ବନ୍ୟା ସମୟରେ ହୋଇପାରିବ ଚାଷ; ବ୍ୟାଗରେ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱର ଯୁବକ

ପେସୁ hydroponic, Hanging grow bag farming କରି ବେଶ ସଫଳତା ହାସଲ କରିଛନ୍ତି ରେମୁଣାର ସଞ୍ଜୟ କୁମାର ଦାସ । ଏପରି ଚାଷ ରେମୁଣାରେ ପ୍ରଥମେ କରି ବେଶ ଲାଭବାନ ହୋଇଛନ୍ତି ସଞ୍ଜୟ ଓ ପରିବାର।

ଗ୍ରୋଇଙ୍ଗ ବ୍ୟାଗରେ ଚାଷ କରି ଚର୍ଚ୍ଚାରେ ଅଛନ୍ତି ବାଲେଶ୍ୱର ଯୁବକ (ପ୍ରତୀକାତ୍ମକ ଛବି)

ଗ୍ରୋଇଙ୍ଗ ବ୍ୟାଗରେ ଚାଷ କରି ଚର୍ଚ୍ଚାରେ ଅଛନ୍ତି ବାଲେଶ୍ୱର ଯୁବକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଅଦିନିଆ ବର୍ଷାକୁ ଡର ନାହିଁ । ପେସୁ hydroponic, Hanging grow bag farming କରି ବେଶ ସଫଳତା ହାସଲ କରିଛନ୍ତି ରେମୁଣାର ସଞ୍ଜୟ କୁମାର ଦାସ ।

ରେମୁଣାର ଇଞ୍ଜିନିୟର ଛାତ୍ର ହେଲେ ମନ ତାଙ୍କର ଚାଷ କାର୍ଯ୍ୟରେ । ଚାଷୀକୂଳରେ ଜନ୍ମିତ ପିଲାଦିନୁ ବାପାଙ୍କ ଚାଷ କାମ ଦେଖି ବଡ଼ ହୋଇଥିବା ସଞ୍ଜୟ ପାଠପଢ଼ା ପରେ ଚାଷ କାମ ପ୍ରତି ମନ ବଳେଇଥିଲେ। ରେମୁଣା ଅଞ୍ଚଳ ସାଧାରଣତଃ ବନ୍ୟା ଅଞ୍ଚଳ। ବୁଢ଼ାବଳଙ୍ଗ ଓ ସୋନ ନଈରେ ବନ୍ୟା ଫଳରେ ପ୍ରତ୍ୟେକ ବର୍ଷ ଚାଷୀ କୂଳ ନାହିଁ ନଥିବା ହଇରାଣ ହୋଇଥାନ୍ତି। ଏଣୁ ଏନେଇ ନୂଆ ଉପାୟରେ ଚାଷର ବାଟ ଖୋଜିଥିଲେ ସଞ୍ଜୟ ଆଉ ଆରମ୍ଭ କରିଥିଲେ ଏହି ଅଭିନବ ବୈଜ୍ଞାନିକ ଉପାୟରେ ଚାଷ କାମ । ପେସୁ ହାଇଡ୍ରୋପୋନିକ ଚାଷ ହେଉଛି ମାଟିରେ ଫଳୁଥିବା ପନିପରିବା ଚାଷ ହେଲେ ଏହା ମାଟି ଉପରେ ଚାଷ ହେବ ଅର୍ଥାତ ମାତିଠାରୁ କିଛି ଉଚ୍ଚତାରେ ମଞ୍ଚା ବାନ୍ଧି ଛୋଟ ଛୋଟ ବ୍ୟାଗରେ ଚାରା ଲଗାଇ ଚାଷ କରାଯାଉଛି । ତେବେ ଏପରି ଚାଷ ରେମୁଣାରେ ପ୍ରଥମେ କରି ବେଶ ଲାଭବାନ ହୋଇଛନ୍ତି ସଞ୍ଜୟ ଓ ପରିବାର।

ସଞ୍ଜୟ ଦାସ କହିଛନ୍ତି,"ଏହି ଚାଷ ସମସ୍ତେ କରିବା ଆବଶ୍ୟକ। ସାଧାରଣତଃ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ ଏଥିପ୍ରତି ଆକୃଷ୍ଟ ହେବା ଆବଶ୍ୟକ। ମୁଖ୍ୟତଃ ଆମ ଅଞ୍ଚଳରେ ବନ୍ୟା ଦ୍ୱାରା ପ୍ରତ୍ୟକ ବର୍ଷ ପ୍ରଭାବିତ ହେଉଥିବା ବେଳେ ଏହି ଚାଷ କଲେ ନିଶ୍ଚିତ କ୍ଷତିରୁ ରକ୍ଷା ପାଇପାରିବେ"।

ସଞ୍ଜୟଙ୍କ ଭାଇ ସତ୍ୟବ୍ରତ ଦାସ କହିଛନ୍ତି," ଆମେ ଲକଡାଉନ ହେଲା ସେତେବେଳେ ଆମେ ବାଇଫ୍ଲିକରେ ମାଛଚାଷ ଆରମ୍ଭ କରିଥିଲୁ । ସେଥିରୁ ଭଲ ଲାଭ ମିଳିଲା। ଏବେ ଏଇ ବ୍ୟାଗରେ ଚାଷ କରୁଛୁ । ଏଥିରେ ମଧ୍ୟ ଭଲ ଲାଭ ଆଶା ଅଛି। "

"ପୁଅ ସଞ୍ଜୟ ପାଠ ପଢ଼ି ନୂଆ ପଦ୍ଧତିରେ ଚାଷ କରିବା ପାଖରୁ ଆମର ଲାଭ ବୃଦ୍ଧି ହୋଇଛି ଅମଳ ବଢ଼ିଛି ଆଉ କ୍ଷତି ଦୁଇଗୁଣା କମ ହୋଇଯାଇଛି,"କହିଛନ୍ତି ସଞ୍ଜୟଙ୍କ ବାପା କାର୍ତ୍ତିକ ଚନ୍ଦ୍ର ଦାସ।
Published by:Soumya Das
First published:
)}