କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରେ ଭରସା ନାହିଁ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଘଟଣାର ସପ୍ତାହେ ପରେ ଡିଜି କହିଲେ 'ଜଗନ୍ନାଥ ଭରଷା' ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ଦେଉଛି । ଡିଜି ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି । 

କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରେ ଭରସା ନାହିଁ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରେ ଭରସା ନାହିଁ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ନବ ଦାସଙ୍କ (Naba das) ହତ୍ୟାକାଣ୍ଡକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ (Chief Minister) ଓ ରାଜ୍ୟ ପ୍ରଶାସନକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କିଛି ଅଭାବନୀୟ ଘଟଣା ଘଟିଛି । କ୍ୟାବିନେଟ ମନ୍ତ୍ରୀଙ୍କର (Cabinet minister) ହତ୍ୟା ହୋଇଛି । ରାଜନୀତିରେ ହିଂସାର ସ୍ଥାନ ନାହିଁ । ଆଜି ପର୍ଯ୍ୟନ୍ତ ସୁରାକ ନାହିଁ କାହା ପାଖରେ ପୋଲିସ ହତ୍ୟାକାରୀ କାହିଁକି ହେଲା । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ନିର୍ମମ ହତ୍ୟା କରିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିଲାନି ।

ଏଥିସହ ଧର୍ମେନ୍ଦ୍ର କହିଛନ୍ତି ଯେ, ଘଟଣାର ସପ୍ତାହେ ପରେ ଡିଜି କହିଲେ 'ଜଗନ୍ନାଥ ଭରଷା' ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ଦେଉଛି । ଡିଜି ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ।  କମିଶନ ଆକ୍ଟରେ ନ୍ୟାୟାଧିସଙ୍କୁ ନିଯୁକ୍ତି କରାଯାଇନି। ଓଡ଼ିଶା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିଶ୍ୱସନୀୟତା ନାହିଁ । ଓଡ଼ିଶାରେ ଲ ଲେସନେସ ବଢୁଛି।  କେବଳ ସେତିକି ନୁହେଁ ଆଇନ ଶୃଙ୍ଖଳା ପରିସ୍ଥିତି ନାହିଁ ତାହା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ତିନୋଟି ଘଟଣା ବିଷୟରେ ଉଦାହରଣ ଦେଇ କହିଛନ୍ତି । ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡେ । ଦିନକୁ ଦିନ ସ୍ଥିତି ଗମ୍ଭୀର ହୋଇଯାଉଛି । ଏଥିସହ ଧର୍ମେନ୍ଦ୍ର ପ୍ରଶ୍ନ କରି କହିଛନ୍ତି ଯେ, କଣ ଚାହୁଁଛନ୍ତି ଶାସନରେ ବସିଥିବା ବଡ଼ ପଣ୍ଡାମାନେ ? ରାଜ୍ୟରେ ଶାସନ କିଏ ଚଳାଉଛି ? ପ୍ରତିଦିନ ଆସୁଥିବା ଭିଡିଓ ବି ଶାସନ କିଏ ଏଠି ଚଳାଉଛି ତାର ପ୍ରମାଣ ଦେଉଛି ।

ଏହି ଖବର ପଢ଼ନ୍ତୁ - http://ରାମ ମନ୍ଦିରରେ ଗଣ ବିବାହ; ଏକାଠି ହେଲେ ୨୫ ଯୋଡା ବର କନ୍ୟା

ବାଲେଶ୍ଵର ଜିଲ୍ଲାର ବାଲି ମାଫିଆମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ ଉପରେ ଆକ୍ରମଣ କଲେ । ଲ ଏନଫୋର୍ସମେଣ୍ଟ ଏଜେନ୍ସି ତାର ମୂଳ କାମରେ ନାହିଁ ।  ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ... ଯାହାର ଶିକାର ହେଉଛନ୍ତି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଏବଂ ଉପଜିଲ୍ଲାପାଳ । ୨୦୨୧ରେ ମାହାଙ୍ଗାରେ କୁଳମଣି ବରାଳଙ୍କ ହତ୍ୟା ହେଲା । ପରିବାର ତରଫରୁ ସନ୍ଦେହ ପ୍ରକାଶ କରି ସ୍ଥାନୀୟ ଲୋକ ପ୍ରତିନିଧି ସେତେବେଳର ମନ୍ତ୍ରୀଙ୍କ ନାଁ ଏତଲାରେ ରଖିଲେ । ସ୍ଥାନୀୟ ପୋଲିସ ଏତଲାରେ କିନ୍ତୁ ମନ୍ତ୍ରୀଙ୍କ ନାଁ ରଖିଲା ନାହିଁ । ସେଠି କୋର୍ଟଙ୍କୁ କହିବାକୁ ପଡିଲା ଯେ ମନ୍ତ୍ରୀଙ୍କ ନାଁ ଏତଲାରେ ରଖ । ୬,୧୨,୨୦୨୨ରେ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ପିଲା ଆନନ୍ଦ ଟପୋର ହତ୍ୟା ହେଲା । ପୋଲିସ ଆତ୍ମହତ୍ୟା ବୋଲି କହୁଛି । ସମସ୍ତଙ୍କୁ ଭେଟିବାକୁ ନିଶ୍ଚିତ ଭାବରେ ଚେଷ୍ଟା କରିଥିବେ ପରିବାର ଲୋକ । ସବୁଠୁ ବିଫଳ ହେବା ପରେ ହାଇକୋର୍ଟ ଗଲେ । ଦୁଇ ଦିନ ତଳେ ଜଣେ ଝିଅ ଶାସକ ଦଳର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ବିରୋଧରେ ହାଇକୋର୍ଟ ଗଲେ । ପୋଲିସ ତାଙ୍କ କେସ ରଖିଲା ନାହିଁ ଯେଉଁଥିପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ।

ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ଧର୍ମେନ୍ଦ୍ର କହିଛନ୍ତି, ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ମୁଖ୍ୟମନ୍ତ୍ରୀ ସଚେତନ ହୁଅନ୍ତୁ ଦାୟିତ୍ୱ ନିଅନ୍ତୁ । ଦାୟିତ୍ୱ ମିଳିଛି ମାନେ ଜାଗିର ମିଳିନି ଯାହା ଚାହିଁବେ ସେଇଆ କରିବେ । ଏହାକୁ ନେଇ ରାଜ୍ୟବ୍ୟାପି ଜନ ଜାଗରଣ ସୃଷ୍ଟି କରିବ ବିଜେପି । ନବ ଦାସଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହେଁ । ତଦନ୍ତର ମୂଳଦୁଆକୁ ନେଇ ଅସାମଞ୍ଜସ୍ୟ ରହିଛି । ଏଠି ତୁମେ ଗୁହାରି କରିବ ଯାହାକୁ ମୁଁ ଗେରସ୍ତ କରିଛି ତାହାକୁ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନୈତିକତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଅନ୍ତୁ । ପୋଲିସ ପ୍ରତି ମାଫିଆଙ୍କର ଡ଼ର ଛାଡିଗଲାଣି । ପୋଲିସ ତା କାମରେ ନାହିଁ । ପୋଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି । ଓଡ଼ିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି  ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି କିଏ ଓ କାହିଁକି ନବକୁ ମାରିଲା ତାର ତଦନ୍ତ ହେଉ ଓ ତାଙ୍କ ପରିବାରକୁ ନ୍ୟାୟ ମିଳୁ ।
Published by:Soubhagya Mishra
First published: