ସୂର୍ଯ୍ୟପରାଗକୁ ନେଇ ତର୍ଜମା: ୨୦ ମିନିଟ ଆକାଶରେ ହେବ ଦୃଶ୍ୟମାନ; ମେଘାଚ୍ଛନ୍ନ ଯୋଗୁଁ ଦେଖାଯିବନି

ସୂର୍ଯ୍ୟ ପରାଗକୁ ନେଇ ତର୍ଜମା। କେହି କେହି ମତ ରଖୁଛନ୍ତି ଯେ ଭୁବନେଶ୍ୱରରେ ମାତ୍ର ୨୦ମିନିଟ ପାଇଁ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ। ପାଗ ମେଘାଚ୍ଛନ୍ନ ଯୋଗୁଁ ଏହା ଦେଖା ନ ଯାଇପାରେ ବୋଲି ଅନେକଙ୍କ ମତ

ସୂର୍ଯ୍ୟପରାଗକୁ ନେଇ ତର୍ଜମା

ସୂର୍ଯ୍ୟପରାଗକୁ ନେଇ ତର୍ଜମା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମଙ୍ଗଳବାର ହେବାକୁ ଯାଉଥିବା ସୂର୍ଯ୍ୟପରାଗ ଭାରତୀୟ ସମୟ ଅପରାହ୍ଣ ୨ଟା ୨୮ ମିନିଟରେ ଆରମ୍ଭ ହେଉଥିବା ବେଳେ ସନ୍ଧ୍ୟା ୬ଟା ୩୨ ମିନିଟରେ ଶେଷ ହେବ। ଭୁବନେଶ୍ୱର ପରିପ୍ରେକ୍ଷୀରେ ଦେଖିବା ଏହା ଅପରାହ୍ଣ ୪ଟା ୫୪ ମିନିଟରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେବ। ମୋଟ ଉପରେ ଏହା ପ୍ର୍ରାୟ ୨୦ ମିନିଟ ଧରି ରାଜ୍ୟର ସବୁ ଅଞ୍ଚଳରେ ଦୃଶ୍ୟମାନ ହେବ। କିନ୍ତୁ ଆକାଶ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମେଘାଚ୍ଛନ୍ନ ହେବା ସମ୍ଭାବନା ଥିବାରୁ ଭୁବନେଶ୍ୱରରେ ଏହା ଦୃଶ୍ୟମାନ ହେବା ସମ୍ଭାବନା କମ। ତେବେ ଏହି ସୂର୍ଯ୍ୟପରାଗର ପ୍ରଭାବକୁ ନେଇ ସଂସ୍କୃତି ପ୍ରେମୀ,  ହେତୁବାଦୀ ଓ ଚିକିତ୍ସା ବିଜ୍ଞାନୀଙ୍କ ଭିତରେ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି।

ହେବାକୁ ଯାଉଥିବା ସୂର୍ଯ୍ୟପରାଗ ସାରା ଦେଶରେ ଅନୁଭୂତ ହେବାକୁ ଯାଉଥିବା ବେଳେ ସ୍ଥଳ ବିଶେଷରେ ଏହା ଭିନ୍ନ ଭିନ୍ନ ଭାବେ ଅନୁଭୂତ ହେବ। ସୂଚନା ଅନୁସାରେ,  ଏହି ମହାଜାଗତିକ ଦୃଶ୍ୟ ଭାରତୀୟ ସମୟ ଅପରାହ୍ଣ ୨ଟା ୨୮ ମିନିଟରେ ଆରମ୍ଭ ହେଉଥିବା ବେଳେ ସନ୍ଧ୍ୟା ୬ଟା ୩୨ ମିନିଟରେ ଶେଷ ହେବ। ଯଦି ଓଡିଶା ବିଶେଷ କରି ଭୁବନେଶ୍ୱର ପରିପ୍ରେକ୍ଷୀରେ ଦେଖିବା ଏହା ଅପରାହ୍ଣ ୪ଟା ୫୪ ମିନିଟରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେବ। ମୋଟ ଉପରେ ଏହା ପ୍ରାୟ ୨୦ ମିନିଟ ଧରି ରାଜ୍ୟର ସବୁ ଅଞ୍ଚଳରେ ଦୃଶ୍ୟମାନ ହେବ। କିନ୍ତୁ ଆକାଶ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମେଘାଚ୍ଛନ୍ନ ହେବା ସମ୍ଭାବନା ଥିବାରୁ ଭୁବନେଶ୍ୱରରେ ଏହା ଦୃଶ୍ୟମାନ ହେବ ନାହିଁ ।

