ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର ଉପକଣ୍ଠରେ ବାଟବଣା କୋଭିଡ କଟକଣା; ତୃତୀୟ ଲହର ପାଇଁ ନାହିଁ କୌଣସି ପ୍ରସ୍ତୁତି

ଭୁବନେଶ୍ୱର ଉପକଣ୍ଠରେ ବାଟବଣା କୋଭିଡ କଟକଣା; ତୃତୀୟ ଲହର ପାଇଁ ନାହିଁ କୌଣସି ପ୍ରସ୍ତୁତି

ନବମ ଓ ଦଶମ ପାଠପଢ଼ା ଆରମ୍ଭ ହୋଇଥିବାରୁ ସ୍କୁଲଗୁଡ଼ିକରୁ ହଟିଯାଇଛି କୋଭିଡ କେୟାର ସେଣ୍ଟର । ହେଲେ ତାର ବିକଳ୍ପ ବ୍ୟବସ୍ଥା ହୋଇନାହିଁ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଞ୍ଚାୟତର ଜେମାଦେବୀ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ଭୁବନେଶ୍ୱର ଉପକଣ୍ଠରେ ବାଟବଣା କୋଭିଡ କଟକଣା; ତୃତୀୟ ଲହର ପାଇଁ ନାହିଁ କୌଣସି ପ୍ରସ୍ତୁତି
ଭୁବନେଶ୍ୱର ଉପକଣ୍ଠରେ ବାଟବଣା କୋଭିଡ କଟକଣା
  • News18 Odia
  • Last Updated: August 31, 2021, 2:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କୋଭିଡର ଦ୍ୱିତୀୟ ଲହରକୁ ନେଇ ଆଶଙ୍କା କମି ନ ଥିବା ବେଳେ ଏବେ ଠାରୁ ତୃତୀୟ ଲହରକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସମୟରେ ସରକାରୀ ପ୍ରସ୍ତୁତି ଜୋରଦାର ହେବା କଥା, ହେଲେ ବିଡ଼ମ୍ବନାର କଥା ହେଲା ଏଭଳି ସମୟରେ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ କୋଭିଡ଼ ମୁକାବିଲା ଉଦ୍ୟମ ଶିଥିଳ ପଡ଼ିଯାଇଛି । ଉଭୟ ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ କିଛି ସ୍କୁଲରେ ଖୋଲିଥିବା କୋଭିଡ କେୟାର ସେଣ୍ଟର ଏବେ ବନ୍ଦ ହୋଇଯାଇଛି ।

ନବମ ଓ ଦଶମ ପାଠପଢ଼ା ଆରମ୍ଭ ହୋଇଥିବାରୁ ସ୍କୁଲ ଗୁଡ଼ିକରୁ ହଟିଯାଇଛି କୋଭିଡ କେୟାର ସେଣ୍ଟର । ହେଲେ ତାର ବିକଳ୍ପ ବ୍ୟବସ୍ଥା ହୋଇନାହିଁ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଞ୍ଚାୟତର ଜେମାଦେବୀ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ସମୟରେ ଗତ ଏପ୍ରିଲ ମାସରେ ଏହି ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିଲା କୋଭିଡ଼ କେୟାର ସେଣ୍ଟର । ବିଭିନ୍ନ କ୍ଲାସ ରୁମ ଗୁଡ଼ିକରେ କୋଭିଡ କେୟାର ସେଣ୍ଟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ପାଖାପାଖି ଶହେରୁ ଅଧିକ ରୋଗୀଙ୍କ ପାଇଁ ଏଠାରେ ବ୍ୟବସ୍ଥା ମଧ୍ୟ ହୋଇଥିଲା, ଯାହାର ତତ୍ୱାବଧାନରେ ଥିଲେ ସେ ଗ୍ରାମପଞ୍ଚାୟତର ସରପଞ୍ଚ, କିନ୍ତୁ ବିଡ଼ମ୍ବନା ଦେଖନ୍ତୁ ମାତ୍ର ଚାରି ମାସ ଭିତରେ ବ୍ୟବସ୍ଥାରେ ପୂରା ପରିବର୍ତନ ଘଟିଛି ।

କୋଭିଡ଼ ମୁକାବିଲା ଉଦ୍ୟମ ଶିଥିଳ ପଡ଼ିଯାଇଛି


ସ୍କୁଲରେ ପୂର୍ବ ଭଳି କୋଭିଡ କେୟାର ସେଣ୍ଟର ନାହିଁ । ଏଠାରୁ କୋଭିଡ କେୟାର ସେଣ୍ଟର ଉଠିଲା ପରେ ତାର ବିକଳ୍ପ ବ୍ୟବସ୍ଥା ମଧ୍ୟ ହୋଇନାହିଁ । ଯେତେବେଳେ ସଂକ୍ରମଣର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଛି , ସେଭଳି ସମୟରେ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବା ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସ୍ଥାନୀୟ ସରପଞ୍ଚ ରିନା ରାଣୀ ବେହେରାଙ୍କ କହିଛନ୍ତି, ‘‘ସ୍କୁଲ ପାଠପଢ଼ା ଆରମ୍ଭ ହୋଇଥିବାରୁ କେୟାର ସେଣ୍ଟର ବନ୍ଦ ରହିଛି । ତେବେ ତୃତୀୟ ଲହର ପାଇଁ ସରକାରୀ ସୂଚନା ନ ଥିବାରୁ ଏ ପର୍ଯ୍ୟନ୍ତ ସାନି କୋଭିଡ କେୟାର ସେଣ୍ଟରର ବ୍ୟବସ୍ଥା ହୋଇନାହିଁ ।’’

ଜେମାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତଚରଣ ପାଇକରାୟଙ୍କ କହିଛନ୍ତି, ‘‘ସ୍କୁଲରେ ପାଠପଢ଼ା ଆରମ୍ଭ ହେବା ପରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ବନ୍ଦ ହୋଇଛି କୋଭିଡ କେୟାର ସେଣ୍ଟର । ହେଲେ ସରକାରୀ ନିୟମ ଅନୁସାରେ ଏଠାରେ ଆଇସୋଲେସନ ରୁମ ଓ ଅନ୍ୟାନ୍ୟ ବ୍ୟବସ୍ଥା ହୋଇଛି । ପିଲାଙ୍କ ସୁରକ୍ଷା ଓ କୋଭିଡ ନିୟମକୁ ଦୃଷ୍ଟିରେ ରଖି ଏଠାରେ ଏଭଳି ବ୍ୟବସ୍ଥା ହୋଇଛି।’’

କୋଭିଡ ସଂକ୍ରମଣର ତୃତୀୟ ଲହରକୁ ନେଇ ଆଶଙ୍କା


ତେବେ ଏକ୍ସପର୍ଟ ତଥା ଭୁବନେଶ୍ୱର ସ୍ଥିତ ଜୀଵ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଯୁକ୍ତି ହେଉଛି, ‘‘ପୂର୍ବର ଦୁଇଟି ଲହର ପରି ତୃତୀୟ ଲହରି ପାଇଁ ମଧ୍ୟ ଆମକୁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି, କାରଣ ତୃତୀୟ ଲହରର ସଂକ୍ରମଣ କେତେ ପ୍ରଭାବ ପକାଇବ ତାହା ମଧ୍ୟ ଆକଳନ ହୋଇପାରୁନାହିଁ । ହୁଏତ ଏହା ଅଧିକ ମାରାତ୍ମକ ହୋଇପାରେ । ଏଥି ପାଇଁ ଆମକୁ ପ୍ରସ୍ତୁତ ରହିବା ଜରୁରୀ । ଏଭଳି ସମୟରେ କେବଳ ସହର ଭିତରେ ନୁହେଁ, ସହର ଉପକଣ୍ଠରେ ଅଧିକ ବ୍ୟବସ୍ଥା ଜରୁରୀ।’’

ଭୁବନେଶ୍ୱର ଉପକଣ୍ଠରେ କେବଳ ଏହି ଗୋଟିଏ ସ୍କୁଲ ନୁହେଁ ବରଂ ଅଧିକାଂଶ ପଞ୍ଚାୟତ ଅଧୀନରେ ପରିଚାଳିତ ଶତାଧିକ ସରକାରୀ ସ୍କୁଲଗୁଡ଼ିକରେ ହୋଇଥିବା କୋଭିଡ଼ କେୟାର ସେଣ୍ଟର ଏବେ ବନ୍ଦ ପଡ଼ିଛି । ସେଭଳି ସମୟରେ କୋଭିଡ଼ର ତୃତୀୟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବା ସ୍ୱଭାବିକ ବୋଲି ବୃଦ୍ଧିଜୀବୀଙ୍କ ମତ । ତେଣୁ ଏଥି ପ୍ରତି ସ୍ଵତନ୍ତ୍ର ଗୁରୁତ୍ୱ ଦେବା ଦରକାର।
Published by: Lipina Das
First published: August 31, 2021, 2:36 PM IST