ନ୍ୟୁଡ଼ ଭିଡ଼ିଓ କଲ କରି ଯୁବତୀ ଠକି ନେଲା ୭୧ ହଜାର ଟଙ୍କା

ଏକ ଅଜଣା ନମ୍ବରରୁ ଭିଡ଼ିଓ କଲ ଆସିଲା। ସେ ରିସିଭ କରିବା ମାତ୍ରେ ଅପରପକ୍ଷରେ ଏକ ଯୁବତୀଙ୍କ ଫୁଙ୍ଗୁଳା ଦେହ ଥିଲା। ଆଉ ସଙ୍ଗେ ସଙ୍ଗେ ଏହି ଭିଡ଼ିଓ କଲକୁ ରେକର୍ଡ଼ିଂ କରିଦେଇଥିଲା ଯୁବତୀ।

ନ୍ୟୁଡ଼ ଭିଡ଼ିଓ କଲ କରି ଯୁବତୀ ଠକି ନେଲା ୭୧ ହଜାର ଟଙ୍କା

ନ୍ୟୁଡ଼ ଭିଡ଼ିଓ କଲ କରି ଯୁବତୀ ଠକି ନେଲା ୭୧ ହଜାର ଟଙ୍କା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ସାବଧାନ। ଆପଣଙ୍କୁ ଅଜଣା ଫୋନ ନମ୍ବରରୁ ଭିଡ଼ିଓ କଲ ଆସୁଛି କି ? ଏଭଳି ଭିଡ଼ିଓ କଲ ଆସୁଥିଲେ ସବଧାନ ହୋଇ ଭିଡ଼ିଓ କଲକୁ ରିସିଭ କରନ୍ତୁ । ନଚେତ ଆପଣଙ୍କ ବି ହୋଇ ପାରନ୍ତି ସାଇବର ଠକଙ୍କ ଶିକାର।  ଏଭଳି ଏକ ନ୍ୟୁଡ଼ ଭିଡ଼ିଓ କଲ କରି ସାଇବର ଠକ ନେଇଗଲା ୭୧ ହଜାର ଟଙ୍କା । ଠକେଇର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଜଣେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ।

ସୂଚନା ଅନୁସାରେ, ଭିଡ଼ିଓ କଲରେ ପୁଙ୍ଗୁଳା ଦେହ ଦେଖାଇ ଠକ ନେଇଗଲା ୭୧ ହଜାର ଟଙ୍କା। ଭିଡ଼ିଓ କଲରେ ଫୁଙ୍ଗୁଳା ଦେହ ଦେଖାଇ ଜଣେ ଯୁବକ ଠାରୁ ୭୧ ହଜାର ନେଇଛି ସାଇବର ଠକ । ଠକେଇର ଶିକାର ହୋଇଛନ୍ତି ଜଟଣୀର ମେଡ଼ିସିନ ରିପ୍ରେଜେଣ୍ଟେଟିଭ ବିପିନ କୁମାର ମୁଦୁଲି। ବିପିନ କହିଛନ୍ତି, "ତାଙ୍କୁ ଏକ ଅଜଣା ନମ୍ବରରୁ ଭିଡ଼ିଓ କଲ ଆସିଲା। ସେ ରିସିଭ କରିବା ମାତ୍ରେ ଅପରପକ୍ଷରେ ଏକ ଯୁବତୀଙ୍କ ଫୁଙ୍ଗୁଳା ଦେହ ଥିଲା। ଆଉ ସଙ୍ଗେ ସଙ୍ଗେ ଏହି ଭିଡ଼ିଓ କଲକୁ ରେକର୍ଡ଼ିଂ କରିଦେଇଥିଲା ଯୁବତୀ। କିଛି ସମୟ ପରେ ଭିଡ଼ିଓ କଲର ରେକର୍ଡିଂ ତାଙ୍କ ମୋବାଇଲକୁ ଆସିଲା। ଟଙ୍କା ନଦେଲେ ସମ୍ପୃକ୍ତ ରେକର୍ଡ଼ିଂ ନିଜର ସମ୍ପର୍କୀୟଙ୍କ ପାଖକୁ ପଠାଇବାକୁ ଧମକ ଦେଇଥିଲେ। ଏପରିକି ଜଣେ ବ୍ୟକ୍ତି ନିଜକୁ ଆଇପିଏସ ଅଫିସର କହି ଟଙ୍କା ନଦେଲେ ଗିରଫ କରିବାର ଭୟ ଦେଖାଇଥିଲେ। ବିପିନ ୩ଟି କିସ୍ତିରେ ୭୧ ହଜାର ଟଙ୍କା ଦେବା ପରେ ଆଜି ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି"।

ମେଡ଼ିସିନ ରିପ୍ରେଜେଣ୍ଟେଟିଭ ବିପିନ କୁମାର ମୁଦୁଲି


ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଟଙ୍କା ଯାଇଥିବା ଆକାଉଣ୍ଟଗୁଡିକୁ ଯାଞ୍ଚ କରୁଛି ସାଇବର ଥାନା ପୋଲିସ। ସାଇବର ଏକ୍ସପର୍ଟ କହିଛନ୍ତି, ସାଇବର ଠକେଇ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ସାଜିଛି। କେବଳ ସଚେତନତା ହିଁ ଏହାର ଏକ ମାଧ୍ୟମ ।

ସୂଚନାଯୋଗ୍ୟ, ଦିନକୁ ଦିନ ନୂଆ ନୂଆ ତରିକାରେ ଠାକୁଛନ୍ତି ସାଇବର ଠକ। ଏବେ ନ୍ୟୁଡ଼ କଲ ମାଧ୍ୟମରେ ଠକେଇ କରିବା ବୃଦ୍ଧି ପାଇଛି। ଗତକିଛି ତଳେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କୁ ସମାନ ଢଙ୍ଗରେ ଠକିଥିଲେ ସାଇବର ଲୁଟେରା। ଏଭଳି ଠକେଇରୁ ବଞ୍ଚିବା ପାଇଁ ପୋଲିସ ବାରମ୍ବାର ସଚେତନ କରୁଛି।
Published by:Soumya Das
First published: