ରାଜ୍ୟରେ ହେବ ଆଗୁଆ ନିର୍ବାଚନ ! କଂଗ୍ରେସ କହିଲା ବିଜେପି ବିଜେଡ଼ି ହେଉଛନ୍ତି ସଜବାଜ

ଦୁଇ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ଦେଖି ଆଗୁଆ ନିର୍ବାଚନର ଆଭାସ ବାରିଛି କଂଗ୍ରେସ ।

ରାଜ୍ୟରେ ହେବ ଆଗୁଆ ନିର୍ବାଚନ ! କଂଗ୍ରେସ କହିଲା ବିଜେପି ବିଜେଡ଼ି ହେଉଛନ୍ତି ସଜବାଜ

ରାଜ୍ୟରେ ହେବ ଆଗୁଆ ନିର୍ବାଚନ ! କଂଗ୍ରେସ କହିଲା ବିଜେପି ବିଜେଡ଼ି ହେଉଛନ୍ତି ସଜବାଜ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆଗୁଆ ନିର୍ବାଚନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବରୁ ଆଗୁଆ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ ନେଇ ଆଭାସ ବାରିଥିବା ବେଳେ ବିରୋଧୀ ଦଳ ନେତା ବି ସ୍ୱର ମିଳାଇଥିଲେ । ବିଜେଡି ବି ଜବାବ ରଖି କହିଥିଲା ରାଜ୍ୟ ନୁହେଁ କେନ୍ଦ୍ର ଚାହୁଁଛି ଆଗୁଆ ନିର୍ବାଚନ ।

ଏବେ ପୁଣି ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟେ ପଟେ ବିଜେପିର କେନ୍ଦ୍ର ନେତୃତ୍ଵଙ୍କ ତୁହାକୁ ତୁହା ଓଡ଼ିଶା ଗସ୍ତ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବିଭିନ୍ନ ଜିଲ୍ଲାକୁ ତୁଫାନି ଗସ୍ତ ଜାରି ରଖିଛନ୍ତି । ଏତିକି ବେଳେ ବିରୋଧୀ ବି ଆଗୁଆ ନିର୍ବାଚନର ଆଭାସ ବାରିଛନ୍ତି । ଦୁଇ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ଦେଖି ଆଗୁଆ ନିର୍ବାଚନର ଆଭାସ ବାରିଛି କଂଗ୍ରେସ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ନିର୍ବାଚନକୁ ଦେଢ଼ ବର୍ଷ ଭଳି ଥିଲେ ହେଁ ଦୁଇ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଆଗୁଆ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ବିଜେଡି ଓ ବିଜେପି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବର୍ତ୍ତମାନ ଆଗୁଆ ନିର୍ବାଚନ ସମ୍ଭାବନା ସୃଷ୍ଟି ହୋଇଛି । କୌଣସି ନା କୌଣସି କାରଣରୁ ରାଜ୍ୟ ସରକାର ଆଗୁଆ ନିର୍ବାଚନ ପାଇଁ ଚାହୁଁଛନ୍ତି । ୨୦୨୩ ଡିସେମ୍ବର ସୁଦ୍ଧା ନିର୍ବାଚନ ପାଇଁ ଚାହୁଁଛନ୍ତି ରାଜ୍ୟ ସରକାର । ଆଗୁଆ ନିର୍ବାଚନ ସମ୍ଭାବନା ବିଜେଡି ଉପରେ ନିର୍ଭର କରୁଛି । ଲୋକସଭା ନିର୍ବାଚନ ୨୦୨୪ ରେ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ରାଜ୍ୟ ଆଗୁଆ ନିର୍ବାଚନ ଚାହିଁଲେ ନିର୍ବାଚନ ହେବ। ଶୁଣାଯାଉଛି ଆଗୁଆ ନିର୍ବାଚନ ହେବ ଏବଂ ଏବେ ବି ଏପରି ସମ୍ଭାବନା ସୃଷ୍ଟି ହୋଇଛି ।

୨୦୨୩ ଶେଷରେ ନିର୍ବାଚନ ହେଉ କି ୨୦୨୪ ରେ ବିଜେପି ସଙ୍ଗଠନକୁ ସୁଦୃଢ଼ ପାଇଁ ପ୍ରୟାସ ଆରମ୍ଭ କରିଛି । ଓଡ଼ିଶାକୁ ଫୋକାସ କରି ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଜେପି ନଡ୍ଡା ଓ ଅମିତ୍ ଶାହଙ୍କ ବଡ କାର୍ଯ୍ୟକ୍ରମ ରହିଛି । ଯାହାକି କର୍ମକର୍ତ୍ତାଙ୍କୁ ଅଧିକ ସକ୍ରିୟ କରିବ। ବିଜେଡି କହିଛି ଆଗୁଆ ନିର୍ବାଚନ କଥା କେନ୍ଦ୍ର ସରକାର କହିପାରିବେ। ରାଜ୍ୟ ସରକାର କିଛି ଚିନ୍ତା କରିନାହାନ୍ତି । ତତ୍କାଳୀକ ସ୍ଥିତିକୁ ଦେଖି ନିଷ୍ପତି ନେଇ ପାରନ୍ତି ବିଜେଡି ସୁପ୍ରିମୋ । ବିଜେଡି ସବୁ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ । ବିଜେଡି ଲୋକଙ୍କ ସହ ରହିଛି।
Published by:Soubhagya Mishra
First published: