ନୂଆ କାର୍ଯ୍ୟ ଭାର ସହ ପୁରୁଣା ଚ୍ୟାଲେଞ୍ଜ; ୩ ମେୟରଙ୍କ ଉପରେ ରହିଛି ସମସ୍ତଙ୍କ ନଜର

ଭୁବନେଶ୍ୱର, କଟକଓ ବ୍ରହ୍ମପୁର ମେୟରଙ୍କ ଉପରେ ରାଜ୍ୟର ନଜର ରହିଛି। ନୂଆ କାର୍ଯ୍ୟ ଭାର ସାଙ୍ଗକୁ ପୁରୁଣା ସମସ୍ୟା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହେବ।

୩ ପ୍ରମୁଖ ମେୟରଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି (ପ୍ରତୀକାତ୍ମକ ଛବି)

୩ ପ୍ରମୁଖ ମେୟରଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟରଙ୍କ ଉପରେ ରାଜ୍ୟର ନଜର ରହିଛି। ନୂଆ କାର୍ଯ୍ୟ ଭାର ସାଙ୍ଗକୁ ପୁରୁଣା ସମସ୍ୟା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହେବ।

ଭୁବନେଶ୍ବରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ। ବେଶ ଅଭିଜ୍ଞ, ଲୋକଙ୍କ ଭଲମନ୍ଦ ଜାଣିଛନ୍ତି। ହେଲେ ସହରକୁ ସରସ ଓ ସୁନ୍ଦର କରିବାକୁ ଚ୍ୟାଲେଞ୍ଜ କିଛି କମ ନୁହେଁ। ବିଜୟୀ ହେବା ପରେ ତାଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ।

-ସହରର ଡ୍ରେନେଜ ଓ ସ୍ୱରେଜ ସମସ୍ୟା ଓ  ବର୍ଷା ଦିନେ ସ୍ଥାନେ ସ୍ଥାନେ ପାଣି ଜମିବା ଘଟଣା ପାଇଁ ସହରର ନାଁ ପଡୁଛି।

-ସହରକୁ ସ୍ବଚ୍ଚ ରଖିବାକୁ ସଫେଇ ସହ ଭୁବନେଶ୍ବରକୁ ଆହୁରି ଗ୍ରୀନ୍ କରିବା ଓ ଆଲୋକୀକରଣ ବ୍ୟବସ୍ଥା ସୁଧାରିବା ଚ୍ୟାଲେଞ୍ଜ ରହିବ।

-ଜବର ଦଖଲ ଉଚ୍ଛେଦ, ବସ୍ତି ବାସିନ୍ଦାଙ୍କୁ ଜାଗା ମିସନରେ ଜାଗା ଓ ଘର ଦେବା ଓ ଭୁବନେଶ୍ବର ଉପକଣ୍ଠ ଗାଁକୁ ସହର ସହ ଯୋଡ଼ିବାକୁ ବସ୍ ଚଳାଇବା ଚ୍ୟାଲେଞ୍ଜ ହେବ।

-ସହରର ମୁଖ୍ୟ ରାସ୍ତାକୁ ଛାଡିଦେଲେ ଅନ୍ୟ ସ୍ଥାନର ଖାଲ ଖମା। ଇତ୍ୟାଦି

ସାଙ୍ଗରେ ବିଜେପି ଓ ସ୍ୱାଧୀନ କର୍ପୋରେଟରଙ୍କୁ ସାଥିରେ ନେଇ କାମ୍ କରିବା ସୁଲୋଚନାଙ୍କ ପାଇଁ ଆହ୍ବାନ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ସେପଟେ କଟକର ମେୟର ଭାବେ ସହରବାସୀ ସୁବାସ ସିଂଙ୍କୁ ବାଛିଛନ୍ତି। ନୂଆ କଟକ ଗଠନ ଦିଗରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ପ୍ରକଳ୍ପକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହୋଇଛନ୍ତି। ତେଣୁ ପୂର୍ବ ମେୟରଙ୍କ ତୁଳନାରେ ସୁବାସ ସିଂଙ୍କ ଉପରେ ଅଧିକ କାର୍ଯ୍ୟ ଭାର ରହିଛି।

-ବିଶେଷ କରି ବହୁ ପ୍ରତୀକ୍ଷିତ ଜାଇକା କାର୍ଯ୍ୟ, ନେତାଜୀ ସୁବାଷ ବୋଷ ବସ୍ ଟର୍ମିନାଲ କାର୍ଯ୍ୟ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଧାର୍ଯ୍ୟ ସମୟରେ ଶେଷ କରିବା ପ୍ରାଥମିକତା ରହିବ।

-ସେହିପରି ସହରର ପରିମଳ ସମସ୍ୟା, ମଶାଙ୍କ ଦୌରାତ୍ମ୍ୟଙ୍କ ସ୍ଥାୟୀ ସମାଧାନ ସୁବାସଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

ବ୍ରହ୍ମପୁର ମହାନଗର ନିଗମ ମହିଳା ମେୟର ଭାବେ ଦାୟିତ୍ବ ନେବେ ସଂଘମିତ୍ରା ଦଳେଇ। ଆଗରୁ ରାଜନୀତିରେ ଅଭିଜ୍ଞତା ରହିଛି।

-ସହରର ଗଳିକନ୍ଦିର ସମସ୍ୟା ଜାଣିଛନ୍ତି। ବିଶେଷ କରି ସହରର ଅନେକ ରାସ୍ତା ବର୍ତ୍ତମାନ ମଧ୍ୟ ମରଣାଜନ୍ତା। ପାନୀୟ ଜଳର ସମସ୍ୟା କଥା ନ କହିବା ଭଲ।

-ପୋଖରୀ ଗୁଡ଼ିକୁ ବ୍ୟବହାର ଯୋଗ୍ୟ ହେଉନାହିଁ। ଏହାସହ ସହର ବାସିନ୍ଦା କିଭଳି ସରକାରଙ୍କ ସବୁ ଯୋଜନାରେ ସାମିଲ ହୋଇ ସୁବିଧା ପାଇବେ ସେନେଇ କାମ କରିଯିବା ସହ ସହରର ବିକାଶ ହିଁ ମୋର ଦାୟିତ୍ବ ବୋଲି କହିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ।

ଏଥର ବେଶ ଅଭିଜ୍ଞ ଚେହେରା ମେୟର ପଦ ହାସଲ କରିଛନ୍ତି । ତେଣୁ ସହରୀ ଲୋକଙ୍କ ଆଶା ବଢିଛି। ହେଲେ ଆଉ କିଛି ଦିନ ପରେ ଜଣାପଡ଼ିବ ନୂଆ ମେୟରମାନେ ଲୋକଙ୍କ ପାଇଁ କଣ ନୂଆ ପଦକ୍ଷେପ ନେଉଛନ୍ତି।
Published by:Soumya Das
First published: