ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁରରେ ହେବ ସ୍ମାର୍ଟ କ୍ଲାସ; ଏଥର ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍ଦାଜ

ବ୍ରହ୍ମପୁରରେ ହେବ ସ୍ମାର୍ଟ କ୍ଲାସ; ଏଥର ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍ଦାଜ

ସହରରେ ବର୍ତ୍ତମାନ ସାତଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଚାରୋଟି ବିଦ୍ୟାଳୟର ସ୍ମାର୍ଟ କ୍ଲାସ ଆସନ୍ତା ନଭେମ୍ବର ୧୪ ତାରିଖରେ ଉଦ୍‌ଘାଟନ ହେବ ।

ବ୍ରହ୍ମପୁରରେ ହେବ ସ୍ମାର୍ଟ କ୍ଲାସ; ଏଥର ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍ଦାଜ
ବ୍ରହ୍ମପୁରରେ ହେବ ସ୍ମାର୍ଟ କ୍ଲାସ
  • News18 Odia
  • Last Updated: September 23, 2021, 5:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗ୍ରାମାଞ୍ଚଳ ପରେ ବର୍ତ୍ତମାନ ସହରାଞ୍ଚଳରେ ହେବ ସ୍ମାର୍ଟ ସ୍କୁଲ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବର୍ତ୍ତମାନ ସ୍ମାର୍ଟ କ୍ଲାସରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଠିକ୍‌ ସେଭଳି ସ୍ମାର୍ଟ ସ୍କୁଲର କାର୍ଯ୍ୟ ଚାଲୁ ରହିଛି । ସହରର ସାତଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ କରାଯିବ । ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଆଧୁନିକିକରଣ ବିଜ୍ଞାନଗାରା, ଇ-ଲାଇବ୍ରେରୀ, ଉନ୍ନତମାନର ପରିଶ୍ରାଗାରା, ବଗିଚା ସହ ଅନ୍ୟାନ୍ୟ ସୁବିଧା ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଲବ୍ଧ ହେବ ।

ସହରରେ ବର୍ତ୍ତମାନ ସାତଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଚାରୋଟି ବିଦ୍ୟାଳୟର ସ୍ମାର୍ଟ କ୍ଲାସ ଆସନ୍ତା ନଭେମ୍ବର ୧୪ ତାରିଖରେ ଉଦ୍‌ଘାଟନ ହେବ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ତିନିଟି ବିଦ୍ୟାଳୟର ସ୍ମାର୍ଟ କ୍ଲାସର ଶୁଭାରମ୍ଭ କରାଯିବ । ଏହି ସ୍ମାର୍ଟ କ୍ଲାସ ଦ୍ବାରା ଘରୋଇ ବିଦ୍ୟାଳୟ ଅପେକ୍ଷା ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପାଠପଢ଼ିବା ନିମନ୍ତେ ଆଗ୍ରହ ବୃଦ୍ଧି ହେବା ସହିତ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ହୋଇପାରିବ ।

ସ୍ମାର୍ଟ କ୍ଲାସରେ ପାଠ ପଢ଼ି ସ୍ମାର୍ଟ୍‌ ହେବେ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ସ୍ମାର୍ଟ୍ କ୍ଲାସ ଆରମ୍ଭ ହୋଇଥିବା ବେଳେ ଏବେ ସହର ଉପରେ ନଜର ପଡ଼ିଛି । ବ୍ରହ୍ମପୁର ସହରର ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ହେବ ସ୍ମାର୍ଟ କ୍ଲାସ । ସହରର ମୋଟ ସାତଟି ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ କରାଯିବ । ପ୍ରଥମ ପର୍ଯ୍ୟାୟରେ ଚାରୋଟି ଓ ଦ୍ବିତୀୟ ପର୍ଯ୍ୟାୟରେ ତିନୋଟି ବିଦ୍ୟାଳୟରେ ହେବ ସ୍ମାର୍ଟ କ୍ଲାସ ।

ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ‘‘ଏହି ସ୍ମାର୍ଟ କ୍ଲାସରେ ଛାତ୍ରଛାତ୍ରୀ ମାନେ କଳାପଟା ବଦଳରେ ଟିଭି ମାଧ୍ୟମରେ ପାଠପଢ଼ି ପାରିବେ । ଏହାଛଡ଼ା ଆଧୁନିକିରଣ ବିଜ୍ଞାନଗାରା, ଇ-ଲାଇବ୍ରେରୀ, ଉନ୍ନତମାନର ପରିଶ୍ରାଗାରା, ଖେଳପଡ଼ିଆ, ବଗିଚା ସହ ଛାତ୍ରଛାତ୍ରୀ ମାନେ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଚାଲୁ ରହିଥିବା ଚାରୋଟି ବିଦ୍ୟାଳୟର ସ୍ମାର୍ଟ କ୍ଲାସ ଆସନ୍ତା ନଭେମ୍ବର ୧୪ ତାରିଖ ସୁଦ୍ଧା ଶେଷ ହୋଇ ଛାତ୍ରଛାତ୍ରୀ ମାନେ ପାଠପଢ଼ିବେ ।’’

