ଭଲ ଖବର! ୨୦୨୧ ରେ ହେବନାହିଁ ଚାକିରିକୁ ନେଇ କୌଣସି ଅସୁବିଧା; ଏହି କମ୍ପାନୀଗୁଡିକ ଦେବ ପ୍ରଚୁର ନିଯୁକ୍ତି

ଭାରତର ୫୩ ପ୍ରତିଶତ କମ୍ପାନୀ କହିଛନ୍ତି ଯେ ସେମାନେ ୨୦୨୧ ରେ ନିଜର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ସର୍ଭେରେ ସାମିଲ ହୋଇଥିବା ୪୩ ପ୍ରତିଶତ କମ୍ପାନୀ କହିଛନ୍ତି ଯେ ସେମାନେ ନିଜର କର୍ମଚାରୀଙ୍କ ପ୍ରତ୍ୟେକ ମାସର ବେତନକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ।

ଭଲ ଖବର! ୨୦୨୧ ରେ ହେବନାହିଁ ଚାକିରିକୁ ନେଇ କୌଣସି ଅସୁବିଧା; ଏହି କମ୍ପାନୀଗୁଡିକ ଦେବ ପ୍ରଚୁର ନିଯୁକ୍ତି
୨୦୨୧ ରେ ହେବନାହିଁ ଚାକିରିକୁ ନେଇ କୌଣସି ଅସୁବିଧା!
  • News18 Odia
  • Last Updated: January 27, 2021, 12:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଗତ ବର୍ଷ କରୋନା ଭାଇରସ ମହାମାରୀ (COVID-19) କାରଣରୁ ଭାରତରେ ଚାକିରିର ସୁଯୋଗ ହ୍ରାସ ପାଇଥାଇପାରେ । କିନ୍ତୁ ଏକ ସର୍ଭେ ଅନୁଯାୟୀ ୫୩ ପ୍ରତିଶତ କମ୍ପାନୀ କହିଛନ୍ତି ଯେ ସେମାନେ ୨୦୨୧ ମସିହାରେ ନିଜର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ଭାରତର ୭୪ ପ୍ରତିଶତରୁ ଅଧିକ ବୈଷୟିକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ଶକ୍ତି ୧୪ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ଚାହୁଁଛନ୍ତି । ବୃତ୍ତିଗତ ସେବା ପ୍ରଦାନକାରୀ ମାଇକେଲ୍ ପେଜ୍ ଇଣ୍ଡିଆର ଟ୍ୟାଲେଣ୍ଟ୍ ଟ୍ରେଣ୍ଡସ୍ ୨୦୨୧ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଅତି କମରେ ୫୩ ପ୍ରତିଶତ କମ୍ପାନୀ ୨୦୨୧ ମସିହାରେ ନୂତନ ନିଯୁକ୍ତି କରିବାକୁ ଯାଉଛନ୍ତି ।

ଦୃଢ଼ ଚାହିଦା ଜାରି ରହିବାର ଆଶା- ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ଯୋଗୁଁ ୨୦୨୦ ମସିହାରେ ନିଯୁକ୍ତି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ୧୮ ପ୍ରତିଶତ ହ୍ରାସ ଘଟିଛି । ମାଇକେଲ ପେଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ନିକୋଲାସ ଡୁମୁଲିନ କହିଛନ୍ତି ଯେ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଇ-ବାଣିଜ୍ୟ ଓ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପରି ଇଣ୍ଟରନେଟ୍ ଭିତ୍ତିକ ବ୍ୟବସାୟ କ୍ଷେତ୍ରରେ ଦୃଢ଼ ଚାହିଦା ଜାରି ରହିବ ବୋଲି ଆଶା କରାଯାଉଛି ।

ବେତନ ବୃଦ୍ଧି ହେବ ଓ ବୋନସ ମଧ୍ୟ ମିଳିବ - ସର୍ଭେ ରିପୋର୍ଟ ଅନୁଯାୟୀ ୬୦ ପ୍ରତିଶତ କମ୍ପାନୀ କହିଛନ୍ତି ଯେ ସେମାନେ ଚଳିତ ବର୍ଷ ଦରମା ବୃଦ୍ଧି କରିବେ । ଏହି ସର୍ଭେରେ ଜଡିତ ୪୩% କମ୍ପାନୀ କହିଛନ୍ତି ଯେ ସେମାନେନିଜ କର୍ମଚାରୀଙ୍କ ପ୍ରତ୍ୟେକ ମାସର ବେତନକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଭାରତରେ ଅଗ୍ରୀମ ପ୍ରଯୁକ୍ତିବିଦ୍ୟା ଯୋଗୁଁ ସଫ୍ଟୱେର୍ ବିକାଶ, ଗେମ୍ ଓ ଆଇଟି ଇଣ୍ଡଷ୍ଟ୍ରିର ବାକି ବିଭାଗରେ ଏକ ବୃଦ୍ଧି ଘଟିଛି । ଦରମା ବୃଦ୍ଧି ବିଷୟରେ କହିବାକୁ ଗଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚଳିତ ବର୍ଷ ସର୍ବାଧିକ 8 ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଏହା ପରେ ଦ୍ରୁତ ଗତିଶୀଳ ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ୭.୬ ପ୍ରତିଶତ ଓ ଇ-ବାଣିଜ୍ୟ ୭.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଆଇଟି କ୍ଷେତ୍ରର ଏହି କମ୍ପାନୀଗୁଡିକ ନିଯୁକ୍ତି ଦେବ - ଦେଶର ଚାରୋଟି ବୃହତ୍ତମ ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ୍, HCL ଓ ୱିପ୍ରୋ ଅକ୍ଟୋବର-ଡିସେମ୍ବର କ୍ୱାର୍ଟର ୩୬୪୮୭ କର୍ମଚାରୀ ନିଯୁକ୍ତ କରିଛନ୍ତି । ଗତ ବର୍ଷର ତୃତୀୟ କ୍ୱାର୍ଟରରେ, ଏହି ଚାରୋଟି କମ୍ପାନୀ ମିଳିତ ଭାବରେ କେବଳ ୧୦୮୨୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ସେହି ଅନୁଯାୟୀ ତୃତୀୟ କ୍ୱାର୍ଟରରେ ନିଯୁକ୍ତିରେ ୨୪୦ ପ୍ରତିଶତ ଉଚ୍ଚତାକୁ ଛୁଇଁଛି । ପରବର୍ତ୍ତୀ ଆର୍ଥିକ ବର୍ଷରେ (୨୦୨୧-୨୨) ନିଯୁକ୍ତିର ଏହି ଗତି ଜାରି ରହିବ ବୋଲି ବିଶ୍ୱାସ କରାଯାଉଛି । ରିପୋର୍ଟ ଅନୁଯାୟୀ ଏହି ଚାରିଟି କମ୍ପାନୀ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୯୧୦୦୦ ଫ୍ରେଶର୍ ନିଯୁକ୍ତି କରିବାକୁ ଯୋଜନା କରୁଛନ୍ତି ।
Published by: Jagdish Barik
First published: January 27, 2021, 12:06 PM IST