କରୋନା ନୂଆ ଭାରିଆଣ୍ଟ; ବିମାନ ବନ୍ଦର ଓ ରେଳ ଷ୍ଟେସନରେ ହେଉଛି କଡ଼ାକଡ଼ି ଯାଞ୍ଚ

ବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ଼ କଟକଣାକୁ ଅଧିକ କଡ଼ାକଡ଼ି କରିବା ସହିତ ବିଦେଶରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କୁହାଯାଇଛି । ଏପଟେ ରେଳଯାତ୍ରୀଙ୍କ ଉପରେ ମଧ୍ୟ ନଜର ରଖିଛି ରେଳ ବିଭାଗ।

କରୋନାର ନୂଆ ଭାରିଆଣ୍ଟ ପାଇଁ ସବୁଆଡେ କଡାକଡି ଭାବେ ଯାଞ୍ଚ ହେଉଛି (ପ୍ରତୀକାତ୍ମକ ଛବି)

କରୋନାର ନୂଆ ଭାରିଆଣ୍ଟ ପାଇଁ ସବୁଆଡେ କଡାକଡି ଭାବେ ଯାଞ୍ଚ ହେଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କୋଭିଡ଼ର ନୂଆ ଭାରିଆଣ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ତତ୍ପର ହୋଇ ଉଠିଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ଼ କଟକଣାକୁ ଅଧିକ କଡ଼ାକଡ଼ି କରିବା ସହିତ ବିଦେଶରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା କୁହାଯାଇଛି । ଏପଟେ ରେଳଯାତ୍ରୀଙ୍କ ଉପରେ ମଧ୍ୟ ନଜର ରଖିଛି ରେଳ ବିଭାଗ।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ରେ ପୁଣିଥରେ କଡାକଡି ହୋଇଛି କୋଭିଡ ୧୯ର ନିୟମ । ଉଭୟ ପ୍ରସ୍ଥାନ ଓ ପ୍ରବେଶ ପଥରେ କୋଭିଡ଼ କଟକଣାକୁ ପୂର୍ବଭଳି  ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବାହାରକୁ ଯାଉଥିବା ପ୍ରତିଟି ଯାତ୍ରୀଙ୍କର ଟୀକାକରଣ ରିପୋର୍ଟ, ମାସ୍କ ଓ ସୋସିଆଲ ଡ଼ିଷ୍ଟାନ୍ସକୁ ବାଧ୍ୟତାମୂଳକ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।  ନିଜ ନାମ ପ୍ରକାଶକୁ  ଆଗ୍ରହୀ ନଥିବା ଭୁବନେଶ୍ୱର ବିମାନବନ୍ଦର କର୍ତୃପକ୍ଷଙ୍କର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଯେହେତୁ କେନ୍ଦ୍ର ସରକାର ବିଦେଶାଗତ ସମସ୍ତ ଯାତ୍ରୀଙ୍କ କ୍ଷେତ୍ରରେ କୋଭିଡ଼ ୧୯ କଟକଣାକୁ କଡ଼ାକଡ଼ି ଅନୁପାଳନ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ,ସେ ଦୃଷ୍ଟିରୁ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ସମାନ ନୀତି ଅନୁପାଳନ ହେଉଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ଯିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ ଗୁରୁ୍‌ତ୍ୱ ଦିଆଯାଇଛି ।

ରାଜ୍ୟରେ ପୁଣି ଥରେ କୋଭିଡ଼ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଥିବା ବେଳେ ଏହାର ପ୍ରଭାବ ରେଳ ଯାତ୍ରୀଙ୍କ ଉପରେ ମଧ୍ୟ ପଡ଼ିଛି । ଭୁବନେଶ୍ୱର ରେଳ ଷ୍ଟେସନର ନିର୍ଦ୍ଦେଶକ ଚିତରଂଜନ ନାୟକଙ୍କ ସୂଚନା ଅନୁସାରେ, ଷ୍ଟେସନର ସମସ୍ତ ପ୍ରବେଶ ପଥରେ ଖୁବ୍‌ଶୀଘ୍ର କୋଭିଡ଼ ରିପୋର୍ଟ ଯାଞ୍ଚକୁ କଡ଼ାକଡ଼ି କରାଯିବ । ତେବେ ସରକାରଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ପ୍ଲାଟଫର୍ମକୁ ପ୍ରବେଶ ପୂର୍ବରୁ ବାଧ୍ୟତାମୂଳକ ମାସ୍କ ପିନ୍ଧିବା, ହାତ ସାନିଟାଇଜିଂ କରିବା ତଥା ସୋସିଆଲ ଡ଼ିଷ୍ଟାନ୍ସ ମାନିବା ଉପରେ ଗୁୁରୁତ୍ୱ ରଖାଯାଇଛି । ଆବଶ୍ୟକ ପଡ଼ିଲେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହାକୁ କଡ଼ାକଡ଼ି ମଧ୍ୟ କରାଯାଇପାରେ ।

କୋଭିଡର ନୂଆ ଭରିଆଣ୍ଟକୁ ପ୍ରତିରୋଧ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ଲାଇନ ଜାରି କରିଥିଲେ ମଧ୍ୟ ଏହା ଯେପରି ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ ନ କରେ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମତ ବିଶେଷଜ୍ଞ ମତ ରଖିଛନ୍ତି।
Published by:Soumya Das
First published:
)}