News18 Odia Digital
ଭୁବନେଶ୍ୱର: ଆଜିର ଯୁବଗୋଷ୍ଠୀ ନିଶା ଜାଲରେ ଧୀରେ ଧୀରେ କବଳିତ ହୋଇଯାଉଛନ୍ତି । କେତେକ ଏହାକୁ ଟ୍ରେଣ୍ଡ ଭାବୁଥିବା ବେଳେ କିଛି ଜଣ ଏହାକୁ ଅଭ୍ଯାସରେ ପରିଣତ କରିସାରିଛନ୍ତି । ନିଶାସକ୍ତ ଅବସ୍ଥା ଯୁବକ ଯୁବତୀ ଭିଆଉଥିବା ବିଭିନ୍ନ ଘଟଣା ବାବଦରେ ଆପଣଙ୍କର ନଜର ଥିବ । କିଛି ଯୁବକଯୁବତୀ କାର ଧରି ସିଧା ଥାନା ଭିତକରୁ ପଶିଯାଇଥିଲେ । ନିଶାସକ୍ତ ଅବସ୍ଥାରେ ସେମାନେ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।
Amruta fadnavis: ରିଲ ତିଆରି କରି ବିବାଦରେ ଅମୃତା; ଫଡନବିସଙ୍କ ଇସ୍ତଫା ନେଇ ଉଠିଲା ଦାବି
ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପରିସରରେ ଅଚାନକ ଆସି ଏକ କାର ପାର୍କ ହୋଇଥିଲା । ଗାଡିରେ ଥିବା କିଛି ଯୁବକଯୁବତୀ ନିଶା ସେବନ (ସିଗାରେଟ) ଆରମ୍ଭ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଥାନାର କିଛି ଅଧିରକାରୀ ଗାଡି ନିକଟରେ ପହଞ୍ଚିଥିଲେ । ପଚରାଉଚରା ସମୟରେ ଉପସ୍ଥିତ ଯୁବକଯୁବତୀ ଏହି କଥାକୁ ଅସ୍ୱୀକାର କରିଥିଲେ । ଗଛ ପତ୍ର ଦେଖି ପାର୍କ ବୋଲି ଭାବିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।
Wrestlers Protest: ଧାରଣା ଭାଙ୍ଗିଲେ କୁସ୍ତି ଖେଳାଳି; ସାମୟିକ ଅବ୍ୟାହତି ନେବେ ବ୍ରିଜ୍ଭୂଷଣ
ଏପରି ଅନେକ ଘଟଣା ସାମ୍ନାକୁ ଆସୁଥିଲେ ବି ଚେତି ପାରୁନାହାଁନ୍ତି ଯୁବଗୋଷ୍ଠୀ । ନିଶାଗ୍ରସ୍ତ ହୋଇ ଏପରି କିଛି କରିବସୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।