ଅନଲାଇନ ଗେମରୁ ପ୍ରେମ; ଯୁବତୀଙ୍କ ଉଲଗ୍ନ ଫଟୋ ଭାଇରାଲ କରି ଯୁବକ ଗିରଫ

ଅନଲାଇନ ଗେମ ଖେଳି ଯୁବତୀଙ୍କ ସହ ବନ୍ଧୁତା ବାନ୍ଧିଥିଲା ଯୁବକ । ବନ୍ଧୁତା ପରେ ନେଲା ପ୍ରେମ । ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଯୁବତୀଙ୍କ ଉଲଗ୍ନ ଫଟୋ ଭାଇରଲ କରି ଯୁବକ ଗିରଫ (ପ୍ରତୀକାତ୍ମକ ଛବି)

ଯୁବତୀଙ୍କ ଉଲଗ୍ନ ଫଟୋ ଭାଇରଲ କରି ଯୁବକ ଗିରଫ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ଅନଲାଇନ ଗେମ ଖେଳି ଯୁବତୀଙ୍କ ସହ ବନ୍ଧୁତା ବାନ୍ଧିଥିଲା ଯୁବକ । ବନ୍ଧୁତା ପରେ ନେଲା ପ୍ରେମ । ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

"ମେ ମାସରୁ ଆମେ ଅନଲାଇନ ଗେମରେ ବନ୍ଧୁ ହେଲୁ । ତା ପରେ ଗେମ ଖେଳ ନେଲା ପ୍ରେମର ଖେଳ । ଉଭୟ ଅନଲାଇନରେ ପ୍ରେମ କରି ପରସ୍ପରର ଅତି ନିକଟତର ହେଲୁ । ଆମ ଘର ବାଙ୍କୀମୁହାଁଣ ହୋଇଥିବା ବେଳେ ଯୁବକ ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ। ସେ ହେଉଛନ୍ତି ୨୦ ବର୍ଷୀୟ ଯୁବକ ରାଜକୁମାର ମହାଳିକ ଓରଫ ଗଉରା ।ତେବେ ରାତି ରାତି ଅନଲାଇନ ଗେମ ଖେଳି ପ୍ରେମ ପରେ ଉଲଗ୍ନ ଫଟୋ ଗଉରା ଜିଦ କରିବାରୁ ଦେଇଦେଲି। କିନ୍ତୁ ମନରେ ପାପ ଛୁଇଁବାରୁ ମନା କରିଦେବାରୁ ମୋତେ ହତ୍ୟା ଧମକ ସହ ଫଟୋ ଭାଇରାଲ କରିଦେବ ବୋଲି ଧମକ ଦେଲା । ମୋ ପାଦତଳୁ ମାଟି ଖସିଗଲା । ମୁଁ କ୍ଷଣିକ ପ୍ରେମର ବଶବର୍ତ୍ତୀ ହୋଇ ଭୁଲ କରିଦେଲି । ତା ପରେ ମୋ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ କରିବାରୁ ସମୁଦ୍ରକୂଳ ଥାନାରେ ଏତଲା ଦେଲି," କହିଛନ୍ତି ଯୁବତୀ ଛଦ୍ମନାମ ମିଲି।

"ଯୁବତୀ ଜଣଙ୍କ ତାଙ୍କ ଉଲଗ୍ନ ଫଟୋ ନ ଦେବାରୁ ଗଉରା ରାଗିଯାଇ ଏପ୍ରିଲ ୨୨ରେ ଯୁବତୀଙ୍କ ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଫେକ ଆଇଡି କରି ସେଥିରେ ଫଟୋ ଭାଇରଲ କରିଥିଲା। ଆଉ ଏ ନେଇ ଯୁବତୀ ଏପ୍ରିଲ ୩୦ରେ ଏତଲା ଦେଇଥିଲେ । ଆଉ ସମୁଦ୍ରକୁଳ ଥାନାରେ ସାଇବର କେସ ରୁଜୁ କରାଯାଇ ଅଭିଯୁକ୍ତ ରାଜକୁମାର ମହାଳିକ ନାଁରେ ୪୧୯ ଆଇପିସି /66ସି/66ଡି/66ଇ ଆଇଟି ଆକ୍ଟରେ ମାମଲା ହୋଇଛି  । ତେବେ ତଦନ୍ତ କରି ଭଦ୍ରକର ବାସୁଦେବପୁର ଥାନା ଅଞ୍ଚଳ ଇରାମ ବାସୁଦେବପୁର ଗାଁରୁ ପୁଲିସ ତାକୁ ଗିରଫ କରିଥିଲା  । ଆଉ ଅଭିଯୁକ୍ତ ଗଉରା ଓରଫ ରାଜକୁମାର ମହାଳିକକୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି ।ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଛି,"କହିଛନ୍ତି ଆଇଆଇସି ଚିନ୍ମୟ ରାଉତ।
Published by:Soumya Das
First published: