• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଲାଗିଛି ପୋଲିସ

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଲାଗିଛି ପୋଲିସ

ପୋଲିସକୁ ଚାଲେଞ୍ଜ ଦେଇ କୁମ୍ଭାରପଡା ଥାନା ଠାରୁ ୩୦୦ ମିଟର ଦୂରରେ ଅପରାଧ ଘଟାଉଛନ୍ତି ଅପରାଧୀ।

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଲାଗିଛି ପୋଲିସ

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଲାଗିଛି ପୋଲିସ

  • Share this:
News18 Odia Digital

ପୁରୀ: ୪୦ଟି ପାରା ଚୋରି କଲେ। ପୋଲିସକୁ କହିବାରୁ ଘର ଉପରେ ହେଲା ବୋମାମାଡ। ପୌରସଂସ୍ଥା ଏନଫୋର୍ସମେଣ୍ଟ ଅଫିସର କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ କରିବା ପରେ ଏତଲା ନ ଉଠାଇଲେ ହାଣିବାକୁ ଦେଲେ ଧମକ। ପୋଲିସକୁ ଚାଲେଞ୍ଜ ଦେଇ କୁମ୍ଭାରପଡା ଥାନା ଠାରୁ ୩୦୦ ମିଟର ଦୂରରେ ଅପରାଧ ଘଟାଉଛନ୍ତି ଅପରାଧୀ।

"ଗତ ୧୬ ତାରିଖ ରାତିରେ କୁମ୍ଭାରପଡା ଥାନା ଅଧୀନ ଜାଇଗଡ ଜାଗା ନିକଟ ମସଜିଦ୍ ପଛପଟ ଗଳିରେ ଆମ ଘର ଛାତ ଉପରେ ରଖାଯାଇଥିବା ପାରା ଭାଡିରୁ ୪୦ଟି ପାରା ଚୋରୀ ହୋଇଥିଲା। ସିସିଟିଭି ଫୁଟେଜରୁ ଯାଞ୍ଚ ପରେ ମୁଁ ଆମ ଘର ନିକଟରେ ରହୁଥିବା କିଛି ଦୁର୍ବୃତ୍ତ ଏହି ଚୋରି କରିବା ଜଣାପଡ଼ିଥିବା ବେଳେ ଏ ନେଇ ମୁଁ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲି। ତେବେ ପୋଲିସ ସେହି ୪ ଜଣଙ୍କୁ ଡାକି ପଚରାଉଚୁରା କରିବା ପରେ ସେମାନେ ଆସି ମୋତେ ଧମକ ଦେଲେ। ଆଉ ଆମେ କୁମ୍ଭାରପଡା ଥାନା ଅଧୀନ ଜାଇଗଡ ଜାଗା ନିକଟ ମସଜିଦ୍ ପଛପଟ ଗଳିରେ ପ୍ରାୟ ୫୦ ବର୍ଷ ଧରି ରହିଲୁଣି। ହେଲେ ଆମର କାହା ସହିତ ତିକ୍ତତା କି ଶତ୍ରୁତା ନାହିଁ। ତେବେ ଏହି ଅସାମାଜିକ ଯୁବକମାନେ ଏଭଳି ସାହିରେ ଗଣ୍ଡଗୋଳ ସହ ଚୋରି ଆଦି କରନ୍ତି। ତେବେ ଆମ ଘରୁ ପାରା ଚୋରି କରିବା ପରେ କାହିଁକି ଏତଲା ଦେଲି ବୋଲି ଧମକାଇବା ସହ କେସ ନ ଉଠାଇଲେ ହାଣି ଦେବେ ବୋଲି ଫୋନ ଯୋଗେ କହୁଥିଲେ। ଆଉ ୨୩ ତାରିଖ ରାତିରେ ମୋ ଘର ଉପରକୁ ସେମାନେ ୩ଟି ବୋମାମାଡ କରିଥିଲେ। ସେଥିରେ ମୋ ସାନ ଝିଅ ଘର ଦୁଆରେ ଠିଆ ହୋଇଥିବା ବେଳେ ଆହତ ହୋଇଥିଲା,’’ କହିଛନ୍ତି ପୌରସଂସ୍ଥାର ଏନଫୋର୍ସମେଣ୍ଟ ଅଧିକାରୀ ୫୨ ବର୍ଷିୟ କାଶୀନାଥ ମହାରଣା।

"ସନ୍ଧ୍ୟା ୯ଟା ସମୟରେ ମୁଁ ଦାଣ୍ଡ ଦୁଆରେ ଠିଆ ହୋଇଥିବା ବେଳେ ଦୁଇଟି ବାଇକରେ ଆସି ୪ ଜଣ ଆମ ଘର ସମ୍ମୁଖରେ ଠିଆ ହୋଇ ପାଟିତୁଣ୍ଡ କରିବା ସହ ୩୦ ହଜାର ଟଙ୍କା ନ ଦେଲେ ତୋ ବାପାକୁ ହାଣିଦେବୁ ବୋଲି ଧମକ ଦେଉଥିଲେ। ତା'ପରେ ହଠାତ ତିନୋଟି ବୋମା ଆମ ଘର ଉପରକୁ ମାଡ଼ କରିଥିଲେ। ଆଉ ପ୍ରଥମେ ଆମ ଦାଣ୍ଡପଟ ଘର କାନ୍ଥ ଖୁଣ୍ଟିରେ ମାଡ ହେବାରୁ ତାହା ଫାଟି ଯାଇଥିବା ବେଳେ ଆଉ ଦୁଇଟି ଆମ ଘରକୁ ମାଡ଼ କରି ଫେରାର ହୋଇଯାଇଥିଲେ। ମୁଁ ଘର ଭିତରକୁ ପଳାଇବାରୁ ଅଳ୍ପକେ ବଞ୍ଚିଯାଇଥିଲେ ସୁଦ୍ଧା ସାମାନ୍ୟ ଆହତ ହୋଇଛି,’’ କହିଛନ୍ତି ଦଶମ ଶ୍ରେମୀରେ ପଢୁଥିବା କାଶୀନାଥଙ୍କ ଝିଅ ମାମାଲି ମହାରଣା।

ବୋମାମାଡ ଖବର ପାଇ ଆମେ ପ୍ରଥମେ ତଦନ୍ତ ଆରମ୍ଭ କରିଥିବା ବେଳେ ବୋମାମାଡ କରିଥିବା ୪ ଜଣ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୨ଟି ଟିମ ଗଠନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକର ସମ୍ପୃକ୍ତି ରହିଛି। ଖୁବଶୀଘ୍ର ସମସ୍ତଙ୍କୁ ଧରାଯିବ ବୋଲି କହିଛନ୍ତି କୁମ୍ଭାରପଡା ଅତରିକ୍ତ ଏସପି ମିହିର ପଣ୍ଡା।

ପାରା ଚୋରୀକୁ ନେଇ ଦୁର୍ବୃତ୍ତଙ୍କ ବୋମାମାଡ। ପୁଣି ଏଭଳି ବୋମାମାଡ ଘଟଣାରେ ନାବାଳକଙ୍କ ରହୁଛି ସମ୍ପୃକ୍ତି। ତେବେ ଦିନକୁ ଦିନ ଅପରାଧ କରିବାରେ ନାବାଳକଙ୍କ ସମ୍ପୃକ୍ତି ସମାଜ ପାଇଁ ହାନୀକାରକ ବୋଲି ମତପ୍ରକାଶ ପାଇଛି।
Published by:Lipina Das
First published: