ମହାପ୍ରସାଦ ସହ ଚିକେନ ଖାଇବା ମନ୍ତବ୍ୟକୁ ନେଇ ତେଜିଲା ବିବାଦ; ଯୁବ ଅଧିବକ୍ତା ମଞ୍ଚ ଦେଲା ଏତଲା

ଚନ୍ଦ୍ରଗ୍ରହଣ ଦିନ ଜଣେ ହେତୁବାଦୀ ବ୍ୟକ୍ତି ମହାପ୍ରଭୁଙ୍କ ମହାପ୍ରସାଦ ସହ ଚିକେନ ଭାତ ଭୋଗ ଲଗାଇବା ପାଇଁ ମନ୍ତବ୍ୟ ଦେଇଥିଲେ। ମହାପ୍ରସାଦକୁ ଅସମ୍ମାନ ହୋଇଛି ବୋଲି ମଞ୍ଚ ଅଭିଯୋଗ କରିଛି।

ଯୁବ ଅଧିବକ୍ତା ମଞ୍ଚ ଦେଲା ଏତଲା

ଯୁବ ଅଧିବକ୍ତା ମଞ୍ଚ ଦେଲା ଏତଲା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ଦିନ ଜଣେ ହେତୁବାଦୀ ବ୍ୟକ୍ତି ମହାପ୍ରଭୁଙ୍କ ମହାପ୍ରସାଦ ସହ ଚିକେନ ଭାତ ଭୋଗ ଲଗାଇବା ପାଇଁ ମନ୍ତବ୍ୟ ଦେଇଥିଲେ। ଆମପୋଇ ପ୍ରତିଷ୍ଠାତା ବି. ରାମଚନ୍ଦ୍ର ଭଲଟାୟାର ପ୍ରଭୁ ଶ୍ରୀରାମଙ୍କ ଭାଇ ଲଷ୍ମଣ ଜଣେ ଇଡିୟଟ ଅଟନ୍ତି ଓ ମହାପ୍ରଭୁ ଜଗନ୍ନାଥ ଜଗତର ନାଥ ନୁହଁନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି। ଦୁଇ ବ୍ୟକ୍ତିଙ୍କ ବିବାଦୀୟ ମନ୍ତବ୍ୟ ଦେବା ଦ୍ୱାରା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିବା ସହ ମହାପ୍ରସାଦକୁ ଅସମ୍ମାନ ହୋଇଛି ବୋଲି ମଞ୍ଚ ଅଭିଯୋଗ କରିଛି।

ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ସହ ଅପସଂସ୍କୃତିର ପ୍ରଚାର ପ୍ରସାର ଉଦେଶରେ ଏବଂ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏଭଳି ମନ୍ତବ୍ୟ ମାନ ଯାହାକି ସନାତନ ଧର୍ମର ବିଧି ବ୍ୟବସ୍ଥାକୁ ଅପମାନିତ କରିବା ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି । ମଞ୍ଚ କହିଛି ଏଭଳି ମନ୍ତବ୍ୟ ଦ୍ୱାର ସମାଜରେ ଦଙ୍ଗା ସୃଷ୍ଟି ହେବାର ଅନୁମେୟ କରାଯାଏ । ଯାହାକି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ କଦାପି ଗହଣୀୟ ନୁହେଁ । ତେଣୁ ସେହି ଦୁଇ(ହେତୁବାଦୀ) ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ଐତିହ୍ୟ ସୁରକ୍ଷା ଆଇନ ଓ ଭାରତୀୟ ଦଣ୍ଡ ବିଧି ଆଇନର ଦଫା 295,295(A),296 ଅନୁସାରେ ଗିରଫ କରିବା ପାଇଁ ମଞ୍ଚ ଦାବୀ କରିଛି।

ଚନ୍ଦ୍ରଗ୍ରହଣ ଦିନ ପରମ୍ପରା ବିରୋଧୀ କାର୍ଯ୍ୟ ଓ ଜଗନ୍ନାଥଙ୍କ ମହାପ୍ରସାଦ ସହ ଚିକେନକୁ ସମାନ କରିବା ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଲା ଦେଇଛି ଅଧିବକ୍ତା ମଞ୍ଚ । ସେପଟେ ଶ୍ରୀମହାପ୍ରସାଦ ଓ ଜଗନ୍ନାଥଙ୍କୁ ହେତୁବାଦୀଙ୍କ ଅପମାନକୁ ନେଇ ତୁରନ୍ତ ଆଇନ ତିଆରି କରି କଠୋର ଦଣ୍ଡ ବିଧାନ କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା।

ହେତୁବାଦର ସମର୍ଥକ କାର୍ତ୍ତିକ ସାହୁ ଓ ଆମ୍ଫୋଇର ଆବାହକ ଭୋଲଟ୍ୟାର ବିରୁଦ୍ଧରେ ପୁରୀ, ଓଡିଶା ସ୍ଥିତ ସିଂହଦ୍ଵାର ଥାନାରେ ଯୁବ ଅଧିବକ୍ତା ମଞ୍ଚ ତରଫରୁ ମାମଲା ଦିଆଯାଇଥିବା ବେଳେ ଗିରଫ କରିବାକୁ ଦାବି କରିଛନ୍ତି ।
Published by:Soumya Das
First published: