୧ ମାର୍ଚ୍ଚରୁ ବଦଳିଯିବ ଏହି ଗୁରୁତ୍ୱପୂର୍ଣ୍ଣ ନିୟମ; ଆଜି ହିଁ ଜାଣି ନିଅନ୍ତୁ ନଚେତ୍ ହୋଇପାରେ ଅସୁବିଧା
Changes from 1st March: ୧ ମାର୍ଚ୍ଚ ୨୦୨୧ ରୁ ଆପଣଙ୍କ ବ୍ୟାଙ୍କ ଓ ଟଙ୍କା ସହିତ ଜଡିତ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆପଣ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ନିଶ୍ଚୟ ଜାଣି ନିଅନ୍ତୁ…

୧ ମାର୍ଚ୍ଚରୁ ବଦଳିଯିବ ଏହି ଗୁରୁତ୍ୱପୂର୍ଣ୍ଣ ନିୟମ
- News18 Odia
- Last Updated: February 28, 2021, 1:17 PM IST
ନୂଆ ଦିଲ୍ଲୀ:୧ ମାର୍ଚ୍ଚ ୨୦୨୧ ରୁ (Changes from 1st March) ଆପଣଙ୍କ ବ୍ୟାଙ୍କ ଓ ଟଙ୍କା ସହିତ ଜଡିତ ଅନେକ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି । ତେଣୁ ଆପଣ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ନିଶ୍ଚୟ ଜାଣିନିଅନ୍ତୁ । ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ଠାରୁ ବ୍ୟାଙ୍କର IFSC କୋଡ୍ ପର୍ଯ୍ୟନ୍ତ ଅନେକ କିଛିରେ ପରିବର୍ତ୍ତନ ଦେଖାଯିବ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତୁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ କହୁଛୁ…
BoB ରେ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ଉଭୟ ବ୍ୟାଙ୍କର IFSC କୋଡ୍ ବର୍ତ୍ତମାନ ୧ ମାର୍ଚ୍ଚ ୨୦୨୧ ରେ ପରିବର୍ତ୍ତନ ହେବ । ଫଳରେ ଆପଣ ପୁରୁଣା IFSC କୋଡ୍ ସହିତ କାରବାର କରିବାକୁ ସମର୍ଥ ହେବେ ନାହିଁ । ବ୍ୟାଙ୍କ ଅଫ୍ ବରୋଦା ଏହା ମଧ୍ୟ କହିଛି ଯେ ଗ୍ରାହକମାନେ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ନୂତନ MICR କୋଡ୍ ସହିତ ଚେକ୍ ବୁକ୍ ପାଇପାରିବେ ।
ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍ ବରୋଦା (BoB) ସହିତ ମିଶ୍ରଣ ୧ ଏପ୍ରିଲ ୨୦୧୯ ରୁ ଲାଗୁ ହେଲା । ଏହା ପରେ ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କର ଗ୍ରାହକମାନେ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ହୋଇଥିଲେ ।
୨. ମିଶ୍ରଣ ପରେ PNSC IFSC କୋଡ୍ ମଧ୍ୟ ପରିବର୍ତ୍ତନ କରିବ
୩. ମାର୍ଚ୍ଚ ୧ ରୁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ
ହୋଲି ପୂର୍ବରୁ ମାର୍ଚ୍ଚ ୧ ତାରିଖରୁ ଅନେକ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ଭାରତୀୟ ରେଳ ଘୋଷଣା କରିଛି । ଉତ୍ତର ପ୍ରଦେଶ ଏବଂ ବିହାରର ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳରୁ ସର୍ବାଧିକ ଆରାମ ପାଇବେ । ଏହା ବ୍ୟତୀତ ୱେଷ୍ଟର୍ନ ରେଳବାଇ ୧୧ ଟି ଯୋଡି ଅର୍ଥାତ୍ ବିଭିନ୍ନ ମାର୍ଗରେ ୨୨ ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ଗୁଡିକ ଦିଲ୍ଲୀ, ମଧ୍ୟ ପ୍ରଦେଶ, ମୁମ୍ବାଇ ସମେତ ଅନେକ ରୁଟ୍ ମଧ୍ୟରେ ଚାଲିବ । କିଛି ଟ୍ରେନ୍ ଏଥିରେ କାର୍ଯ୍ୟ ଆରମ୍ଭ କରିଛି । ଏଥି ସହିତ କିଛି ଟ୍ରେନ୍ ୧ ମାର୍ଚ୍ଚ ୨୦୨୧ ରୁ କାର୍ଯ୍ୟକ୍ଷମ ହେବ ।
୪. ଗ୍ୟାସ୍ ସିଲିଣ୍ଡର ଦର ପରିବର୍ତ୍ତନ ହେବ
ଯଦି ସରକାରୀ ତୈଳ କମ୍ପାନୀଗୁଡିକ ମାସର ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡରର ଦରରେ ସମୀକ୍ଷା କରନ୍ତି । ତେବେ ୧ ମାର୍ଚ୍ଚରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିପାରେ । ଯଦିଓ ଫେବୃଆରୀ ମାସରେ କମ୍ପାନୀଗୁଡିକ ସିଲିଣ୍ଡରର ଦରରେ ତିନିଥର ବୃଦ୍ଧି କରିଛନ୍ତି ।
୫. ମାର୍ଚ୍ଚରେ ବ୍ୟାଙ୍କଗୁଡିକ ୧୧ ଦିନ ପାଇଁ ବନ୍ଦ ରହିବ
ମାର୍ଚ୍ଚରେ କ୍ରମାଗତ ୧୧ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏଥିମଧ୍ୟରୁ ମାର୍ଚ୍ଚ ୫, ମାର୍ଚ୍ଚ ୧୧, ମାର୍ଚ୍ଚ ୨୨, ମାର୍ଚ୍ଚ ୨୯ ଓ ମାର୍ଚ୍ଚ ୩୦ ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ୪ଟି ରବିବାର ଓ ଦ୍ୱିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ସମୁଦାୟ ୧୧ ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ ।