ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ଟିକା ପାଇଁ ଗ୍ରାମାଞ୍ଚଳରେ ବଢୁଛି ଆଗ୍ରହ; ଘରେ ଘରେ ବୁଲି ଟିକା ନେବାକୁ କହୁଛନ୍ତି ଆଶା ଦିଦି

କରୋନା ଟିକା ପାଇଁ ଗ୍ରାମାଞ୍ଚଳରେ ବଢୁଛି ଆଗ୍ରହ; ଘରେ ଘରେ ବୁଲି ଟିକା ନେବାକୁ କହୁଛନ୍ତି ଆଶା ଦିଦି

ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନତା କରାଇବା ସହ ଟିକା ଗ୍ରହଣ ପାଇଁ ଅ।ଶା ଦିଦିମାନେ ଘରକୁ ଘର ବୁଲି କେବଳ ଟିକା ଦେଇନାହିଁ ତାଙ୍କୁ ଟିକା ଦେଵାର ବ୍ୟବସ୍ଥା ମଧ୍ୟ କରୁଛନ୍ତି ।

କରୋନା ଟିକା ପାଇଁ ଗ୍ରାମାଞ୍ଚଳରେ ବଢୁଛି ଆଗ୍ରହ; ଘରେ ଘରେ ବୁଲି ଟିକା ନେବାକୁ କହୁଛନ୍ତି ଆଶା ଦିଦି
କରୋନା ଟିକା ପାଇଁ ଗ୍ରାମାଞ୍ଚଳରେ ବଢୁଛି ଆଗ୍ରହ
  • News18 Odia
  • Last Updated: November 8, 2021, 3:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଏବେ ବି କରୋନା ଭୟ ଯାଇ ନାହିଁ କାହାରି ମନରୁ । ଏବେ ମଧ୍ୟ ଆମେ କରୋନାରୁ ମୁକୁଳିବାକୁ ହେଲେ ସତର୍କତା ରହିବାକୁ ପଡ଼ିବ। ତଥାପି ଏହାରୁ ମୁକୁଳିବାକୁ ହେଲେ କରୋନା ଟିକା ଏକମାତ୍ର ଅସ୍ତ୍ର ବୋଲି କୁହାଯାଉଥିବା ବେଳେ ଲୋକେ ଟିକା ନେବା ପାଇଁ କରୁଥିଲେ ଭୟ । ହେଲେ ଏବେ କିନ୍ତୁ ବିନା ଭୟରେ ଲୋକେ ଟିକା ନେଉଥିବାର ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଶହେ ପ୍ରତିଶତ ଟିକା ବଣ୍ଟନ ପାଇଁ ଆଶା ଦିଦିମାନେ ଘରକୁ ଘର ବୁଲି ଲୋକଙ୍କୁ ବୁଝାଇ ସୁଝାଇ ଲୋକଙ୍କୁ ଟିକା ଦେଉଛନ୍ତି ।

କରୋନା କବଳରୁ ମୁକୁଳିବାକୁ ହେଲେ ଟିକା ଏକ ମାଧ୍ୟମ। ଯେଉଁ ଟିକାକୁ ଗ୍ରହଣ ପାଇଁ ପୂର୍ବେ ଲୋକେ ଭୟ କରୁଥିଲେ ଓ ଟିକା ଦେବା ପାଇଁ ଯାଉନଥିଲେ। ହେଲେ ଏବେ କିନ୍ତୁ ଲୋକଙ୍କ ମନରେ ଅ।ଉ ସେହି ଭୟ ନାହିଁ । ଗଞ୍ଜାମ ଜିଲ୍ଲାର ପ୍ରାୟ ଅଞ୍ଚଳର ଲୋକେ ଏବେ ବିନା ଭୟ ଓ ନିଜ ଇଚ୍ଛାରେ ସହ ଟିକା ନେବା ପାଇଁ ଅ।ଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନତା କରାଇବା ସହ ଟିକା ଗ୍ରହଣ ପାଇଁ ଅ।ଶା ଦିଦିମାନେ ଘରକୁ ଘର ବୁଲି କେବଳ ଟିକା ଦେଇନାହିଁ ତାଙ୍କୁ ଟିକା ଦେଵାର ବ୍ୟବସ୍ଥା ମଧ୍ୟ କରୁଛନ୍ତି ।

ଆସିକା ନବରତ୍ନପୁର ଗ୍ରାମର ଜଣେ ମହିଳା କୁମାରୀ ପୋଲାଇ କହିଛନ୍ତି, “ତେବେ ବିନା ଭୟରେ ସମସ୍ତେ ଟିକା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏହି ଟିକା ନେବା ପରେ ଶରୀରରେ କୌଣସୀ କ୍ଷତି ଘଟୁନଥିବା ବେଳେ ଟିକା ଗ୍ରହଣ କଲେ ହିଁ ଅ।ମେ କରୋନା ସହିତ ଲଢ଼ି ପାରିବା ।’’

ଏମିତି କି ବିନା କରୋନା ଟିକାରେ ଟ୍ରେନ ଯାତ୍ରା ସାଙ୍ଗକୁ ବିଭିନ୍ନ ମନ୍ଦିରରେ ମଧ୍ୟ ଦେବା ଦେବୀଙ୍କ ଦର୍ଶନ ଏକ ପ୍ରକାର ବାରଣ କରାଯାଇଛି ସରକାରୀ ସ୍ତରରେ କୁହାଯାଇଛି। ଯାହାକୁ ନେଇ ସମସ୍ତେ ଏବେ ଆଗ୍ରହ ସହ ଟିକା ଗ୍ରହଣ କରୁଥିବା ବେଳେ ପୂରା ଜିଲ୍ଲାରେ ଶହେ ପ୍ରତିଶତ ଲୋକ ଟିକା ନେବା ପାଇଁ ପ୍ରତି ଗ୍ରାମାଞ୍ଚଳର ଆଶା ଦିଦିମାନେ ଏବେ ଘରକୁ ଘର ବୁଲି ଭୟ କରୁଥିବା ଲୋକଙ୍କୁ ବୁଝାଇ ସୁଝାଇ ଟିକା କେନ୍ଦ୍ରକୁ ନେଇ ଟିକା ଦେଉଛନ୍ତି। ଯାହା ଦ୍ବାରା କରୋନା କବଳରୁ ମୁକୁଳି ପାରିବ ଜନ ସମାଜ ।

ତଥାପି ଏତେ ଜନ ସଚେତନତା ପରେ ମଧ୍ୟ କିଛି ଅମାନିଆ। କରୋନା ଟିକା ଗ୍ରହଣ କରିବା ପାଇଁ ଆସୁନଥିବା ବେଳେ ସେହି ଅମାନିଆମାନଙ୍କୁ ବୁଝାଇ ସୁଝାଇ ଟିକା କେନ୍ଦ୍ରକୁ ନେଇ ଟିକା ଦେବାର ବ୍ୟବସ୍ଥା କରାଯାଉଥିବା ନବରତ୍ନପୁର ଗାଁର ଅ।ଶା ଦିଦି ପିଙ୍କି ବିଶ୍ଵାଳ କହିଛନ୍ତି ।
Published by: Lipina Das
First published: November 8, 2021, 3:26 PM IST