ରତ୍ନ ଭଣ୍ଡାରରେ ରହିଛି ୭ ମୁଣ୍ଡିଆ ସାପ; ପ୍ରଭୁ ଲୋକନାଥ ହେଉଛନ୍ତି ରତ୍ନ ଭଣ୍ଡାରର ରକ୍ଷକ

ମୁଁ ଏକ ଛୋଟ ସାପ ଓ ଅଣ୍ଡା ପଡିଥିବା ଦେଖିଛି। ରତ୍ନଭଣ୍ଡାରରେ ପ୍ରତି ରାତିରେ ଦିଆଯାଉଥିଲା ଖିଚୁଡ଼ି ଭୋଗ । ଭଣ୍ଡାର ଘରେ ସାପ ଖିଚୁଡ଼ି ଖାଅନ୍ତି ବୋଲି କହିଛନ୍ତି ଭଣ୍ଡାର ମେକାପ ।

ରତ୍ନ ଭଣ୍ଡାରରେ ରହିଛି ୭ ମୁଣ୍ଡିଆ ସାପ (ପ୍ରତୀକାତ୍ମକ ଛବି)

ରତ୍ନ ଭଣ୍ଡାରରେ ରହିଛି ୭ ମୁଣ୍ଡିଆ ସାପ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ଭିତର ରତ୍ନଭଣ୍ଡାର ଖୋଲିଲେ ପ୍ରଥମତଃ ଚାବିର ଅନୁସନ୍ଧାନ କରାଯାଉ, ତା ଭିତରେ ସରୀସୃପ ରହୁଥିବାରୁ କିଏ ନିଜ ଜିନକୁ ପାଣି ଛଡ଼ାଇ ଯିବ ସେ ନେଇ ଲେଖିକି ଦିଅନ୍ତୁ ଓ ତା ଭିତରେ ଥିବା ଦୁର୍ମୁଲ୍ଯ ସୁନା ଅଳଙ୍କାର ଓ ରତ୍ନପଥର ସବୁ ବାହାରକୁ ଆଣିଲେ କିଏ ଦେବ ତା ସୁରକ୍ଷା। ପୁଣି ମହାପ୍ରଭୁଙ୍କ ରଘୁନାଥ ବେଶ ହେଲେ ଏତେ ପରିମାଣର ଅଳଙ୍କାର ଲାଗିବ ଯେ ତାର ହିସାବ କିଏ ରଖି ଦାୟିତ୍ୱ ନେବ ବୋଲି ପ୍ରଶ୍ନ କରିଛନ୍ତି ରତ୍ନଭଣ୍ଡାରର ଦାୟିତ୍ୱରେ ଥିବା ସେବାୟତ ଭଣ୍ଡାର ମେକାପ।

ବିପଦ ସଂକୁଳ ଅବସ୍ଥାରେ ଅଛି ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର। ଖସୁଛି ଚୁନ ଅତଡ଼ା। ବାରମ୍ବାର ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି ଭଣ୍ଡାର ସେବାୟତ। ମହାପ୍ରଭୁଙ୍କର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଛି। ଆଉ ବାହାର ରତ୍ନଭଣ୍ଡାରର ଅଳଙ୍କାରରେ ମହାପ୍ରଭୁଙ୍କ ଦୈନନ୍ଦିନ ବେଶ ଓ ବିଶେଷ ପର୍ବପର୍ବାଣିରେ ମଧ୍ୟ ବିଭିନ୍ନ ଅଳଙ୍କାରରେ ଆଭୂଷିତ ହେଉଛନ୍ତି ମହାପ୍ରଭୁ। ତେବେ ଶହେବର୍ଷ ହେଲାଣି ଭିତର ରତ୍ନଭଣ୍ଡାରରୁ ଅଳଙ୍କାର କାଢିବାରେ ପ୍ରଶାସନ ବିଫଳ ହେଉଥିବାରୁ ବ୍ଯୟବହୁଳ ରଘୁନାଥ ବେଶ କରିବା ନେଇ ପଛାଉଛନ୍ତି ସରକାର। ସୁନାବେଶକୁ ଛାଡିଦେଲେ ବାହାର ରତ୍ନଭଣ୍ଡାରକୁ ଛାଡିଦେଲେ ଆଉ କୌଣସି ସେଭଳି ଅଳଙ୍କାର ନାହିଁ।

ରତ୍ନଭଣ୍ଡାରରେ ରହିଛି ୭ ମୁଣ୍ଡିଆ ସାପ। ପ୍ରଭୁ ଲୋକନାଥ ହେଉଛନ୍ତି ରତ୍ନଭଣ୍ଡାରର ରକ୍ଷକ। ତେଣୁ ମୁଁ ଏକ ଛୋଟ ସାପ ଓ ଅଣ୍ଡା ପଡିଥିବା ଦେଖିଛି। ତେଣୁ ଆମ ବାପା ଅଜା ଅମଳରେ ରତ୍ନଭଣ୍ଡାରରେ ପ୍ରତି ରାତିରେ  ଦିଆଯାଉଥିଲା ଖୁଚୁଡ଼ି ଭୋଗ । ଆଉ ବିଶ୍ୱାସ ଥିଲା ସେହି ଭଣ୍ଡାର ଘରେ ସାପ ଥିବାରୁ ସେ ଖୁଚୁଡ଼ି ଖାଅନ୍ତି। ତେବେ ଭିତର ରତ୍ନଭଣ୍ଡାରରେ ରହିଛି ଅନେକ କୋଠରୀ । ଆଉ ତା ଭିତରେ ରହିଛି ଅନେକ ତାଲା ପଡିଥିବା ସିନ୍ଦୁକ। ସେହି ସିନ୍ଦୁକ ଭିତରେ ରହିଛି ଦୁର୍ମୂଲ୍ୟ ରତ୍ନ । ଗୋଟିଏ ତେବେ ୧୦୦ ବର୍ଷ ହେଲା ଭିତର ଭଣ୍ଡାର ଖୋଲା ଯାଇ ପାରିନଥିବାରୁ ତା ଭିତରେ ବିଷାକ୍ତ ଯନ୍ତୁ ଥାଇ ପାରନ୍ତି । ତେଣୁ ଖୋଲାହେଲେ ତା ଭିତରକୁ ଆମେ ଗଲେ ଆମ ସୁରକ୍ଷା କିଏ ଦେବ। ତେଣୁ ରତ୍ନଭଣ୍ଡାରର କୌଣସି ଅଳଙ୍କାର ଚୋରି ହୋଇନାହିଁ ସୁରକ୍ଷିତ ରହିଛି । ଭିତର ରତ୍ନଭଣ୍ଡାରରେ ତିନୋଟି ତାଲା ରହିଥିବାରୁ ତାର ଚାବି ନାହିଁ ଓ ଭିତର ରତ୍ନଭଣ୍ଡାର ଦୀର୍ଘ ଦିନ ହେବ ଖୋଲିନଥିବାରୁ ତା ଭିତରେ ବିଶାକ୍ତ ସରିସୃପ ରହିଛନ୍ତି। ଆଉ ଭିତର ରତ୍ନଭଣ୍ଡାରରେ ଅନେକ କୋଠରୀ ଓ ତାଭିତରେ ସିନ୍ଦୁକରେ ତାଲା ପଡ଼ି ତା ଭିତରେ ଗୋଟାକରେ ଅଳଙ୍କାର ଓ ଅନ୍ଯଟିରେ କେବଳ ରତ୍ନ ଏଇଭଳି ଅନେକ ସିନ୍ଦୁକ ରହିଛି। ତେବେ ୧୯୮୧ରେ ରତ୍ନଭଣ୍ଡାରରୁ କିଛି ରୂପା ଅଣାଯାଇ କଳାହାଟ ଦ୍ୱାରର କିଛି ମାତ୍ରା ରୂପା ଛାଉଣି କରାଯାଇଥିଲା। ସେସମୟରେ ଭଣ୍ଡାରମେକାପ ନୀଳକଣ୍ଠ ମେକାପ ପ୍ରଶାସନକୁ ରୂପା ଦେବା ପରେ ଚାବି ପକାଇ ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଆଉ ଏବେ ରତ୍ନଭଣ୍ଡାର ଖୋଲିଲେ ଓ ରଘୁନାଥ ବେଶ କରାଗଲେ ସେଥିରେ ଲାଗିବାକୁ ଥିବା ମହଣମହଣ ସ୍ୱର୍ଣାଳାଙ୍କର ଓ ରତ୍ନ ପଥରଗୁଡିକ ଲାଗିବାକୁ ଥିବାରୁ ଏହାର ସୁରକ୍ଷା ଦାୟିତ୍ବ କିଏ ନେବ," ପ୍ରଶ୍ନ କରିଛନ୍ତି ଭଣ୍ଡାର ମେକାପ ୬୭ ବର୍ଷୀୟ ମଧୁସୁଦନ ମେକାପ।

