ମେଡ଼ିକାଲ ସିଟ ଦେବା ଠକିଥିଲେ ୩୨ଲକ୍ଷ ଟଙ୍କା (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: କଟକ ବିଡ଼ାନାସି କୃଷକ ବଜ଼ାରରୁ ମିଳିଥିବା ମୃତ ଯୁବତୀଙ୍କ ପରିଚୟ ଓ ଠିକଣା ମିଳିଲା । ମୃତ ମହିଳାଙ୍କ ନାଁ ସୁଶ୍ରୀଦର୍ଶନୀ ସ୍ବାଇଁ ଓ ତାଙ୍କ ଘର ସ୍ଥାନୀୟ ନୁଆ ସାହି ଅଞ୍ଚଳରେ । ତେବେ ଏହା ଏକ ଆତ୍ମହତ୍ୟା ଜନିତ ମାମଲା ବୋଲି ସ୍ପଷ୍ଟ କରିଛି ପୋଲିସ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ମାନସିକ ରୋଗାଗ୍ରସ୍ତ ମା'ଙ୍କ ସହ ନୂଆସାହିରେ ରହୁଥିବା ସୁଶ୍ରୀ ଜଣେ ମେଧାବି ଛାତ୍ରୀ ଥିବା ବେଳେ ସେ ଭୁବନେଶ୍ବର ଠାରେ ଥିବା ଏକ ଶିକ୍ଷାନୁଷ୍ଠାନରୁ ଏମବିଏ କରିଥିଲେ । କିନ୍ତୁ କୌଣସି କାରଣରୁ ଦୀର୍ଘ ଦିନ ଧରି ସେ ମାନସିକ ଅବସାଦ ମଧ୍ୟରେ ରହୁଥିଲେ ଓ ମନେ ମନେ ଭଗବାନ କୃଷ୍ଣଙ୍କୁ ନିଜର ସ୍ବାମୀ ବୋଲି ମାନି ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।
ତେବେ ୧୮ ତାରିଖ ଦିନ ଭୋରୁ ନିଜ ସାଇକେଲ ନେଇ ସୁଶ୍ରୀ ଏକାକି ଘରୁ ବାହାରିଥିବା ନେଇ ସିସିଟିଭି ଫୁଟେଜରୁ ଜଣା ପଡ଼ିଥିଲା। ତା ପରେ ସେ ପାଣି ଟାଙ୍କି ଉପରୁ ଚଢ଼ି ସେଠାରେ କୀଟନାଶକ ପିଇବା ସହ ଏକ ସୁଇସାଇଟ ନୋଟ ଛାଡ଼ି ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ପଡିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏ ସବୁ ମାନସିକ ରୋଗାଗ୍ରସ୍ତ ମାଙ୍କ ଅଗୋଚରରେ ହୋଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଭଉଣୀଙ୍କ ଫଟୋକୁ ଦେଖି ଜଗତସିଂପୁରରେ ରହୁଥିବା ସୁଶ୍ରୀ ଭାଇ ସ୍ଥିତପ୍ରଜ୍ଞ ସ୍ବାଇଁ ତାଙ୍କୁ ଚିହ୍ନଟ କରିଥିଲେ ।
ଏହା ପରେ ପୋଲିସ ସତ୍ୟାସତ୍ୟକୁ ଅନୁସନ୍ଧାନ ପରେ ଏସସିବିର ଶବ ସଂଗ୍ରକ୍ଷଣ ଗୃହରେ ରଖାଯାଇଥିବା ସୁଶ୍ରୀଙ୍କ ମର ଶରୀରକୁ ତାଙ୍କ ଭାଇକୁ ହସ୍ତାରନ୍ତରିତ କରିଛି । "ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ମୁଁ ଘରକୁ ଆସିଥିଲି । ସେତେ ବେଳେ ସବୁ କିଛି ଠିକ ଠାକ ଥିଲା । ମୋ ଭଉଣୀ ମାନସିକ ରୋଗରେ ପଡ଼ିତ ଥିଲା । କିନ୍ତୁ କାହିଁକି ଏହି ଭଳି ପଦକ୍ଷେପ ନେଲା ମୁଁ ବି ଜାଣିନି," କହିଛନ୍ତି ସୁଶ୍ରୀଙ୍କ ସାନ ଭାଇ ସ୍ଥିତପ୍ରଜ୍ଞ ସ୍ବାଇଁ ।
"ସେ ଗଭୀର ମାନସିକ ଅବସାଦ ମଧ୍ୟରେ ରହୁଥିଲେ । ପୋଷ୍ଟମଟମ ରିପୋର୍ଟ ଆସିନାହିଁ ତଥାପି ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ମତ, ପାରିପାଶ୍ବିକ ସ୍ଥିତି, ତାଙ୍କ ଭାଇଙ୍କ ବାୟନ ଓ ଅନ୍ୟ ତଥ୍ୟ ପ୍ରମାଣକୁ ଆଧାର କରି ଏହା ଏକ ଆତ୍ମହତ୍ୟା ଜନିତ ମାମଲା ବୋଲି ଆମେ ନିର୍ଯ୍ୟାସରେ ପହଁଚିଛୁ," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।