News18 Odia Digital
ନୂଆ ଦିଲ୍ଲୀ: କରୋନା ସଙ୍କଟ ସମୟରେ ଆପଣ ବି ଯଦି ରୋଜଗାର କରିବାର ସୁଯୋଗ ଖୋଜୁଛନ୍ତି ତେବେ ଆପଣଙ୍କ ପାଖରେ ଲକ୍ଷପତି ହେବାର ଏକ ସୁଯୋଗ ଅଛି । ଏଥି ପାଇଁ ଆପଣଙ୍କୁ ବିଶେଷ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଖରେ କେବଳ ୫ ଟଙ୍କା ଓ ୧୦ ଟଙ୍କାର ପୁରୁଣା ମୁଦ୍ରା ରହିଥିବା ଉଚିତ୍ । ଆପଣଙ୍କୁ ସେହି ପୁରୁଣା ମୁଦ୍ରାର ଫଟୋ ଏକ ୱେବସାଇଟରେ ଦେବାକୁ ହେବ । ତା’ ପରେ ଆପଣଙ୍କ ମୁଦ୍ରା ପାଇଁ ଅକ୍ସନ୍ (ନିଲାମ ପ୍ରକ୍ରିୟା) ହେବ ଓ ଆପଣ ସେହି ମୁଦ୍ରାକୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏବେ ଜାଣନ୍ତୁ କେଉଁ ପ୍ରକାରର ୫ ଓ ୧୦ ଟଙ୍କିଆ ମୁଦ୍ରା ଏଥି ପାଇଁ ଦରକାର ଯାହା ଦ୍ୱାରା ଆପଣ ଏମିତି ରୋଜଗାର କରିପାରିବେ ।
କେଉଁ ମୁଦ୍ରା ଲକ୍ଷପତି କରିବ?ମିଡିଆ ରିପୋର୍ଟ ଅନୁଯାୟୀ ପୁରୁଣା ମୁଦ୍ରା ଓ ନୋଟ୍ ଇଣ୍ଡିଆ ମାର୍ଟର (India Mart) ୱେବସାଇଟରେ ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଆନ୍ତି, ତେବେ ଆପଣଙ୍କର ସେହି ହବି ଆପଣଙ୍କୁ ଏବେ ଲକ୍ଷପତି କରିପାରେ । ଏଥି ପାଇଁ ଆପଣଙ୍କୁ ୧୦ କିମ୍ବା ୫ ଟଙ୍କାର ସେହି ପୁରୁଣା ମୁଦ୍ରା ଦରକାର ଯେଉଁଥିରେ ବୈଷ୍ଣୋ ମାତାଙ୍କ ଛବି ଥିବ ।
ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନବୈଷ୍ଣୋ ଦେବୀଙ୍କ ୫ ଓ ୧୦ ଟଙ୍କା ମୁଦ୍ରାର ଚାହିଦା ବଢ଼ୁଛିଆଜିକାଲି ଟଙ୍କା ରୋଜଗାରର ଉପାୟ ଇ-କମର୍ସ (e-commerce) ୱେବସାଇଟରେ ବି ଟ୍ରେଣ୍ଡ ହେଉଛି । ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣୋ ଦେବୀଙ୍କର ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି, ତେବେ ଆପଣ ତାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁଅସଲରେ ବୈଷ୍ଣୋ ଦେବୀ ମାତା ରାଣୀଙ୍କ ଛବି ଥିବାରୁ ଲୋକେ ଏହି ମୁଦ୍ରାଗୁଡ଼ିକୁ ବହୁତ ଭାଗ୍ୟବାନ (ଲକି) ମନେ କରୁଛନ୍ତି । ହିନ୍ଦୁ ଧର୍ମରେ ମାତା ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଏ । ତେଣୁ ଲୋକେ ଏହି ମୁଦ୍ରା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଆପଣ କେତେ ଟଙ୍କା ରୋଜଗାର କରିପାରିବେ?ଏହି ମୁଦ୍ରାଗୁଡ଼ିକୁ ନିଲାମରେ ବିକ୍ରି କରି ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହା ବ୍ୟତୀତ ଆପଣ ଏହି ମୁଦ୍ରାଗୁଡ଼ିକର ବିଡିଂ ସମୟରେ ମଧ୍ୟ ଏହା ଉପରେ ନିଜେ ଦାମ୍ ଲଗାଇପାରିବେ ।
ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଆଦିବାସୀ ଯୁବକଏହି ମୁଦ୍ରାଗୁଡ଼ିକୁ କେଉଁଠି ବିକ୍ରି କରିପାରିବେ?ଇଣ୍ଡିଆ ମାର୍ଟରେ ଏହି ମୁଦ୍ରାଗୁଡ଼ିକୁ ଘରେ ବସି ଭଲ ଦାମରେ ବିକ୍ରି କରାଯାଇପାରୁଛି । ଏହି ପ୍ଲାଟଫର୍ମଗୁଡିକରେ ଆପଣଙ୍କୁ ଏହି ମୁଦ୍ରାଗୁଡ଼ିକ ପାଇଁ ଭଲ ଦାମ୍ ମିଳିବ । ଏହି କମ୍ପାନୀର ୱେବସାଇଟ୍ ପରିଦର୍ଶନ କରି ଆପଣ ଏହି ମୁଦ୍ରା ବିକ୍ରି କରିପାରିବେ । ଏହାର ପ୍ରତିବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ ।
ଏହି ନୋଟ୍ ବିକି ଆପଣ ୨୫ ହଜାର ଟଙ୍କା ରୋଜଗାର କରିପାରିବେବ୍ରିଟିଶମାନେ ଭାରତରେ ରାଜୁତି କରୁଥିବା ବେଳେ ଏପରି ଅନେକ ନୋଟ୍ ଚାଲୁଥିଲା ଯାହାକୁ ବର୍ତ୍ତମାନ ଅନେକ ଲୋକ ଜାଣି ହିଁ ନ ଥିବେ । ପ୍ରଥମ ୧୦ ଟଙ୍କିଆ ନୋଟରେ ଅଶୋକ ସ୍ତମ୍ଭର ଛବି ଥିଲା । ତିନି ମୁହଁବାଲା ସିଂହର ଛବି ଥିବା ସେହି ନୋଟ୍ ଏବେ ବିରଳ ହୋଇଯାଇଛି । କିନ୍ତୁ ଯଦି ଆପଣଙ୍କ ପାଖରେ ସେହି ନୋଟ୍ ଅଛି, ତେବେ ଆପଣଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ । ଏହି ଗୋଟିଏ ନୋଟ୍ ପ୍ରତିବଦଳରେ ଆପଣଙ୍କୁ ୨୦ରୁ ୨୫ ହଜାର ଟଙ୍କା ମିଳିବ । ଭଲ କଥା ହେଉଛି ଆପଣ ଏହି ନୋଟକୁ ଘରେ ବସି ଅନଲାଇନରେ ବିକ୍ରି କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।