ସିଟି ହାଇସ୍କୁଲର ଶିକ୍ଷକ ପନ୍ନଗ ଭୁଷଣ ମାଝି କହିଛନ୍ତି, ‘‘ଏହି ସ୍ମାର୍ଟ କ୍ଲାସ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ । ସ୍ମାର୍ଟ କ୍ଲାସରେ ବସି ପାଠ ପଢ଼ିବା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କର କୌଣସି ବିଷୟରେ ଆଉ ସନ୍ଦେହ ରହିବ ନାହିଁ । ଇ-ଲାଇବ୍ରେରୀ ଦ୍ବାରା ନିଜର ମନ ମୁତାବକ ବହି ଇଣ୍ଟରନେଟ୍ ମାଧ୍ୟମରେ ପାଇପାରିବା ସହିତ ତାହାକୁ ପଢ଼ି ଭଲ ନମ୍ବର ରଖିବେ ପରୀକ୍ଷାରେ । ସେହିପରି ବିଜ୍ଞାନଗାରାରେ ମଧ୍ୟ ଛାତ୍ରଛାତ୍ରୀ ମାନେ କିଛି ନୂଆ ସୃଷ୍ଟି କରିବା ପାଇଁ ମନୋବୃତ୍ତି ରଖି କାମ ଶିଖିପାରିବେ ।’’

ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଚାହିଁଥାନ୍ତି ଭଲ ବିଦ୍ୟାଳୟରେ ପାଠ ପଢ଼ିବେ । ପାଠପଢ଼ିବା କ୍ଷେତ୍ରରେ କୌଣସି ପ୍ରକାରର ଯେଭଳି ଅସୁବିଧାର ରହିବ ନାହିଁ । ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଘରୋଇ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ସେମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରୁଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତ ପ୍ରକାରର ସୁବିଧା ପାଇବା ପାଇଁ ଆଉ ଘରୋଇ ବିଦ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ।

ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ସାଗରିକା ମହାପାତ୍ର କହିଛନ୍ତି, ‘‘ସରକାରୀ ବିଦ୍ୟାଳୟରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ । ଉତ୍ତମ ପରିବେଶ ସାଙ୍ଗକୁ ଇ-ଲାଇବ୍ରେରୀ, ସେହିପରି ବିଜ୍ଞାନଗାରା ସାଙ୍ଗକୁ ଉନ୍ନତ ମାନର ଶ୍ରେଣୀଗୃହ । ଯାହାକି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିଲେ ବର୍ତ୍ତମାନ ସ୍ମାର୍ଟ କ୍ଲାସ ହେବା ପରେ ଆଉ ଅନୁପସ୍ଥିତ ରହିବେ ନାହିଁ । ଖୁବଶୀଘ୍ର କିଭଳି ସ୍ମାର୍ଟ କ୍ଲାସ ହେବ ତାହାକୁ ଚାହିଁ ବସିଛନ୍ତି ସମସ୍ତେ ।’’

‘‘ଛାତ୍ରଛାତ୍ରୀଙ୍କ ଭଳି ଅଭିଭାବକ ମାନେ ମଧ୍ୟ ନିଜର ପିଲା ମାନଙ୍କୁ ଘରୋଇ ବିଦ୍ୟାଳୟରେ ପାଠପଢ଼ାଇବା ନିମନ୍ତେ ଭଲ ପାଆନ୍ତି । କାରଣ ଘରୋଇ ବିଦ୍ୟାଳୟରେ ଟଙ୍କା ଅଧିକ ଦେବାକୁ ପଡ଼ିବା ସହିତ ଭଲ ସୁବିଧା ମଧ୍ୟ ମିଳିଥାଏ । ହେଲେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ କ୍ଲାସ ହେବା ପରେ ଆଉ ଖର୍ଚ୍ଚାନ୍ତ ହୋଇ ଘରୋଇ ବିଦ୍ୟାଳୟରେ ନିଜର ପିଲାକୁ ପାଠ ପଢ଼ାଇବାକୁ ପଡ଼ିବ ନାହିଁ । ଘରୋଇ ବିଦ୍ୟାଳୟରେ ଯେଉଁ ସବୁ ସୁବିଧା ଉପଲବ୍ଧ ରହିଛି ତାହାଠାରୁ ଅଧିକ ସରକାରୀ ବିଦ୍ୟାଳୟରେ ସୁବିଧା ଯୋଗାଇ ଦିଆଯାଉଛି ଛାତ୍ରଛାତ୍ରୀଙ୍କୁ । ତେଣୁ ନିଶ୍ଚିତ ଭାବେ ସରକାରୀ ବିଦ୍ୟାଳୟରେ ପାଠପଢ଼ି ବର୍ତ୍ତମାନ ଛାତ୍ରଛାତ୍ରୀ ସ୍ମାର୍ଟ ହେବେ,’’ କହିଛନ୍ତି ଅଭିଭାବକ ସଂଘମିତ୍ରା ଦଳେଇ ।
Published by: Lipina Das
First published: September 23, 2021, 5:48 PM IST