ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ; ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ।ବିଧାନସଭାରେ ଧାନ କିଣା ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଓ ବିଜେପି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି।

ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ (ପ୍ରତୀକାତ୍ମକ ଛବି)

ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ।ବିଧାନସଭାରେ ଧାନ କିଣା ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଓ ବିଜେପି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଲୋଚନାରେ ଭାଗନେଇ କହିଛନ୍ତି,"ସବୁ ମଣ୍ଡିରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ। ନିୟମ ଉଲଙ୍ଘନ କାହିଁକି ହେଉଛି।ପୁର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମୀ ହେଲା ସରକାରଙ୍କ ପାଖରେ ଉତ୍ତର ନାହିଁ। ଚାଷୀଙ୍କୁ ଶୋଷଣ କରିବା ପାଇଁ ସରକାର ଅସାଧୁ ବ୍ୟବସାୟୀଙ୍କ ସହିତ ହାତ ମିଳାଇଛନ୍ତି। ଚାଷୀଙ୍କ ବାର୍ଷିକ ଆୟ ମାସକୁ ୫ଶହ ଟଙ୍କା ବି ହେଉନାହିଁ। ଚାଷୀଙ୍କ ଭୋଟ ହାତେଇବା ପାଇଁ ସରକାର ଯୋଜନା କରୁଛନ୍ତି"।

ବିଜେପିର ମୋହନ ମାଝୀ ଅଭିଯୋଗ କରି କହିଛନ୍ତି,"ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି। ଟୋକନ ପାଇଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି। କଟନି ଛଟନି କରାଯାଉଛି। ଅସାଧୁ ମିଲ ମାଲିକ ଫାଇଦା ନେଉଛନ୍ତି। ଆଦର୍ଶ ମଣ୍ଡି କରିପାରୁନାହାଁନ୍ତି"।

ବିରୋଧୀଙ୍କ ଅଭିଯୋଗ ଆଧାରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ ପ୍ରତାପ ସ୍ବାଇଁ ଗୄହରେ କହିଛନ୍ତି,"ଟେକ୍ନୋଲୋଜି ବ୍ୟବହାର କରି ଧାନଚାଷ ଜମି ସର୍ଭେ କରିଛୁ। ୧ଲକ୍ଷ ୮ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି। ୯୧ଜଣ ସୋସାଇଟି ସେକ୍ରେଟାରୀଙ୍କୁ ନିଲମ୍ବନ କରାଯାଇଛି। ଭୂତ ଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସେଭ ହୋଇଛି। ୨୦୧୯-୨୦ ବର୍ଷରେ ୨୯ ପ୍ରତିଶତ ଅଧିକ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି"।

ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାଳିନୀପତିଙ୍କ ଦ୍ବାରା ଆଗତ ମୂଲତବୀ ପ୍ରସ୍ତାବ ଯାହାର ଶୀର୍ଷକ ଥିଲା "ରାଜ୍ୟରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଓ କଳନା ଛଟନୀ ଯୋଗୁଁ ଚାଷୀମାନେ ଶୋଷଣର ଶୀକାର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଗୄହରେ ଉତ୍ତର ରଖିଥିଲେ।

ଭାରତ ସରକାରଙ୍କ ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇଛି । ଅର୍ଥାତ ସେହି ବର୍ଷ ଠାରୁ ନିଜର ଖାଦ୍ୟାନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଅନ୍ନ ସଂଗ୍ରହ ଯୋଜନାର ପରିଚାଳନା ଭାର ନିଜେ ଗ୍ରହଣ କରିବା ଆରମ୍ଭ କଲେ । ସେହି ବର୍ଷ ସମୁଦାୟ ୧୩.୭୫ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗୃହୀତ ହୋଇଥିବା ବେଳେ ରାଜ୍ୟ ସରକାର ନିଜସ୍ଵ ସଂସ୍ଥା ମାଧ୍ୟମରେ ଧାନ କ୍ରୟ କରି ସେଥୁରୁ ୯୫ ହଜାର ମେଟ୍ରିକ ଟନର ବାଉଳ ସଂଗ୍ରହ କରିଥିଲେ ଏବଂ ଲେଭି ମାଧ୍ୟମରେ ୧୨.୮୦ ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗୃହୀତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟର ସମସ୍ତ ଧାନ ଚାଉଳ ସଂଗ୍ରହର ଭାର FCI ଉପରେ ଥିଲା । FCI ରାଜ୍ୟର ମିଲରମାନଙ୍କ ଜରିଆରେ ଲେଭି ଯୋଜନାରେ ଧାନ ଚାଉଳ ସଂଗ୍ରହ କରୁଥିଲା ଏବଂ ଏଥିରେ ମିଲ ମାଲିକ ମାନେ ନିଜ ଇଚ୍ଛାରେ ଧାନ ସଂଗ୍ରହ କରୁଥିଲେ । ଅଧିକାଂଶ ଚାଷୀ ନିଜ ଉତ୍ପାଦିତ ଧାନକୁ ବିକ୍ରି କରିବା ପାଇଁ ହ ଇରାଣ ହେଉଥିଲେ ଓ କମ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଥିଲେ।ଫଳରେ ଧାନ ସଂଗ୍ରହ ପରିମାଣ ବହୁତ କମ ହେଉଥିଲା ଓଡିଶା କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା
Published by:Soumya Das
First published: