ପେଷାଦାର ଅପରାଧିଙ୍କୁ ଆଉ ନାହିଁ ନିସ୍ତାର; ଗୋଟିଏ ମାସରେ ୩୨ ଅପରାଧିଙ୍କ ପର୍ଦ୍ଦା ଫାସ କଲା ପୋଲିସ

ନଭେମ୍ବର ମାସରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ ହୋଇ ଥିବା ୧୦୨ଟି ମୋବାଇଲ ଫୋନ ଜବତ ହୋଇଥିବା ବେଳେ ୧୦୮ ଗ୍ରାମ ସୁନା ଓ ୨୪ ଗ୍ରାମର ରୁପା ଅଳଙ୍କାର, ୭୦,୦୦୦ ଟଙ୍କା, ୬ଟି ଲାପଟପ୍ ଜବତ ହୋଇଛି।

ପେଷାଦାର ଅପରାଧିଙ୍କୁ ଆଉ ନାହିଁ ନିସ୍ତାର

ପେଷାଦାର ଅପରାଧିଙ୍କୁ ଆଉ ନାହିଁ ନିସ୍ତାର

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ୩୨ ଜଣ ଅଭ୍ୟାସଗତ ଅପରାଧିନଙ୍କୁ ସି.ଆର.ପି.ସି. ୧୦୦ରେ ବୁକ କରିଛି କମିଶନରେଟ ପୋଲିସ । POPD, ଟିମ-୬୦ ଓ ସହରର ସମସ୍ତ ଥାନା ମାନଙ୍କର ଅଫିସର ମାନଙ୍କର ମିଳିତ ଉଦ୍ୟମରେ ଏହି ସଫଳତା ପାଇଛି ପୋଲିସ। ସେହିପରି ୧୩୬ ଜଣ ଚୋରି, ଛିନତାଇ ତଥା ଲୁଟରେ ଲିପ୍ତ ଥିବା ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ନଭେମ୍ବର ମାସରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ ହୋଇ ଥିବା ୧୦୨ଟି ମୋବାଇଲ ଫୋନ ଜବତ ହୋଇଥିବା ବେଳେ ୧୦୮ ଗ୍ରାମ ସୁନା ଓ ୨୪ ଗ୍ରାମର ରୁପା ଅଳଙ୍କାର, ୭୦,୦୦୦ ଟଙ୍କା, ୬ଟି ଲାପଟପ୍ ଜବତ ହୋଇଛି।

"ଆମେ ଭୁବନେଶ୍ୱରକୁ ଅପରାଧ ମୁକ୍ତ କରିବାକୁ ବହୁ ପଦକ୍ଷେପ ଗ୍ରହଣ କରୁଛୁ। ଏଥିପାଇଁ POPD ଓ ଟିମ୍ ୬୦ ସହିତ ଭୁବନେଶ୍ୱରର ସମସ୍ତ ଥାନା ଅଫିସରମାନଙ୍କର ଉଦ୍ୟମରେ ସ୍ପେଶାଲ ଡ୍ରାଇଭ ଚାଲିଛି । ଜାନୁଆରୀ ମାସରୁ ଭୁବନେଶ୍ୱରର ବିଭିନ୍ନ ଥାନାରେ ୩୦୬ଟି ମୋବାଇଲ ଚୋରି ହୋଇଥିବା ନେଇ ମାମଲା ପଞ୍ଜୀକୃତ ହୋଇଥିଲା । ଏ ପର୍ଯ୍ୟନ୍ତ ଏହି ଟିମ୍ ସହାୟତାରେ ୯୫୭ଟି ମୋବାଇଲ, ୪୨୪ଟି ମୋଟରସାଇକେଲ, ୨.୨୯ କେଜି ସୁନା ଅଳଙ୍କାର ଜବତ କରାଯାଇଛି,’’ କହିଥିଲେ ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ।

ଜବତ ହୋଇଥିବା ମୋବାଇଲ, ଗାଡ଼ି, ସୁନା ଓ ରୂପା ଅଳଙ୍କାରକୁ ଚିହ୍ନଟ କରି ଚୋରା ସାମଗ୍ରୀ 'ଫେରସ୍ତ ମେଳା' ଆୟୋଜନ କରାଯାଇ ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିଲା I ଏବେ ବି ଜବତ ହୋଇଥିବା ଆଉ କିଛି ମୋବାଇଲ ଗୁଡ଼ିକର ମାଲିକମାନଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି I

ସେହିପରି ଯଦି ଭୁବନେଶ୍ୱରର କୌଣସି ବ୍ୟକ୍ତିଙ୍କର ମୋବାଇଲ ଲୁଟ, ଚୋରି କିମ୍ବା ହଜିଯାଇଥାଏ ସେମାନେ ଡି.ସି.ପି. ଭୁବନେଶ୍ୱରଙ୍କ ତରଫରୁ ଜାରି କରାଯାଇଥିବା ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର “୭୦୭୭୯୮୧୧୧”ରେ ଅଭିଯୋଗକାରୀ Whatsapp ମାଧ୍ୟମରେ ନିଜର ନାମ, କେସ ନମ୍ବର ଅଥବା ଜେନେରାଲ ଡାଏରୀ ନମ୍ବର ସହିତ ଚୋରି ଯାଇଥିବI ମୋବାଇଲର ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଉଛି, ଯାହା ଫଳରେ ତାଙ୍କୁ ଚିହ୍ନଟ କରାଯାଇ ଜବତ ହୋଇଥିବା ମୋବାଇଲ ଫେରାଯିବାର ବ୍ୟବସ୍ଥା ରହିଛିI

ନଭେମ୍ବର ମାସରେ ଆମେ ଅପରେସନ ହ୍ଵାଇଟ ସ୍ପାଇଡ଼ରରେ ୬ଟି ମାମଲାରେ ୧ କେଜି ୬୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ବ୍ରାଉନ ସୁଗର କାରବାର କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗତ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ଅପରେସନ ‘ହ୍ଵାଇଟ ସ୍ପାଇଡର’। ଏବେ ସୁଦ୍ଧା ୨୨ଟି କେସରେ ୫୪ ଜଣ ନିଶା ବେପାରିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୩ କିଲୋ ୧୪ ଗ୍ରାମ ବ୍ରାଉନସୁଗର ଓ ୫ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି ବୋଲି କହିଥିଲେ ଭୁବନେଶ୍ୱର ଡି.ସି.ପି.ଦାଶ।
Published by:Lipina Das
First published: