ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ; କେନ୍ଦ୍ରମନ୍ତ୍ରୀଙ୍କ କଥାରେ ସହମତି ପ୍ରକାଶ କଲେ ଜୟନାରାୟଣ

ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ ସଂକେତ ଦେଇଥିଲେ । ରାଜ୍ୟରେ କୁଆଡେ ଆଗୁଆ ନିର୍ବାଚନ ନେଇ ଶୁଣା ଯାଉଥିବା କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ଆଜି ଏଥିରେ ସହମତି ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ।

ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ; କେନ୍ଦ୍ରମନ୍ତ୍ରୀଙ୍କ କଥାରେ ସହମତି ପ୍ରକାଶ କଲେ ଜୟନାରାୟଣ

ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ; କେନ୍ଦ୍ରମନ୍ତ୍ରୀଙ୍କ କଥାରେ ସହମତି ପ୍ରକାଶ କଲେ ଜୟନାରାୟଣ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଥମୁନି ଆଗୁଆ ନିର୍ବାଚନ ଚର୍ଚ୍ଚା । ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ ସଂକେତ ଦେଇଥିଲେ । ରାଜ୍ୟରେ କୁଆଡେ ଆଗୁଆ ନିର୍ବାଚନ ନେଇ ଶୁଣା ଯାଉଥିବା କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ଆଜି ଏଥିରେ ସହମତି ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଜୟନାରୟଣ ମିଶ୍ର କହିଛନ୍ତି, ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇଯିବ । ନବୀନ ପଟ୍ଟନାୟକ ନିର୍ବାଚନକୁ ଆଗୁଆ କରିଦେବେ । ଆଗୁଆ ନିର୍ବାଚନ କାହିଁକି ହେବ କଣ ଆବଶ୍ୟକତା ରହିଛି ପ୍ରଶ୍ନରେ ବିରୋଧୀ ଦଳ ନେତା କହିଛନ୍ତି ଯେହେତୁ ବିଜେପିର ଶକ୍ତି ବୃଦ୍ଧି ହେଉଛି ଏବଂ ତାଙ୍କ ଦଳ ଭିତରେ ଓ ଲୋକ ସମର୍ଥନ କମି କମି ଯାଉଛି ତାକୁ ପ୍ରତିହତ କରିବା ପାଇଁ ଆଗୁଆ ନିର୍ବାଚନ କରି କି ପୁଣି ପାଞ୍ଚ ବର୍ଷ ପାର କରିନେବାକୁ ଚେଷ୍ଟା କରୁଛନ୍ତି । କାଉଣ୍ଟର କରି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି " ବିଜେଡି ନୁହେଁ ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି ।

ହିମାଚଳ ପ୍ରଦେଶ ହାରିବା ପରେ ଆଗକୁ ବି ୫ ରାଜ୍ୟର ନିର୍ବାଚନ ଅଛି । କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଛି ବିଜେପି । ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ଏଠି ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ । ଜନସାଧାରଣ ବିଜେଡିକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ଆଗୁଆ ନିର୍ବାଚନ ନେଇ ବିଜେଡି କିଛି ଚିନ୍ତା କରୁନାହିଁ । କିନ୍ତୁ ନିର୍ବାଚନ ଯେକୌଣସି ସମୟରେ ହେଲେ ବିଜେଡି ପ୍ରସ୍ତୁତ ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଯେତେବେଳେ ନିର୍ବାଚନ ହେଲେ କଂଗ୍ରେସ ପ୍ରସ୍ତୁତ। କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଜୋର ଧରିଛି ଡିଲ ପଲିଟିକ୍ସ । ବିରୋଧିଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି " ବିଜେଡି କଂଗ୍ରେସ ସହ ଡିଲ କରିଛି । ୨୦୧୯ ନିର୍ବାଚନର ଭୋଟ ପାର୍ଥକ୍ୟ କେତେ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । ଯଦି କଂଗ୍ରେସ ଭଲ ଭାବେ ଲଢ଼ିଥାନ୍ତା ବିଜେପି ସରକାର କରିଥାନ୍ତା । ରାଜୁ ଦାସ ବିଜେଡ଼ିର ବିଦ୍ରୋହୀ । ୨୦୨୪ରେ କେତେ ରାଜୁ ଦାସ ବାହାରିବେ ତାକୁ କିଏ ଅଟକାଇବେ । ସେମାନେ ଡିଲ କରିବାରେ ମାହିର । କେନ୍ଦ୍ରରେ ମ୍ୟାନେଜ କରିବାକୁ ଚେଷ୍ଟା କରି ବିଫଳ ହୋଇଛି ବିଜେଡି । ପ୍ରତି ବିଲରେ ସମର୍ଥନ କରି ଡିଲ କରିବାକୁ ଚେଷ୍ଟା କରୁଛନ୍ତି । ଆମେ ପ୍ରତିହତ କରିବାକୁ ଚେଷ୍ଟା କରୁଛୁ । ସିଧାସଳଖ ଧର୍ମ ଯୁଦ୍ଧରେ ବିଶ୍ୱାସ ରଖେ ନାହି ବିଜେଡି । ରାଜନୀତିକ ବାତାବରଣକୁ କଳୁଷିତ କରି ବାରେ ବିଜେଡି ଦାୟୀ ।

ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି", ବିଜେପି ପଦ୍ମପୁରରେ କଂଗ୍ରେସ ସହ ଡିଲ କରିଛି । ୨୦୧୪ ମସିହାରେ ବି ଏଠାରେ ଡିଲ କରିଥିଲେ । ହାରିବା ପରେ ବିଭିନ୍ନ କଥା ଉଠାଉଛନ୍ତି । ପୂର୍ବତନ ସାଂସଦ ସତ୍ୟ ଭୋଇଙ୍କ ସହ ଡିଲ କରିଛି ବିଜେପି । କଂଗ୍ରେସ ଭୋଟ ତାଙ୍କ ଆଡ଼କୁ ଡାଇଭର୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଜିତିଛି । ଧାମନଗରରେ ତାଙ୍କ ପ୍ରାର୍ଥୀଙ୍କ ପ୍ରତି ଅନୁକମ୍ପା ଥିଲା । ଆମ ରଣନୀତି କିଛି ଫେଲ ମାରିଛି । ରାଜୁ ଦାସ ସହ ବିଜେପି ଡିଲ କରିଥିଲେ ତାଙ୍କୁ ଛିଡ଼ା କରାଇଥିଲେ । ପଦ୍ମପୁରରେ ବୀମା, ରେଳବାଇ ପ୍ରସଙ୍ଗରେ ମିଛ କହିଲେ ଯାହାକୁ ଗ୍ରହଣ କଲେ ନାହିଁ ଲୋକେ । ସେଥିପାଇଁ ଏତେକଥା କହୁଛନ୍ତି । କେନ୍ଦ୍ରରେ ମ୍ୟାନେଜ କରିବା ପ୍ରସଙ୍ଗରେ ଜୟନାରାୟଣଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି "ବିଜେଡି କାହିଁକି ମ୍ୟାନେଜ କରିବ । ୨୦୦୯ ପର୍ଯ୍ୟନ୍ତ ଆମ ସହ ମେଣ୍ଟରେ ଥିଲେ କିନ୍ତୁ ୨୨ ବର୍ଷର ହିସାବ ମାଗୁଛି ବିଜେପି । ତାଙ୍କ ଦଳରୁ ବି ଅନେକ ନେତା ମନ୍ତ୍ରୀ ଥିଲେ। ଯେଉଁ ବିଭାଗର ଥିଲେ ଉତ୍ତର ରଖନ୍ତୁ କଣ କରିଛନ୍ତି । ବିଜେଡି କାହିଁକି ମ୍ୟାନେଜ କରିବ ? ବିଜେଡ଼ିର ଶକ୍ତି ଅଛି ସେଥିପାଇଁ ବାରମ୍ବାର ଲୋକଙ୍କ ଆସ୍ଥା ଭାଜନ ହେଉଛି । ୨୪ ରେ ଷଷ୍ଠ ଥର ପାଇଁ ଲୋକେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ।
Published by:Soubhagya Mishra
First published: