News18 Odia Digital
ଆଖି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ମାଧ୍ୟମରେ ଆମେ ଜଗତର ସୌନ୍ଦର୍ଯ୍ୟକୁ ଦେଖିଥାଉ । ଆଜିକାଲି ସମୟ ଓ ବୟସ ପୂର୍ବରୁ ଲୋକମାନଙ୍କର ଦୃଷ୍ଟି ଶକ୍ତି (Eyesight) ଦୁର୍ବଳ ହୋଇଯାଉଛି । ଏହାର ଅନେକ କିଛି କାରଣ ହୋଇପାରେ । କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ଅଛି । କମ୍ପ୍ୟୁଟରକୁ ଦୀର୍ଘ ସମୟ ଧରି ଅନାଇବା ଦ୍ୱାରା ମଧ୍ୟ ଆଖି ଉପରେ ବଡ଼ ପ୍ରଭାବ ପକାଇଥାଏ । ସେଥିରେ ଜ୍ବଳନ, ଶୁଷ୍କତା ଭଳି ସମସ୍ୟା ବଢିବାରେ ଲାଗିଥାଏ । ଏହା ବ୍ୟତୀତ ନିକଟ ଓ ଦୂର ଦୃଷ୍ଟିଶକ୍ତି ଖରାପ ହେବା ମଧ୍ୟ ସାଧାରଣ କଥା । ଆଖିର ଆଲୋକ ବଢ଼ାଇବାକୁ ଓ ଏହାକୁ ଅନ୍ୟ ସମସ୍ୟାରୁ ରକ୍ଷା କରିବାକୁ ଏହାର ସମ୍ପୂର୍ଣ୍ଣ ଯତ୍ନ ନେବା ଆବଶ୍ୟକ । ଖାଦ୍ୟ ଓ ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ । କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଛି ଯାହାକୁ ଗ୍ରହଣ କରିବା ଆବଶ୍ୟକ । ଏଥି ମଧ୍ୟରୁ ଗୋଟିଏ ହେଉଛି ନିୟମିତ ଭାବରେ ଚେକଅପ୍ କରିବା ଓ ଆପଣ କିଛି ପଦ୍ଧତି ଅନୁସରଣ କରି ଆପଣ ଆପଣଙ୍କ ଦୃଷ୍ଟି ଶକ୍ତିର ମଧ୍ୟ ଉନ୍ନତି କରିପାରିବେ ।
ଏହି ନିୟମଗୁଡିକ ଅନୁସରଣ କରନ୍ତୁହେଲ୍ଥଲାଇନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆପଣଙ୍କ ଆଖି କଠିନ ପରିଶ୍ରମ କରେ ତେଣୁ ଏହାକୁ ମଧ୍ୟ ଏକ ବିରତି ଆବଶ୍ୟକ । ଅନ୍ୟଥା ଆଖିରେ ଶୁଷ୍କତା ଏକ ସମସ୍ୟା ହୋଇପାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ ଏହା ଜରୁରୀ ଯେ ଯଦି ଆପଣ ଦୀର୍ଘ ସମୟ ଧରି କମ୍ପ୍ୟୁଟରରେ କାମ କରନ୍ତି ତେବେ ୨୦-୨୦-୨୦ ନିୟମ ଅନୁସରଣ କରନ୍ତୁ । ଏହାର ଅର୍ଥ ହେଉଛି ପ୍ରତି ୨୦ ମିନିଟରେ ତୁମ କମ୍ପ୍ୟୁଟରର ସ୍କ୍ରିନରୁ ଆଖିକୁ ହଟାଇବାକୁ ପଡିବ । ଆହୁରି ମଧ୍ୟ ୨୦ ସେକେଣ୍ଡ ପାଇଁ ଅତି କମରେ ୨୦ ଫୁଟ ଦୂରରେ ରଖାଯାଇଥିବା ଜିନିଷକୁ ଯତ୍ନର ସହ ଦେଖିବା ଉଚିତ୍ ।
ଧୂମପାନ ତ୍ୟାଗ କରିବା ଜରୁରୀଧୂମପାନ ଆପଣଙ୍କ ଫୁସଫୁସ ଓ ହାର୍ଟ ପାଇଁ ଖରାପ ହୋଇଥିବାବେଳେ ଏହା ଆପଣଙ୍କ କେଶ, ଚର୍ମ, ଦାନ୍ତ ଯଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ଅଟେ । ଏହା ଆପଣଙ୍କ ଆଖିକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । ଧୂମପାନ ମୋତିଆବିନ୍ଦୁ ଓ ବୟସ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାକୁ ବଢ଼ାଇଥାଏ । ତେଣୁ ଏଥିରୁ ଏକ ଦୂରତା ରଖନ୍ତୁ ।
ନିଜ ପରିବାର ବିଷୟରେ ଜାଣନ୍ତୁକେତେକ ଆଖି ସମସ୍ୟା ବଂଶାନୁକ୍ରମିକ ହୋଇପାରେ । ତେଣୁ ଆପଣ ପରିବାରର ସଦସ୍ୟମାନଙ୍କ ଆଖିର ଅବସ୍ଥା ବିଷୟରେ ଆପଣ ନିଶ୍ଚୟ ଜାଣିବା ଆବଶ୍ୟକ । ଆଖି ସମ୍ବନ୍ଧୀୟ ରୋଗରେ ଏହା ଶୀଘ୍ର ସତର୍କତା ଅବଲମ୍ବନ କରିବାରେ ସାହାଯ୍ୟ କରିପାରେ ।
ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତୁଆପଣଙ୍କ ଆଖି ଜୀବାଣୁ ଓ ସଂକ୍ରମଣ ପାଇଁ ଅସୁରକ୍ଷିତ ହୋଇପାରେ ଓ ଏହା ଆଖିରେ ଉତ୍ତେଜନା ସୃଷ୍ଟି କରିପାରେ । ଏହା ଦର୍ଶନକୁ ପ୍ରଭାବିତ କରିପାରେ । ତେଣୁ ଆଖି କିମ୍ବା କଣ୍ଟାକ୍ଟ ଲେନ୍ସକୁ ଛୁଇଁବା ପୂର୍ବରୁ ସବୁବେଳେ ହାତକୁ ଭଲ ଭାବରେ ସଫା କରନ୍ତୁ । ଯଦି ଆଖିରେ କୌଣସି ସଂକ୍ରମଣ ନ ପହଞ୍ଚିବାକୁ ଚାହୁଁଛନ୍ତି ତେବେ ହାତ ଧୋଇ ଲେନ୍ସକୁ ଡିଜେନ୍ସିଫ୍ କରିବା ଜରୁରୀ ଅଟେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।