ଭୁବନେଶ୍ୱର ଆକାଶରେ ଏହା ପ୍ରାୟତଃ ଦେଖାନଯିବାର ସମ୍ଭାବନା ଥିବା କାରଣରୁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ ପକ୍ଷରୁ ଏହି ପରାଗ ଦେଖିବା ପାଇଁ  କିଛି ବ୍ୟବସ୍ଥା କରାଯାଇନାହିଁ । ପ୍ଲାନେଟରିୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପଶ୍ଚିମ ଦିଗ ବଳୟରେ ଥିବେ। ସେ ସମୟରେ ଆକାଶ ସମ୍ପୁର୍ଣ୍ଣ ମେଘାଚ୍ଛନ୍ନ ଥିବାରୁ ଏହାକୁ ପ୍ରାୟତଃ ଓଡ଼ିଶା ଆକାଶରେ ଦେଖିବା ସମ୍ଭବ ହୋଇ ନପାରେ। ଯେଉଁ ଠାରେ ବି ଏହା ଦୃଶ୍ୟମାନ ହେଉଛି ସେଠାରେ ଏହାକୁ  ଖାଲି ଆଖିରେ ଏହାକୁ ଦେଖିବା ମନା। ମୋଟ ଉପରେ ଭୁବନେଶ୍ୱର ଆକାଶରେ  ପ୍ରାୟତଃ ୧୦ ପ୍ରତିଶତ ପରାଗ ଦେଖାନଯିବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ ପକ୍ଷରୁ ଲୋକଙ୍କୁ ଏନେଇ ଉତ୍କଣ୍ଠିତ ନହେବାକୁ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପ ନିର୍ଦେଶକ ଶୁଭନ୍ଦୁ ପଟ୍ଟନାୟକ।

ସଂସ୍କୃତି ଗବେଷକ, ହେତୁବାଦୀ ତଥା ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥଙ୍କ ମତରେ ଏହା ପଛରେ ରହିଛି ସଂସ୍କୃତି ଓ ପରମ୍ପରା। ଲୋକଙ୍କ ଅନୁଶୀଳନ ରହିଛି। ପାକ ନିଷେଧ ଓ ଦେବାଦେବୀ ପୂଜା ନିଷେଧ ମଧ୍ୟ ଏହି ପରମ୍ପରାର ଅଂଶ ଵିଶେଷ। ଏହାକୁ ପାଳିବା ଦରକାର। ତେବେ ହେତୁବାଦୀ ପ୍ରତାପ ରଥଙ୍କ ଯୁକ୍ତି ଏହା ପଛରେ ସେଭଳି କିଛି ବିଜ୍ଞାନ ସମ୍ମତ କାରଣ ନାହିଁ। କେବଳ ଲୋକଙ୍କୁ ଭୟ ସୃଷ୍ଟି କରିବା ପାଇଁ ପ୍ରୟାସ। ତେବେ ଚିକିତ୍ସା ବିଜ୍ଞାନୀ ତଥା ବରିଷ୍ଠ ଭେଷଜ ଚିକିତ୍ସକ ଡାକ୍ତର ଉମାକାନ୍ତ ମିଶ୍ରଙ୍କ ମତରେ ଉଭୟ ଭିତରେ ତାଳମେଳ କରାଯିବା ଆବଶ୍ୟକ।ଏସବୁ ଭିତରେ ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଥିବା ଦେଖିବାକୁ ମିଳିଛି।
Published by:Soumya Das
First published: