ନକଲି ଡାକ୍ତରଙ୍କ କାରନାମା; ଟ୍ରାଇଲ ରୁମ- ଟଏଲେଟ ବାହାରୁ ଝିଅଙ୍କ ପର୍ସ ନେଇ ହେଉଥିଲେ ଗାଏବ

ଶିକ୍ଷାଗତ ଯୋଗ୍ୟତା ଷଷ୍ଠ, ହେଲେ ଡାକ୍ତର ପରିଚୟ ଦେଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖୁଥିଲା । ପରେ ବିଭିନ୍ନ ଆଳରେ ଯୁବତୀଙ୍କ ଠାରୁ ମୋବାଇଲ, ଟଙ୍କା ଲୁଟୁଥିଲା । ଏଭଳି ଜଣେ ଠକକୁ ବାନ୍ଧିଛି ରାଜଧାନୀର ସହିଦନଗର ଥାନା ପୋଲିସ ।

ନକଲି ଡାକ୍ତର ସାଜି ଝିଅଙ୍କଠାରୁ ଲୁଟ କରୁଥିଲେ ଯୁବକ (ପ୍ରତୀକାତ୍ମକ ଛବି)

ନକଲି ଡାକ୍ତର ସାଜି ଝିଅଙ୍କଠାରୁ ଲୁଟ କରୁଥିଲେ ଯୁବକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ଷଷ୍ଠ, ହେଲେ ଡାକ୍ତର ପରିଚୟ ଦେଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖୁଥିଲା । ପରେ ବିଭିନ୍ନ ଆଳରେ ଯୁବତୀଙ୍କ ଠାରୁ ମୋବାଇଲ, ଟଙ୍କା ଲୁଟୁଥିଲା । ଏଭଳି ଜଣେ ଠକକୁ ବାନ୍ଧିଛି ରାଜଧାନୀର ସହିଦନଗର ଥାନା ପୋଲିସ । ଗିରଫ ହୋଇଥିବା ଠକ ହେଉଛି କଟକ ଜିଲ୍ଲା ବଡମ୍ବାର ପ୍ରଭାସ ଦାସ(୨୮) । ଗିରଫ ପରେ ତା ନିକଟରୁ ମୋବାଇଲ ଫୋନ୍ ଜବତ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

ଯୁବତୀଙ୍କ ଆଗରେ ପ୍ରଭାସ ନିଜକୁ ଏମ୍‌.କେ.ସି.ଜି ର ଡାକ୍ତରୀ ଛାତ୍ର ପରିଚୟ ଦେଉଥିଲା । ଫେସବୁକ୍‌, ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ଥିଲା । ସୋସିଆଲ ମିଡିଆକୁ ଢ଼ାଲ କରି ସମ୍ପର୍କ ଆରମ୍ଭ କରୁଥିଲା । ପରେ ପ୍ରେମ ଜାଲରେ ଫସାଇ ଦେଖା କରିବା ବାହାନାରେ ସପିଂ ମଲ , ହୋଟେଲ ଯାଉଥିଲା । ସେଠି ବିଭିନ୍ନ ବାହାନାରେ ଯୁବତୀଙ୍କ ଠାରୁ ମୋବାଇଲ ଓ ଟଙ୍କା ନେଇ ଛୁ ମାରୁଥିଲା ।

“ରସୁଲଗଡ ଅଞ୍ଚଳର ଜଣେ ଯୁବତୀ ପ୍ରଭାସର ଜାଲରେ ଚନ୍ଦି ହୋଇପଡିଥିଲା । ଉଭୟ ଏସପ୍ଲାନେଡମଲକୁ ବୁଲିବାକୁ ଆସିବା ପରେ ଯୁବତୀଙ୍କ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଫୋନ୍ ନେଇ ଚମ୍ପଟ ମାରିଥିଲେ । ଏନେଇ ଯୁବତୀ ଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟ୍ରାକିଂ କରିଥିଲା । ପ୍ରଭାସ ବାଲେଶ୍ୱରରେ ଥିବା ଜାଣିବା ପରେ ପୋଲିସର ଏକ ଟିମ୍ ବାଲେଶ୍ୱର ଯାପ୍ତାକୁ ଗିରଫ କରିଛି,”କହିଛନ୍ତି ସହିଦନଗର ଥାନା ଅଧିକାରୀ ହିମାଂଶୁ ସ୍ୱାଇଁ ।

ତଦନ୍ତ ପରେ ଜଣା ପଡିଲା ପୂର୍ବରୁ ପ୍ରଭାସ ତିିନି ଥର ଜେଲ ଯାଇଛି । ଠକେଇ ମାମଲାରେ ବାଦମାବାଡି ଥାନା ଓ ଜଗତପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ସେହିଭଳି ଜଗତସିଂହ ପୁରରେ ଠକେଇ ମାମଲାରେ ମଧ୍ୟ ସେ ଗିରଫ ହୋଇ ଜେଲ ଯାଇଛି । ପୋଲିସ କହିଛି, ପ୍ରଭାସର କିଛି ନିର୍ଦ୍ଦିଷ୍ଟ ଠକିଣା ନଥିଲା ହ୍ନିଜର ହ୍ୱାଟସପ, ଫେସବୁକ ଓ ଇନଷ୍ଟାରେ ଭିନ୍ନ ଭିନ୍ନ ଠିକଣା ଦେଇଥିଲା ।

“ପ୍ରଭାସ ଷଷ୍ଠ ପାର୍ଯ୍ୟନ୍ତ ପାଠ ପଢ଼ିଛି । ହେଲେ ଫେସବୁକ୍‌, ଡେଟିଂ ସାଇଟ୍‌, ଓଡିଆ ମାଟ୍ରିମୋନିରେ ବେଶ ସକ୍ରିୟ ଥିଲା । ଥରେ ସମ୍ପର୍କ ହେବାପେର ନମ୍ବର ଆଣି ଦେଖାସାକ୍ଷାତ କରି ସମ୍ପର୍କ ବଢ଼ାଉଥିଲା । ପରେ ଯୁବତୀଙ୍କ ମୋବାଇଲ, ଟଙ୍କା ଆଦିରେ ଅୟସ କରୁଥିଲା । ଏବେ ଗିରଫ ପରେ ତା ନିକଟରୁ ୪ଟି ମୋବାଇଲ ଫୋନ୍ ଜବତ ହୋଇଛି,”କହିଛନ୍ତି ସହିଦନଗର ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ।

ଅଭିଯୁକ୍ତ ପ୍ରଭାସକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ । ପ୍ରଭାସକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରାଯାଇଥିବା ସହିଦଗର ଥାନା ପକ୍ଷରୁ କୁହାଯାଇଛି । ତେବେ ଯେଉଁମାନେ ଠକ ପ୍ରଭାସ ଦ୍ୱାରା ଠକେଇର ଶିକାର ହୋଇଛନ୍ତି, ସେମାନେ ପୋଲିସ ନିକଟରେ ଅଭିଯୋଗ କରିବା ପାଇଁ କୁହାଯାଇଛି ।
Published by:Soumya Das
First published:
)}