ନବ ଦାସ ଯିବା ପରେ ବନ୍ଧୁତା ନାହିଁ; ନରସିଂହ ମିଶ୍ର

ନବ ଦାସଙ୍କ ସହ ବନ୍ଧୁତା ଥିଲା । ସେତ ଏବେ ନାହାନ୍ତି... ବିଜେଡି-କଂଗ୍ରେସ ଡିଲ ନେଇ ମୁହଁ ଖୋଲିଲେ ନରସିଂହ ମିଶ୍ର ।

ନବ ଦାସ ଯିବା ପରେ ବନ୍ଧୁତା ନାହିଁ; ନରସିଂହ ମିଶ୍ର

ନବ ଦାସ ଯିବା ପରେ ବନ୍ଧୁତା ନାହିଁ; ନରସିଂହ ମିଶ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଉପନିର୍ବାଚନ ଭୋଟିଂ ଯେତେବେଳେ ପଦ୍ମପୁରରେ ଚାଲିଥିଲା ସେତେବେଳେ କଂଗ୍ରେସ ବିଜେଡି ମଧ୍ୟରେ ଡିଲ୍ ହୋଇଥିବା କଥା ଭୋଟିଂ ଫଳାଫଳ ଆସିବା ଦିନ କିଛି ବିଜେପି ନେତା କହିଥିଲେ । କିନ୍ତୁ ଏହି କଥାକୁ ସମ୍ପୁର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ପାଖାପାଖି ୪୨ ହଜାର ଭୋଟ ବ୍ୟବଧାନରେ ହାରିବା ହଜମ ହେଉନଥିବାରୁ ନିଜେ ଅସନ୍ତୁଷ୍ଟ ହୋଇ ଏପରି ଆରୋପ ବିଜେପି ଆଣୁଛି ବୋଲି ନରସିଂହ ମିଶ୍ର ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି ।

ସାମାନ୍ୟ ଭାବବିହ୍ୟୁଳ ହୋଇ ନରସିଂହ ମିଶ୍ର ଏକଥା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବିଜେଡି ଡିଲ୍ କେମିତି ହେବ ? ଆମର ବନ୍ଧୁତା ହିଁ ନାହିଁ । ନବ ଦାସ ଯିବା ପରେ ବନ୍ଧୁତା ବି ଯାଇଛି । ଆମକୁ ପଦ୍ମପୁର ଉପନିର୍ବାଚନରେ ଭୋଟ ମିଳିନି । ତା ମାନେ ନୁହେଁ ଯେ, ଆମ ଭୋଟକୁ ଆମେ ବିକ୍ରି କରିଛୁ । କିନ୍ତୁ ଠିକ୍ ଅଛି ଏହା ଜନମତ ପଦ୍ମପୁର ଲୋକେ କଂଗ୍ରେସକୁ ପସନ୍ଦ କରିନାହାନ୍ତି । ଯଦି ଏପରି ପରିସ୍ଥିତି ରହିବ ତେବେ ଆଗାମି ଦିନରେ କଂଗ୍ରେସର ଅବସ୍ଥା ସାଂଘାତିକ ହୋଇପାରେ । କିନ୍ତୁ ଆଗାମୀ ୨୦୨୪ ଉପନିର୍ବାଚନରେ କଣ ହେବ ସେକଥା ଏବେଠାରୁ ଅନୁମାନ କରିହେବନାହିଁ । କିନ୍ତୁ ସ୍ଥିତି ସୁଧାରିବାକୁ ଆମର ପ୍ରୟାସ ଜାରି ରହିବ ଏବଂ ସମୀକ୍ଷା କରାଯିବ ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ନିଜ ଦଳର ଦୋଷ ଦୁର୍ବଳତା ସ୍ୱିକାର କରିଥିଲେ । ସେ କହିଥିଲେ ଯେ, କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଆମ ନିଜ ଲୋକ ହିଁ ଦାୟୀ । ଆମ ଦଳର ନେତାମାନେ ପଦ୍ମପୁର ଯାଇଥିଲେ ସତ । କିନ୍ତୁ ପ୍ରଚାର ପାଇଁ ନୁହେଁ ପିକନିକ୍ ପାଇଁ । ପ୍ରଚାର ପାଇଁ ଯାଇଥିଲେ ବୁଲି ବାଲି ଖାଇ ପିଇ ଚାଲି ଆସିଲେ । ଏହାସହ ସୁର ରାଉତରାୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । କହିଥିଲେ ଯେ, ଦଳକୁ ମଜବୁତ କରିଛନ୍ତି ନବୀନ । ନିଜ ଦଳର ନେତା ମନ୍ତ୍ରୀଙ୍କୁ ପଦ୍ମପୁର ପଠାଇବା ସହ ନିଜେ ବି ଯାଇଥିଲେ । ପରିଶ୍ରମ କରିଥିଲେ ଫଳ ମିଳିଲା । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସୁର ପ୍ରଶଂସା କରି କହିଥିଲେ ଯେ, ଦିଲ୍ଲୀରୁ ଆସି ପଦ୍ମପୁର ପାଇଁ ଖୁବ ପ୍ରଶଂସା କରିଥିଲେ ଧର୍ମେନ୍ଦ୍ର । ଦଳକୁ ଦ୍ୱିତୀୟ ସ୍ଥାନରେ ରଖିଥିବାରୁ ସୁର ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।
Published by:Soubhagya Mishra
First published: