।’’

ଗଞ୍ଜାମର ଏହି ମହିଳାମାନେ ରୋଜଗାରକ୍ଷମ


ଖାଲି ଏତିକି ନୁହେଁ ଏହି ଅଲାରିଗଡ଼ ଗାଁ ତଥା ଆଖପାଖ ଗାଁର ଲୋକେ ବାହାର ସହର ଉପରେ ଗ୍ୟାସଟିଏ ପାଇଁ ନିର୍ଭର କରି ଚଳି ଆସୁଥିଲେ । ହେଲେ ମହିଳାମାନେ ଏଵେ ନିଜ ଗାଁରେ ଗ୍ୟାସ ଡିପୋ ଖୋଲିବା ଓ ଘରକୁ ଘର ବୁଲି ଗ୍ୟାସ ଯୋଗାଇ ଦେବା ଫଳରେ ଲୋକଙ୍କ ମଧ୍ୟ ଗ୍ୟାସ ସଂଗ୍ରହ ସମସ୍ୟା ସମାଧାନ ହୋଇପାରିଛି । ଏମିତି କି ସରାକରୀ ସ୍ତରରେ ମଧ୍ୟ ଏହି ଗ୍ରୁପକୁ ଋଣ ମିଳିଥିବା ବେଳେ ଏମାନଙ୍କ ଏହି ଉଦ୍ୟମ ଏବେ ସାରା ଅଞ୍ଚଳରେ ଯେତିକି ଚର୍ଚ୍ଚାର ବିଷୟ ହୋଇଛି ସେତିକି ମଧ୍ୟ ଅନ୍ୟ ମହିଳା ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି।

ତେବେ ଏମାନଙ୍କ କାର୍ଯ୍ୟ ସାରା ଅଞ୍ଚଳବାସୀଙ୍କ ପାଇଁ ମହିଳାମାନଙ୍କ ଏକ ଉଦହାରଣ ହୋଇଥିବା ବେଳେ ଏମାନଙ୍କ ଉନ୍ନତି ନିମନ୍ତେ ଜୀବିକା ମିଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ଉଦ୍ୟମ ଚାଲିଥିବା କହିଛନ୍ତି ଜୀବିକା ମିଶନର ଦକ୍ଷନଥି ପରିଚାଳକ ମୀନତି ଜେନା ।

ବାସ୍ତବରେ ଏମାନଙ୍କ ଏହି ଉଦ୍ୟମ ସମସ୍ତ ଅନ୍ୟ ମହିଳାମାନଙ୍କ ପାଇଁ ଏକ ଉଦାହରଣ ସାଜିଥିବା ବେଳେ ସମସ୍ତ ମହିଳାମାନେ ଏହିଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
Published by: Lipina Das
First published: November 13, 2021, 3:36 PM IST