News 18 Odia Digital
ଭୁବନେଶ୍ୱର: ଆସନ୍ତାକାଲି ବଡ଼ ଆକାରରେ ହୋଇପାରେ ଡ୍ରାଇଭର ମହାସଂଘର (drivers union) ଆନ୍ଦୋଳନ । ବିଭିନ୍ନ ଡ୍ରାଇଭର ସଂଘର ପ୍ରତିନିଧି ଆଜି ବୈଠକରେ ବସିଛନ୍ତି । ରାଜଧାନୀ ଭୁବନେଶ୍ୱରରେ (bhubaneswar) ଆନ୍ଦୋଳନର ଆୟୋଜନ କରାଯାଉଛି । ବିଭିନ୍ନ ସ୍ଥାନରୁ ଡ୍ରାଇଭରମାନେ ଆସି ଭୁବନେଶ୍ୱରରେ ଏକଜୁଟ୍ ହେବେ । ସବୁ ବ୍ଲକ ଓ ସଦର ମହକୁମାରେ ବି ଆନ୍ଦୋଳନ (protest) କରିବେ ଡ୍ରାଇଭର । ୧୨ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ମହାସଂଘ । ଆନ୍ଦୋଳନ ହେଲେ ସାରା ରାଜ୍ୟରେ ପ୍ରଭାବିତ ହୋଇପାରେ ଗାଡ଼ି ଚଳାଚଳ ।
ଗତବର୍ଷ ଯେତେବେଳେ ଗାଡ଼ି ଚାଳକମାନେ ରାଜଧାନୀକୁ ଆସି ଆନ୍ଦୋଳନ କରିଥିଲେ ସେତେବେଳେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜଧାନୀର ବିଭିନ୍ନ ପ୍ରବେଶ ପଥ ଦେଇ ସହର ଭିତରକୁ ମାଡ଼ି ଆସିଥିଲେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର । ପୂରା ଭୁବନେଶ୍ୱରକୁ କବ୍ଜା କରି ନେଇଥିବା ପରି ଲାଗୁଥିଲା । ଫଳରେ ରାଜଧାନୀରେ ସୃଷ୍ଟି ହୋଇଥିଲା ଗୁରୁତର ଟ୍ରାଫିକ ସମସ୍ୟା । ଭିଡ଼ ଭିତରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଫସିରହିବା ସହ ଖୁବ୍ ହନ୍ତସନ୍ତ ହୋଇଥିଲେ । ଏଥର ପୁଣି ଥରେ ସମାନ ସ୍ଥିତି ଉପୁଜିବା ଆଶଙ୍କା ରହିଛି ।
https://www.youtube.com/watch?v=SVWk0p8hMos
ତେବେ ସୂଚନା ମିଳିଛି ଡ୍ରାଇଭର ମହାସଂଘର ଧର୍ମଘଟରେ ସାମିଲ ହେବ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ । ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆସନ୍ତାକାଲି ରାଜ୍ୟର ସବୁ ରୁଟ୍ରେ ଘରୋଇ ବସ୍ ଚଳାଚଳ କରିବ । ଏହି ଧର୍ମଘଟ ବେଳେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ନିବେଦନ କରିଛି ଘରୋଇ ବସ୍ ମାଲିକ ସଂଘ ।
ଏହି ଖବର ପଢ଼ନ୍ତୁ -
http://ଭଗବାନ କୃଷ୍ଣଙ୍କୁ ବିବାହ କଲେ ଏଲଏଲବି ଛାତ୍ରୀ: କନ୍ୟାଦାନ କଲେ ମାଆ, ବାପାଡ୍ରାଇଭର ଧର୍ମଘଟ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅପରାହ୍ନ ୪ଟାରେ ସମୟରେ ଡ୍ରାଇଭର ମିଳିତ ମଞ୍ଚ ସହ ବୈଠକ କରୁଛନ୍ତି । ସେମାନଙ୍କର କି କି ଦାବି ରହିଛି, ତା ଉପରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।