"ଏଏସଆଇର ଅବହେଳାରୁ ରତ୍ନବେଦୀ ପଛପଟ କାନ୍ଥରୁ ଚୁନପ୍ଲାଷ୍ଟର ଖସିବା, ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ, ରଘୁନାଥ ବେଶ ନେଇ ପ୍ରସ୍ତୁତି ବିଶେଷକରି ଭିତର ରତ୍ନଭଣ୍ଡାର ଖୋଲି ମଣତି କରିବା ଆଦି ପ୍ରସଙ୍ଗକୁ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ତଥା ରତ୍ନଭଣ୍ଡାର କମିଟି ସଦସ୍ଯ ଜଗନ୍ନାଥ କର।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ସହ ନୂତନ ଭକ୍ତ ନିବାସ ନିର୍ମାଣ ପ୍ରସଙ୍ଗରେ ହେବ ଆଲୋଚନା। ବିଶେଷକରି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ବାବଦରେ ବର୍ଷ ତମାମ ଏଏସଆଇ କିକି କାର୍ଯ୍ୟ କରିଛି ତା ଉପରେ ମଧ୍ୟ ରିପୋର୍ଟ ତଲବ ସହିତ ତର୍ଜମା କରାଯିବ," କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ସଦସ୍ଯ ଜଗନ୍ନାଥ କର।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତ ମହଲରେ ଆଗ୍ରହ ଦେଖିବାକୁ ମିଳିଛି। ୧୯୭୮ ମସିହା ପରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ମଣତି କରାଯାଇଥିଲା। ଆଉ ପରେ ଭିତର ଭଣ୍ଡାରରୁ କିଛି ସୁନା ଆଣି ଅଳଙ୍କାର ମରାମତି କରାଯାଇଥିଲା। ତେଣୁ ଏବେ ପୁଣି ଥରେ ରତ୍ନଭଣ୍ଡାର ଖୋଲି ମଣତି କରାଯାଇ ସେହି ସୁନାରୁ ମହାପ୍ରଭୁଙ୍କ ଆଉ ଏକ ସେଟ୍ ସୁବର୍ଣ୍ଣ ବେଶ କରାଯାଉ ବୋଲି ଦାବି କରିଛି ଦଇତାପତି ନିଯୋଗ। ସେପଟେ ଏବାବଦରେ ୫ଟି ସଚିବଙ୍କୁ ଅବଗତ କରାଯାଇ ଥିବା ବେଳେ ଆସନ୍ତା୬ ତାରିଖ ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଦିଆଯିବ ବୋଲି ପରିଚାଳନା କମିଟି ସଦସ୍ଯ କହିଛନ୍ତି। ସେପଟେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ରଘୁନାଥ ବେଶର ମହଣମହଣ ସ୍ୱର୍ଣ୍ଣାଳଙ୍କାର ଓ ସୁବର୍ଣ୍ଣ ପ୍ରତିମା ଭିତର ରତ୍ନଭଣ୍ଡାରରେ ରହିଥିବା ବେଳେ ୧୧୭ବର୍ଷ ତଳେ ରତ୍ନଭଣ୍ଡାର ଖୋଲାଯାଇ ଏହି ବେଶ କରାଯାଇଥିଲା। ଆଉ ବୈଶାଖ ମାସର ରାମାଭିଷେକ ତିଥିରେ ଏହି ବେଶ ୧୯୮୩ରେ ପଡିଥିବା ବେଳେ ଆର୍ଥିକ ଅନଟନରୁ ସରକାର ନିରବ ରହିଥିଲେ। ଅମାପ ଧନରତ୍ନରେ ପରିପୂର୍ଣ୍ଣ ମହାପ୍ରଭୁଙ୍କ ରତ୍ନଭଣ୍ଡାର।

ଶ୍ରୀମନ୍ଦିର ପ୍ରଶାସନର ୧୯୫୨ ମସିହା ତଥ୍ଯ ଅନୁସାରେ ଭିତର ରତ୍ନଭଣ୍ଡାରରେ ୧୮୧୯ ଭରୀ ୬ଅଣା ସୁବର୍ଣ୍ଣ ଅଳଙ୍କାର ଓ ରତ୍ନ ପଥର ଆଦି ରହିଥିବା ବେଳେ ରୂପାର ପାଲିଙ୍କି, ସୁବର୍ଣ୍ଣ ମୂର୍ତ୍ତି ଆଦି ରହିଥିଲା। ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲି ମଣତି କରାଯାଇ ୩୬୭ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପ୍ରାୟ ୪୫୦୦ ଭରି ଓ ୨୩୧ ପ୍ରକାରର ରୌପ୍ୟ ଅଳଙ୍କାର ଓ ସରଞ୍ଜାମ ପ୍ରାୟ ୧୫ ହଜାର ଭରି ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି। ତେବେ କେବଳ ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଦୈନନ୍ଦିନ ଓ ବର୍ଷତମାମ ବେଶ ପାଇଁ ୪୫୪ପ୍ରକାରର ୧୩ହଜାର ଭରୀ ସୁବର୍ଣ୍ଣ ଅଳଙ୍କାର ଓ ୨୯୩ ପ୍ରକାରର ପ୍ରାୟ ୨୨୦୦୦ଭରୀର ରୌପ୍ୟ ଅଳଙ୍କାର ରହିଛି। ତେବେ ସୁନାବେଶର ଅଳଙ୍କାର ଗୁଡିକ ଦୀର୍ଘ ବର୍ଷର ହୋଇଥିବାରୁ ତାହା ଧିରେଧିରେ କ୍ଷୟ ହେବାରେ ଲାଗିଲାଣି। ଏଣୁ ଭିତର ରତ୍ନଭଣ୍ଡାର ଖୋଲି ତାର ମଣତି କରି କିଛି ସୂନା ସଂଗ୍ରହ କରି ଆଉ ଏକ ସୁନାବେଶ ସେଟ୍ କରାଯାଉ। ତେଣୁ ଆଗାମୀ ଦିନରେ ଏହି ବେଶ ପାଇଁ ପ୍ରସ୍ତୁତ ରହିବା ସହ ଭିତର ରତ୍ନଭଣ୍ଡାର ଖୋଲି ଆକଳନ କରିବା ଦରକାର,"କହିଛନ୍ତି ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର।
Published by:Soumya Das
First published: