ପୁରୀରେ ଦୁର୍ଗା ପୂଜା ସମୟରେ ଛେଳି ଚୋରି ଘଟଣା ବୃଦ୍ଧି ପାଇଲା; ଲୋକେ ଚିନ୍ତିତ

ଛେଳି ଚୋରି କରୁଥିବା ଦୁଇ ଯୁବକ ଧୁମ୍ ଛେଚା ଖାଇଥିଲେ । ଡାଲା ଅଟୋରେ ଛେଳି ଚୋରି ଘଟଣା ସାମନାକୁ ଆସିବା ପରେ ପୁରୀରେ ଦୁର୍ଗା ପୂଜା ସମୟରେ ଛେଳି ଚୋରିର ଏକ ରାକେଟ କାମ କରୁଛି ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ।

ପୁରୀରେ ଦୁର୍ଗା ପୂଜା ସମୟରେ ଛେଳି ଚୋରି ଘଟଣା ବୃଦ୍ଧି ପାଇଲା; ଲୋକେ ଚିନ୍ତିତ
ଦୁଇ ଛେଳି ଚୋରଙ୍କୁ ଗ୍ରାମବାସୀମାନେ ଅଟକାଇ ରଖିଛନ୍ତି ।
  • News18 Odia
  • Last Updated: October 27, 2020, 12:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶାରଦୀୟ ଦୁର୍ଗା ପୂଜାରେ ସାରା ଓଡ଼ିଶା ଭକ୍ତିମୟ ହୋଇଉଠିଥିବା ବେଳେ ପୁରୀର ଗାଁ ଗହଳିରେ ମାତିଛନ୍ତି ଛେଳି ଚୋର । ଛେଳି ଚରୁଥିବା ବେଳେ ହେଉ ଅବା ଗୁହାଳରେ ଥିବା ବେଳେ ହେଉ ସେମାନଙ୍କୁ ଏହି ଚୋରମାନେ ଉଠାଇ ନେଇ ଡାଲା ଅଟୋ ଓ ବାଇକ୍‌ ସାହାଯ୍ୟରେ ନେଇଯାଉଛନ୍ତି । ଏମିତି ଦୁଇ ଜଣ ଛେଳି ଚୋର ଧରାପଡ଼ି ଖୁବ୍‌ ଛେଚା ଖାଇଛନ୍ତି ଓ ତା’ପରେ ଗିରଫ ହୋଇଛନ୍ତି ।

ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଛେଳି ଚୋରି କରୁଥିବା ଦୁଇ ଜଣ ଚୋରଙ୍କୁ କାବୁ କରି ନିସ୍ତୁକ ଛେଚିଛନ୍ତି ଗ୍ରାମବାସୀମାନେ । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଅକ୍ଟୋବର ୨୫ ତାରିଖ ଅପରାହ୍ଣ ୩ଟା ସମୟରେ ବଳଙ୍ଗା ପଟୁ ହରିପୁରକୁ ଯାଉଥିବା ଏକ ଡାଲା ଅଟୋ ଖିରିଖିଆ ଗାଁ ମୁଣ୍ଡରେ ଅଟକି ରହିଥିଲା । ଗାଡ଼ିରୁ ଦୁଇ ଜଣ ଯୁବକ ଓହ୍ଲାଇ ନିକଟରେ ଚରୁଥିବା ଖିରିଖିଆ ଗାଁର ଲକ୍ଷ୍ମଣ ସେଠୀଙ୍କ ଏକ ଛେଳିକୁ  ଉଠାଇ ନେଇ ଡାଲା ଅଟୋରେ ରଖିଥିଲେ । ବନ୍ଧର ଅପର ପାର୍ଶ୍ୱରେ ଥିବା ଲକ୍ଷ୍ମଣ ଏହା ଦେଖି ଗାଁ ଲୋକଙ୍କୁ ଡାକ ପକାଇବାରୁ ଦୁର୍ବୃତ୍ତମାନେ ଅଟୋ ନେଇ ଦ୍ରୁତ ଗତିରେ ପଳାଇଥିଲେ ।

