ରୋଜଗାର ଉଜାଡ଼ୁଛି ବିଭିନ୍ନ ସମସ୍ୟା; ମକାଚାଷରେ ବ୍ୟାପକ କ୍ଷତି ସହୁଛନ୍ତି ଚାଷୀ

ମକା ପାଇଁ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି । କିନ୍ତୁ ଏବେ ବିଭିନ୍ନ କାରଣରୁ ଚାଷ କରିବାକୁ ଅମଙ୍ଗ ହେଲେଣି ଚାଷୀ । ସମସ୍ୟାର ସମାଧାନ ପାଇଁ ଦାବି ।

ରୋଜଗାର ଉଜାଡ଼ୁଛି ରୋଗ..ପୋକ; ମକାଚାଷରେ ବ୍ୟାପକ କ୍ଷତି ସହୁଛନ୍ତି ଚାଷୀ

ରୋଜଗାର ଉଜାଡ଼ୁଛି ରୋଗ..ପୋକ; ମକାଚାଷରେ ବ୍ୟାପକ କ୍ଷତି ସହୁଛନ୍ତି ଚାଷୀ

  • Share this:
News 18 Odia Digital

ଗଞ୍ଜାମ; ଗଞ୍ଜାମର ବିଭିନ୍ନ ବ୍ଲକରେ ପ୍ରଚୁର ମକା ଚାଷ କରାଯିବା ସହ ମକା ପାଇଁ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି । ବର୍ଷ ତମାମ ଜିଲ୍ଲାର ଅ।ସିକା , ବୁଗୁଡା , ଶେରଗଡ ଭଳି ଅଂଚଳର ଲୋକେ ମକା ଚାଷ କରୁଥିବା ବେଳେ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଚାଷୀ । ସରକାରଙ୍କ ପ୍ରୋଚ୍ଛାହନ ଅଭାବ ସାଙ୍ଗକୁ ବନ୍ୟ ଜନ୍ତୁଙ୍କ ଉପଦ୍ରବରେ ମକା ଚାଷରେ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।



ଚାଷୀମାନେ ମୁଖ୍ୟତଃ ମକା ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଏକର ଏକର ଜମିରେ ଲାଗିଥାଏ ମକା ଗଛ । ମକା ଉତ୍ପାଦନ କରି ନିଜ ଅଞ୍ଚଳରେ ବିକ୍ରି କରିବା ସହ ରାଜ୍ୟ ବାହାରକୁ ମଧ୍ୟ ପଠାଯାଇଥାନ୍ତି ଚାଷୀ । କିନ୍ତୁ ଏବେ ମକା ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜଳ ସେଚନର ଅଭାବ ସାଙ୍ଗକୁ ଚାଷ ଜମିକୁ ବନ୍ୟଜନ୍ତୁଙ୍କ ପ୍ରବେଶ ଓ ରୋଗ ପୋକ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପୋକ ଲାଗି ଫସଲ ନଷ୍ଟ ହେଉଥିବା ବେଳେ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ କରିଛନ୍ତି ଏଠାକାର ଚାଷୀମାନେ । କାହାକୁ ଜଣାଇଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଶେରଗଡ ଅଂଚଳର ମକାଚାଷୀ ବିଶ୍ଵନାଥ ସ୍ଵାଇଁ କହିଛନ୍ତି ।

କେବଳ ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ମକା ଚାଷ ନିମନ୍ତେ ସାହାର୍ଯ୍ୟ ମିଳିବା ତ ଦୂରର କଥା ଚାଷ ପାଇଁ ଉନ୍ନତମାନର ବିହନ ମିଳୁନଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ବର୍ଷ ମକା ଚାଷରେ ଏଠାକାର ଚାଷୀମାନେ ବ୍ୟାପକ କ୍ଷତି ସହୁଥିବାରୁ କିଛି ଚାଷୀ ଚାଷ କରିବା ପରିବର୍ତ୍ତେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାହାରିଲେଣି । ତେଣୁ ତୁରନ୍ତ ମକା ଚାଷୀ ମାନଙ୍କୁ ବ୍ୟାଙ୍କ ଋଣ ସହାୟତା ସହ ବନ୍ୟ ଜନ୍ତୁ କିପରି ଚାଷ ଜମିକୁ ପ୍ରବେଶ ନକରି ପାରିବେ ସେଥିପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀ କହିଛନ୍ତି ।

ଘଟଣା ସମ୍ପର୍କରେ ମତରଖି ଅ।ସିକା କୃଷି ଜିଲ୍ଲା ଅଧିକାରୀ ନିରଜଂନ ମହାନ୍ତି ରୋକଠୋକ କହିଛନ୍ତି ଯେ, ମକା ଚାଷ ପାଇଁ ବିହନ ସାର ଯୋଗାଇ ଦେବାର କୌଣସୀ ବ୍ୟବସ୍ଥା ନାହିଁ ଏବଂ ବନ୍ୟଜନ୍ତୁଙ୍କ ଉପଦ୍ରବ୍ୟ ଘଟଣା ବନ ବିଭାଗର କାମ  ।
Published by:Soubhagya Mishra
First published: