ରାଜଧାନୀ ରାସ୍ତା କଡ଼ରେ ମିଳିବନି ମାଂସ; ନୂଆ ମାଂସ ଦୋକାନ ଖୋଲିଲେ କାର୍ଯ୍ୟାନୁଷ୍ଠାନ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜଧାନୀର ରାସ୍ତା ଗୁଡ଼ିକ କଡରେ ଆଉ ଦେଖିବାକୁ ମିଳିବନି ମାଂସ ଦୋକାନ । କାରଣ ମାଂସ କଟା କଟକଣା ପାଇଁ ନିୟମ ଲାଗୁ କରାଯାଇଛି । ଯିଏ ନିୟମ ନମାନି ଦୋକାନ ଖୋଲିବ ତା ଉପରେ ବିଏମସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଏମସି ତରଫରୁ ଏପରି ନିୟମ ଲାଗୁହେବା ପରେ 'ଭୁବନେଶ୍ୱର ନନଭେଜ ଟ୍ରେଡର୍ସ ଫେଡେରେସନ' ପକ୍ଷରୁ ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଏମସି ମେୟର ସୁଲୋଚନା ଦାସଙ୍କ ସହ ମିଟିଂ କରାଯିବା ପରେ ନିୟମକୁ ମାନିନେଇଛି ସଂଘ ।
ରାସ୍ତାକଡ଼ରୁ ମାଂସ ଦୋକାନ ବନ୍ଦ କରିବା ତଥା ଅନ୍ୟ ସମସ୍ୟା ଉପରେ ବିଏମସି ପକ୍ଷରୁ ଏକ ବୈଠକ ବସିଥିଲା । ଥଇଥାନ ପ୍ରସ୍ତୁତି ନକରି ହଠାତ ମାଂସ ଦୋକାନ ବନ୍ଦ କଲେ ମାଂସ ବ୍ୟବସାୟୀମାନେ କ୍ଷତି ସହିବେ ବୋଲି ବ୍ୟବସାୟୀମାନେ ଏହାକୁ ବିରୋଧ କରିଥିଲେ । ଅନ୍ୟସ୍ଥାନ ଗୁଡିକ ପରି ଭୁବନେଶ୍ୱରର ପ୍ରତି ୱାର୍ଡରେ ମାଂସ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ସ୍ଥାନ କରିବା ପାଇଁ ମାଂସ ବ୍ୟବସାୟୀ ନିଜ ପକ୍ଷରେ କହିଥିଲେ । ତେବେ ଆଗାମି ୨ବର୍ଷ ଭିତରେ ମାଂସ ବିକ୍ରୟ ପାଇଁ ସ୍ୱତନ୍ତ୍ର ସ୍ଥାନ ହେବ ବୋଲି ବିଏମସିର ପ୍ରତିଶୃତି ଦେଇଥିଲା । ଏଥିସହ ଆଗାମି ଦିନରେ ବ୍ୟବସାୟୀଙ୍କ ସହ ଏନେଇ ଅଧିକ ଆଲୋଚନା କରାଯିବ ବୋଲି କୁହାଯାଇଛି ।
ମାଂସ ବ୍ୟବସାୟୀ ସଂଘରେ ଯେତିକି ପୁରୁଣା ମାଂସ ବ୍ୟବସାୟୀ ରହିଛନ୍ତି ସେମାନଙ୍କୁ ବାଦ ଦେଲେ ଆଉ କେହି ନୂଆ ମାଂସ ଦୋକାନ କରିପାରିବେନି ସଂଘ କହିଛି । ଆଗାମି ଦିନରେ ରାଜଧାନୀର ପ୍ରତି ୱାର୍ଡରେ ଥିବା ମାଂସ ବ୍ୟବସାୟୀଙ୍କ ନାଁ ତାଲିକା ପ୍ରସ୍ତୁତ କରି ବିଏମସିକୁ ହସ୍ତାନ୍ତର କରିବ ସଂଘ । ଯିଏ ନିୟମ ବିରୁଦ୍ଧରେ ଯାଇ ନୂଆ ଦୋକାନ ଖୋଲିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ବିଏମସିକୁ ଅନୁରୋଧ କରିଥିବା ଜଣାପଡିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।