Jio ଓ Airtelର ଏହି ପ୍ଲାନ୍ ନେଇ ମୋବାଇଲ ଫୋନ୍‌ରେ ମାଗଣାରେ ଦେଖନ୍ତୁ IPL 2020

ଉଭୟ ରିଲାଏନ୍ସ ଜିଓ (Reliance Jio) ଓ ଭାରତୀ ଏୟାରଟେଲ (Airtel) ଏପରି କେତେକ ଯୋଜନା ଆଣିଛନ୍ତି ଯେଉଁଥିରେ ଡିଜନି + ହଟଷ୍ଟାର ଭିଆଇପି (Disney+ Hotstar VIP) ସବସ୍କ୍ରିପସନ୍ ମାଗଣାରେ ଦିଆଯାଉଛି ।

Jio ଓ Airtelର ଏହି ପ୍ଲାନ୍ ନେଇ ମୋବାଇଲ ଫୋନ୍‌ରେ ମାଗଣାରେ ଦେଖନ୍ତୁ IPL 2020
IPL ଆରମ୍ଭ ହୋଇଯାଇଛି
  • News18 Odia
  • Last Updated: September 19, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଆରମ୍ଭ ହୋଇଯାଇଛି । ଯଦି ଆପଣ ଜଣେ କ୍ରିକେଟ୍ ପ୍ରେମୀ ଓ IPL 2020 ଦେଖିବାକୁ ଚାହାଁନ୍ତି, ତେବେ ଟେଲିକମ୍ କମ୍ପାନୀଗୁଡ଼ିକ ଅନେକ ନୂଆ ପ୍ରିପେଡ୍ ଯୋଜନା ଆଣିଛନ୍ତି, ଯାହା ଦ୍ୱାରା ଗ୍ରାହକମାନେ ମାଗଣାରେ IPL ଉପଭୋଗ କରିପାରିବେ ।

ରିଚାର୍ଜ ଯୋଜନା ବିଷୟରେ କହିବାକୁ ଗଲେ ଉଭୟ ରିଲାଏନ୍ସ ଜିଓ (Reliance Jio) ଓ ଭାରତୀ ଏୟାରଟେଲ (Airtel) ଏପରି ଅନେକ ଯୋଜନା ଆଣିଛନ୍ତି ଯେଉଁଥିରେ ଡିଜନି + ହଟଷ୍ଟାର ଭିଆଇପି (Disney+ Hotstar VIP) ସବସ୍କ୍ରିପସନ୍ ମାଗଣାରେ ଦିଆଯାଉଛି । ଆଇପିଏଲର ପ୍ରଥମ ମ୍ୟାଚ୍ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଛି ।

ସର୍ବ ପ୍ରଥମେ ଜିଓର (Jio) ପ୍ଲାନ୍‌ ବିଷୟରେ ଜାଣନ୍ତୁ । କମ୍ପାନୀ ନିକଟରେ ଜିଓ କ୍ରିକେଟ୍ କ୍ୟାଟେଗୋରୀରେ ଏକ ଯୋଜନା ଆରମ୍ଭ କରିଛି । ଏଗୁଡ଼ିକ ଏମିତି ପ୍ରିପେଡ୍ ଯୋଜନା ଯେଉଁଥିରେ ଡିଜ୍ନି + ହଟଷ୍ଟାର୍ VIPର ମାଗଣା ସବସ୍କ୍ରିପସନ୍ ଦିଆଯାଉଛି ଓ ଗ୍ରାହକମାନେ ଏହା ଦ୍ୱାରା IPL ମାଗଣାରେ ଦେଖିପାରୁଛନ୍ତି ।

୪୯୯ ଟଙ୍କା ଡାଟା ଆଡ୍‌-ଅନ୍ ପ୍ୟାକ୍

ଜିଓର ୪୯୯ ଟଙ୍କା ଡାଟା ଆଡ୍-ଅନ୍‌ ପ୍ୟାକ ଅଛି, ଯେଉଁଥିରେ ୪୯୯ ଟଙ୍କାରେ ଜିଓ ତରଫରୁ ପ୍ରତି ଦିନ ୧.୫ ଜିବି ଡାଟା ଆଡ୍-ଅନ୍‌ ପ୍ୟାକ୍‌ ମିଳୁଛି । ଡିଜ୍ନି + ହଟଷ୍ଟାର୍ VIP ସବସ୍କ୍ରିପସନ୍ ବି ଏଥିରେ ମିଳୁଛି । ଏହି ପ୍ୟାକଗୁଡିକର ବୈଧତା ୫୬ ଦିନ ।