ବଳଙ୍ଗାର ଖିରିସାହି ରାସ୍ତା


ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

ଲକ୍ଷ୍ମଣ ସେହି ବାଟ ଦେଇ ଯାଉଥିବା ଜଣେ ବାଇକ ଚାଳକଙ୍କ ସାହାଯ୍ୟରେ ଅଟୋକୁ ପିଛା କରି ସମରେଇ ଛକ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ  । ତେବେ ଛେଳି ଚୋରଙ୍କ ଏହି ଦୌରାତ୍ମ୍ୟ ମୋବାଇଲ ଫୋନ ମାଧ୍ୟମରେ ସଙ୍ଗେ ସଙ୍ଗେ ପାଖ ଗାଁଗୁଡ଼ିକରେ ପ୍ରଘଟ ହୋଇଗଲା । ରାସ୍ତା ଉପରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ ଅଟକାଇବା ପାଇଁ ଜଗି ରହିଥିଲେ  । ଲୋକଙ୍କ ଭୟରେ ଅଟୋକୁ ଦୁର୍ବୃତ୍ତମାନେ ଦକ୍ଷିଣରାଡ଼ସ ଗାଁ ମୁଣ୍ଡରେ କେନାଲ ଭିତରକୁ ପୂରାଇ ଦେଇଥିଲେ । ତା ପରେ ସେମାନେ ଅଟୋରୁ ବାହାରି ଗହୀର ବିଲ ଦେଇ ଖସିଯିବାକୁ ଉଦ୍ୟମ କରୁଥିଲେ ।

‘‘ହେଲେ ଲୋକେ ଏତେ ଉତ୍ୟକ୍ତ ଥିଲେ ଯେ ଦୁଇ ଜଣ ଚୋରଙ୍କୁ ଗୋଡ଼େଇ ଗୋଡ଼େଇ ଧରିଥିଲେ । ତା’ପରେ ସେମାନଙ୍କୁ ନିସ୍ତୁକ ଛେଚିଥିଲେ ଲୋକେ । ଆହୁରି ମାଡ଼ ଭୟରେ ପୋଲିସକୁ ଦେଇଦିଅ ବୋଲି ଚୋର ଦୁଇ ଜଣ ନେହୁରା ହେବାରୁ ସେମାନଙ୍କୁ ଗାଁ ମୁଣ୍ଡରେ ଅଟକ ରଖି ବଳଙ୍ଗା ପୋଲିସକୁ ଖବର ଦିଆଯାଇଥିଲା,’’ କହିଛନ୍ତି ଖିରିଖିଆ ଗାଁର ୪୮ ବର୍ଷୀୟ ଲକ୍ଷ୍ମଣ ସେଠୀ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ବଳଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଦୁଇ ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲା । ଦୁଇ ଯୁବକ ହେଲେ ପିପିଲି ଅଞ୍ଚଳର ୩୦ ବର୍ଷୀୟ ଲୁରୁଲ ମହମ୍ମଦ ଓ ୩୨ ବର୍ଷିୟ ଅବଦୁଲ ସାଇରୁଦ୍ଦିନ ଖାଁ । ଲକ୍ଷ୍ମଣଙ୍କ ଏତାଲା କ୍ରମେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ବଳଙ୍ଗା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ।



‘‘ଦୁର୍ଗା ପୂଜା ସମୟରେ ଏହି ଅଞ୍ଚଳରେ ଅନେକ ଛେଳି ହୋଇଛି । ଅକ୍ଟୋବର ୨୧ରେ ବାୟାବର ଗ୍ରାମରୁ ଧନେଶ୍ୱର ଖାଟୋଇଙ୍କର ଦୁଇଟି ଛେଳି ଓ ଦୁର୍ଯ୍ୟୋଧନ ଖାଟୋଇଙ୍କର ୧୦ଟି ଛେଳି ହୋଇଥିବା ନେଇ ବଳଙ୍ଗା ଥାନାରେ ଏତାଲା ହୋଇଥିଲା । ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁଣି ଡାଲା ଅଟୋରେ ଛେଳି ଚୋରି ଘଟଣା ପରେ ବଳଙ୍ଗା ଅଞ୍ଚଳରେ ଏହି ପୂଜା ସମୟରେ ଛେଳି ଚୋରିର ଏକ ରାକେଟ କାମ କରୁଛି ଭଳି ଲାଗୁଛି,’’ କହିଛନ୍ତି ବଳଙ୍ଗାର ବୁଦ୍ଧିଜୀବୀ ୪୫ ବର୍ଷୀୟ ବିବୁଧ ମହାନ୍ତି ।
Published by: Anand Shankar Thankur Das
First published: October 27, 2020, 12:00 AM IST
corona virus btn
corona virus btn
Loading