ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ମାର୍ଟ ହେବେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ; ୮୩ଟି ବିଦ୍ୟାଳୟର ହେବ ରୂପାନ୍ତରୀକରଣ

ସ୍ମାର୍ଟ ହେବେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ; ୮୩ଟି ବିଦ୍ୟାଳୟର ହେବ ରୂପାନ୍ତରୀକରଣ

ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୬ ତାରିଖରେ ପୁଣି ୮୩ଟି ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ବିଦ୍ୟାଳୟର ରୂପାନ୍ତରୀକରରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ମାର୍ଟ ହେବେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ; ୮୩ଟି ବିଦ୍ୟାଳୟର ହେବ ରୂପାନ୍ତରୀକରଣ
ସ୍ମାର୍ଟ କ୍ଲାସରୁମରେ ପାଠ ପଢିବେ ସରକାରୀ ବିଦ୍ଯାଳୟର ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 6:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୬ ତାରିଖରେ ପୁଣି ୮୩ଟି ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ବିଦ୍ୟାଳୟର ରୂପାନ୍ତରୀକରରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ କେବଳ ହିଞ୍ଜିଳି ଓ ଶେରଗଡ଼ ବ୍ଳକରେ ମୋଟ ୫୦ଟି ବିଦ୍ୟାଳୟର ରୂପାନ୍ତରୀକରଣ ହୋଇଥିବା ବେଳେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଳକ ସମେତ ବ୍ରହ୍ମପୁରର ୮୩ଟି ବିଦ୍ୟାଳୟ ରୂପାନ୍ତରୀକରଣ ହେଉଛି ।

ରୂପାନ୍ତରୀକରଣ ହେଉଥିବା ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାଠପଢ଼ିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍‌, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ରହିବ । ଯାହାଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଅମଙ୍ଗ ହେଉଥିଲେ ସେମାନେ ବିଦ୍ୟାଳୟକୁ ଆସିବା ନିମନ୍ତେ ଆଗଭର ହେବେ । ବିଦ୍ୟାଳୟର ଏଭଳି ରୂପାନ୍ତରୀକରଣକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ,ଶିକ୍ଷୟତ୍ରୀଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।

ରୁପାନ୍ତରଣ ପାଇଁ ସବୁ ବିଦ୍ଯାଳୟ ବୁଲି ଦେଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ (ପ୍ରତୀକାତ୍ମକ ଛବି)


ଘରୋଇ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଅଧିକ ଦୁର୍ବଳତା ରହିଥିବା ବେଳେ ଘରୋଇ ବିଦ୍ୟାଳୟରେ ଯେଉଁ ସବୁ ସୁବିଧା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ଠିକ୍‌ ସେହିପରି ସୁବିଧାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ବିଦ୍ୟାଳୟର ରୂପାନ୍ତରୀକରଣ ହୋଇଛି । ଏହ ରୂପାନ୍ତରୀକରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ କେବଳ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ମୋଟ ୫୦ଟି ବିଦ୍ୟାଳୟର ରୂପାନ୍ତରୀକରଣ ଶେଷ ହୋଇଥିଲା । ଏହାପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୮୩ଟି ବିଦ୍ୟାଳୟର ରୂପାନ୍ତରୀକରଣ ହେବ ।

‘‘ଆସନ୍ତା ୧୬ ତାରିଖ ଦିନ ୮୩ ଟି ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ  । ଶୁଭାରମ୍ଭ ହେବାକୁ ଥିବା ୮୩ଟି ବିଦ୍ୟାଳୟର ରୂପାନ୍ତରୀକରଣର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି ।  ବିଦ୍ୟାଳୟର ରୂପାନ୍ତରୀକରଣ ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପାଠପଢ଼ିବା ନିମନ୍ତେ ଉତ୍ସାହ ବଢ଼ିବ । ଏହାଛଡ଼ା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ, ଇ-ଲାଇବ୍ରେରୀ, ଲାବ୍ରୋଟେରୀ, ଉତ୍ତମ ଟଏଲଟ୍, ବିଶୁଦ୍ଧ ପାନୀୟ ଜଳ, ଖେଳପଡ଼ିଆ ପାଇପାରିବେ । ଯାହାଫଳରେ ପୂର୍ବରୁ ପାଠପଢ଼ରେ ଯେଉଁ ସମସ୍ୟା ରହିଥିଲା ଆଉ ତାହା ରହିବ ନାହିଁ । ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଭଲ ପାଠପଢ଼ି ପରୀକ୍ଷାରେ ଭଲ ନମ୍ବର ରଖିପାରିବେ,‘‘ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ସ୍ମାର୍ଟ କ୍ଲାସରେ ପିଲାଙ୍କୁ ସମସ୍ଥ ସୁବିଧା ଯୋଗାଇଦିଆଯିବ (ପ୍ରତୀକାତ୍ମକ ଛବି)


‘‘ପୂର୍ବରୁ କଳାପଟାରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପାଠ ପଢ଼ାଉଥିଲେ । ତାହାକୁ ଛାତ୍ରଛାତ୍ରୀମାନେ ମନେ ରଖିବା ସହ ନିଜର ନୋଟ୍‌ବୁକ୍‌ରେ ଲେଖୁଥିଲେ । କିନ୍ତୁ ବର୍ତ୍ତମାନ ଆଉ କଳାପଟା ନୁହେଁ । ବରଂ କଳାପଟା ସ୍ଥାନରେ ବର୍ତ୍ତମାନ ରହିଛି ସ୍ମାର୍ଟ ବୋର୍ଡ଼ । ଇଣ୍ଟରନେଟ୍‌ ଜରିଆରେ ସ୍ମାର୍ଟବୋର୍ଡ଼ରେ ସମ୍ପୃକ୍ତ ବିଷୟବସ୍ତୁର ଚିତ୍ର ସାଙ୍ଗକୁ ଭିଡ଼ିଓ ଓ ଅଡ଼ିଓ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠପଢ଼ି ପାରିବେ । ଯାହାଫଳରେ ପୂର୍ବରୁ ଯେଉଁ ସବୁ ପାଠପଢ଼ାକୁ ନେଇ ସନ୍ଦେହ ରହୁଥିଲା ଆଉ ରହିବ ନାହିଁ,‘‘କହିଛନ୍ତି ବଡ଼କୁଶସ୍ଥଳୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚିତା ଜେନା ।
Published by: Soumya Das
First published: November 12, 2021, 6:14 PM IST