777 ଟଙ୍କା ବାଲା ପ୍ଲାନ୍‌

ଏହି ରିଚାର୍ଜ ଯୋଜନାରେ ପ୍ରତି ଦିନ ୧.୫ ଜିବି ଡାଟା ଦିଆଯାଉଛି । ଏହା ସହ ଅସୀମିତ ଭଏସ୍ କଲିଂ ଓ ଏକ ବର୍ଷ ପାଇଁ ଡିଜନି + ହଟଷ୍ଟାର୍ ଭିଆଇପି ସବସ୍କ୍ରିପସନ୍ ବି ଦିଆଯାଉଛି ।

୫୯୯ ଟଙ୍କାର ଏୟାରଟେଲ ପ୍ଲାନ୍‌

ଯଦି ଆପଣ ଜଣେ ଏୟାରଟେଲ ଗ୍ରାହକ ଓ ମାଗଣାରେ IPL 2020 ଦେଖିବାକୁ ଚାହୁଁଛନ୍ତି, ତେବେ ଇଣ୍ଡିଆନ୍ ଏୟାରଟେଲ୍ ବି କେତେକ ଯୋଜନା ପ୍ରଦାନ କରୁଛି । କମ୍ପାନୀର ୫୯୯ ଟଙ୍କା ବାଲା ଯୋଜନାରେ ଗ୍ରାହକମାଙ୍କୁ ୫୬ ଦିନର ବୈଧତା ସହିତ ପ୍ରତି ଦିନ ୨ ଜିବି ଡାଟା ମିଳୁଛି ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ଭଲ କଥା ହେଉଛି ସବୁ ନେଟୱାର୍କରେ ପ୍ରତି ଦିନ ଅସୀମିତ ଭଏସ୍‌ କଲିଂ ଓ ୧୦୦ଟି ମାଗଣା SMSର ଲାଭ ବି ଦିଆଯାଇଛି । ଏୟାରଟେଲର ଏହି ଯୋଜନାରେ ଗ୍ରାହକମାନେ ଡିଜ୍ନି + ହଟଷ୍ଟାର ଭିଆଇପିର OTT ଲାଭ ପାଇଥାନ୍ତି । ଏହା ସହିତ ଆପର ଏକ ସଦସ୍ୟତା ବି ବର୍ଷକ ପାଇଁ ଦିଆଯାଉଛି ।



ଏୟାରଟେଲର ପୂରା ବର୍ଷ ଚାଲୁଥିବା ପ୍ଲାନ୍‌

ଏୟାରଟେଲର ଦ୍ୱିତୀୟ ଯୋଜନା ୩୬୫ ଦିନର ବୈଧତା ସହିତ ଆସିଛି । ଏହି ଯୋଜନାର ଦାମ୍‌ ହେଉଛି ୨,୬୯୮ ଟଙ୍କା । ଏହି ପ୍ରିପେଡ୍ ଯୋଜନାରେ ଉପଭୋକ୍ତାମାନେ ପ୍ରତି ଦିନ ୨ ଜିବି ହାଇ-ସ୍ପିଡ୍ ଡାଟା ପାଆନ୍ତି । ଏହି ଯୋଜନା ସବୁ ନେଟୱାର୍କ ପାଇଁ ମାଗଣା ଭଏସ୍‌ କଲିଂ ପ୍ରଦାନ କରିବା ସହିତ ବ୍ୟବହାରକାରୀଙ୍କୁ ଡିଜ୍ନି + ହଟଷ୍ଟାର VIPର ଏକ ବର୍ଷର ସଦସ୍ୟତା ପ୍ରଦାନ କରୁଛି ।
Published by: Anand Shankar Thankur Das
First published: September 19, 2020, 11:59 PM IST
corona virus btn
corona virus btn
Loading