ଆମ୍ୱ ଗଛ ଉପରେ ହାଇଡ୍ରାମା; ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯୁବକ

ଡାବୁଙ୍ଗାଁ ଅଞ୍ଚଳରେ ଜଣେ ନାବାଳିକା ସାମାନ୍ୟ କଥାକୁ ନେଇ ମାନସିକ ଭାରସାମ୍ୟ ହରାଇବସିଥିଲେ । ଆତ୍ମହତ୍ୟା ଉଦ୍ୟମ ସମୟରେ ଦେବଦୂତ ସାଜିଲେ ଯୁବକ ।

ଆମ୍ୱ ଗଛ ଉପରେ ହାଇଡ୍ରାମା; ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯୁବକ

ଆମ୍ୱ ଗଛ ଉପରେ ହାଇଡ୍ରାମା; ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯୁବକ

  • Share this:
News 18 Odia Digital

ନବରଙ୍ଗପୁର;  ଡାବୁଙ୍ଗାଁ ଅଞ୍ଚଳରେ ଜଣେ ନାବାଳିକା ସାମାନ୍ୟ କଥାକୁ ନେଇ ମାନସିକ ଭାରସାମ୍ୟ ହରାଇବସିଥିଲେ । ୧୦୦ ଫୁଟ ଉଚ୍ଚତାର ଆମ୍ବ ଗଛରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଜଣେ ଯୁବକ ଦେବଦୂତ ସାଜି ନାବାଳିକାଙ୍କ ଜୀବନରକ୍ଷା କରିଛନ୍ତି । ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ ସମୟ ଧରି ଆମ୍ବ ଗଛ ଉପରେ ହାଇଡ୍ରାମା ପରେ ନାବାଳିକାକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।  ସଦରଡଙ୍ଗରିଗୁଡ଼ା ଗାଁର ଜଣେ ୧୬ ବର୍ଷିଆ ନାବାଳିକା ଅନିତା ଗୌଡ଼ ପାରିବାରିକ କଳହର ଶିକାର ହୋଇ ଏପରି କରିଥିବା କୁହାଯାଉଛି ।

ଆମ୍ୱ ଗଛ ଡାଳରେ ନିଜର ଓଢ଼ଣୀକୁ ବେକରେ ବାନ୍ଧି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ସମୟରେ । ଡଙ୍ଗରିଗୁଡ଼ାର ଯୁବକ ସୁଭାଷ ଚନ୍ଦ୍ର କୁମ୍ଭାରଙ୍କ ଦୃଷ୍ଟିରେ ଘଟଣାଟି ପଡ଼ିଥିଲା । ସେ ଉପସ୍ଥିତି ବୁଦ୍ଧି ଖଟାଇ ନାବାଳିକା ଚଢ଼ିଥିବା ଆମ୍ବ ଗଛ ଉପରେ ଚଢ଼ି ଯାଇଥିଲେ । ଆତ୍ମହତ୍ୟା ଉଦ୍ୟମ ସମୟରେ ନାବାଳିକାକୁ କାବୁ କରି ନେଇଥିଲେ । ନାବାଳିକାର ଓଢ଼ଣୀକୁ ଦାନ୍ତରେ କାଟି ୧୦୦ ଫୁଟ ଉଚ୍ଚତାରେ ଥିବା ଆମ୍ବ ଗଛରେ ଦୁହେଁ ରହିଯାଇଥିଲେ । ଏହାପରେ ନାବାଳିକାକୁ ଧରି ଓହ୍ଲାଇବା ଯୁବକଙ୍କ ପକ୍ଷରେ କଷ୍ଟକର ହୋଇଥିଲା । ତେଣୁ ସେହି ରାସ୍ତାଦେଇ ଯାଉଥିବା କିଛି ଲୋକଙ୍କୁ ସେ ଡାକ ପକାଇଥିଲେ । ଘଟଣା ସମ୍ପର୍କରେ ପ୍ରଘଟ ହେବାପରେ  ଆମ୍ୱଗଛ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ନାବାଳିକାକୁ ଉଦ୍ଧାର କରିବା ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ନାବାଳିକା ସୁସ୍ଥ ଥିବାଜଣାପଡ଼ିଛି ।  ସାହାସୀ ଯୁବକ ସୁଭାଷ ଚନ୍ଦ୍ର କୁମ୍ଭାରଙ୍କ ଉପସ୍ଥିତ ବୁଦ୍ଧି ଗୋଟେ ଜୀବନ ବଞ୍ଚିଯାଇଥିବାରୁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।
Published by:Soubhagya Mishra
First published: