ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ; ଗୋଟିଏ ବି ଅଧିକ ଟଙ୍କାର ବିଲ ନେଉନାହୁଁ: ଟାଟା ପାୱାର

ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ଆଗକୁ ସମସ୍ଯା ହେବ ନାହିଁ ଓ ଭଲ ବିଦ୍ଯୁତ ମିଳିବ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ମତ ରଖିଛନ୍ତି ।

ଆଗକୁ ବିଜୁଳି କାଚ ସମସ୍ଯା ରହିବନି (ପ୍ରତୀକାତ୍ମକ ଛବି)

ଆଗକୁ ବିଜୁଳି କାଚ ସମସ୍ଯା ରହିବନି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାରମ୍ୱାର ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। ଏନେଇ ଟାଟା ପାୱାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗକୁ ସମସ୍ଯା ହେବ ନାହିଁ ଓ ଭଲ ବିଦ୍ଯୁତ ମିଳିବ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ମତ ରଖିଛନ୍ତି ।

ଶ୍ରୀ ସରକାର କହିଛନ୍ତି,"ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ଆମକୁ ମେଣ୍ଟେନାସ କାମ ଆମକୁ କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ଓ ବାତ୍ୟା ପାଇଁ ମେଣ୍ଟେନାସ କରି ପାରି ନଥିଲୁ। ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ ସେଥିପାଇଁ କାମ ଚାଲିଛି" ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ଦିନ ସମୟରେ କାମ କେମିତି କମ ହେବ ସେ ନେଇ ଆମେ ଚେଷ୍ଟା କରିବୁ । ମେଣ୍ଟେନାସ କାମ କେବଳ ସକାଳ ସମୟରେ ହେବ । ଗତବର୍ଷ ୨୫୦ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ । ଯାହା ନିୟମ ଅଛି ସେଥିରୁ ଗୋଟିଏ ବି ଅଧିକ ପଇସା ନେଉ ନାହୁଁ । ଅତ୍ଯଧିକ ବିଲ ଆସୁଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଠିକ ନୁହେଁ ।
Published by:Soumya Das
First published: