News 18 Odia Digital
ଯାଜପୁର: ବିଂଝାରପୁର ବ୍ଲକ ବାଙ୍କିପାଳ ଗ୍ରାମ ନିକଟ ଖରସ୍ରୋତା ନଦୀର ମହାକାଳ ଗଣ୍ଡରେ ଜଣେ ଯୁବକ ଭାସିଯାଇଛନ୍ତି । ଗାଧୋଇବାକୁ ଯାଇ ଯୁବକ ଜଣଙ୍କ ବୁଡ଼ିଯାଇଥିବା ଖବର ମିଳିଛି । ଯୁବକ ଜଣଙ୍କ ସ୍ଥାନିୟ ସୟଦପୁର ଅଞ୍ଚଳର ବାପି ଦାସ (୨୪) ବୋଲି ଜଣାପଡ଼ିଛି । ଯୁବକ ଜଣକ ନଦୀରେ ବୁଡ଼ିଯିବାର ଖବର ପାଇ ସୟଦପୁର ସ୍ଥିତ ଦମକଳ କେଦ୍ରର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ ।

ନଦୀ କୂଳରେ ସ୍ଥାନିୟ ଲୋକଙ୍କ ଭିଡ଼
ଆଜି ମଧ୍ୟାହ୍ନରେ ବାପି ନିଜର କିଛି ବନ୍ଧୁଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ସ୍ରୋତ ମଧ୍ୟକୁ ଗୋଡ଼ ଖସିଯାଇଥିଲା । ଫଳରେ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା । କ୍ଷଣକରେ ସ୍ଥାନିୟ ଅଞ୍ଚଳରେ ଖବର ପହଞ୍ଚିବା ପରେ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ବାପିଙ୍କୁ ଉଦ୍ଧାର କରିବା ପାଇଁ ଦମକଳ କର୍ମଚାରୀଙ୍କୁ ମଧ୍ୟ ସ୍ଥାନିୟବାସୀ ସହଯୋଗ କରୁଛନ୍ତି । ଘଟଣା ପ୍ରଚାର ହେବାପରେ ସ୍ଥାନିୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।