ମାଛଚାଷ ଲାଭଜନକ; ସଫଳ ମାଛଚାଷୀ ହୋଇ ଅନ୍ୟ ପାଇଁ ପ୍ରେରଣାର ପାତ୍ର ହେଲେ ଯୁବକ

ସୁଶାନ୍ତ ସାହୁ ନାମକ ଜଣେ ଯୁବକ ନିଜ ଅଞ୍ଚଳରେ ମତ୍ସ୍ୟଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ୩୦ଟି ପରିବାରକୁ ରୋଜଗାରକ୍ଷମ କରିବାରେ ସଫଳ ହୋଇଛନ୍ତି ।

ମାଛଚାଷ ଲାଭଜନକ; ସଫଳ ମାଛଚାଷୀ ହୋଇ ଅନ୍ୟ ପାଇଁ ପ୍ରେରଣାର ପାତ୍ର ହେଲେ ଯୁବକ

ମାଛଚାଷ ଲାଭଜନକ; ସଫଳ ମାଛଚାଷୀ ହୋଇ ଅନ୍ୟ ପାଇଁ ପ୍ରେରଣାର ପାତ୍ର ହେଲେ ଯୁବକ

  • Share this:
News 18 Odia Digital

ନୂଆପଡା; ଜିଲ୍ଲାର ଜଳବାୟୁରେ ଧାନ, ମକା, ପନିପରିବା ଚାଷ କରି ବିଶେଷ ଲାଭ ନପାଇ କିଛି ବ୍ୟକ୍ତି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ସମୟରେ ଜଣେ ବ୍ୟକ୍ତି ସଫଳ ଚାଷୀ ଭାବରେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି । ସୁଶାନ୍ତ ସାହୁ ନାମକ ଜଣେ ଯୁବକ ନିଜ ଅଞ୍ଚଳରେ ମତ୍ସ୍ୟଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ୩୦ଟି ପରିବାରକୁ ରୋଜଗାରକ୍ଷମ କରିବାରେ ସଫଳ ହୋଇଛନ୍ତି ।



ଖଡ଼ିଆଳ ଗୌଶାଲା ସାହିର ୪୨ ବର୍ଷିୟ ବ୍ୟକ୍ତି ସୁଶାନ୍ତ କୁମାର ସାହୁ । ନିଜ ବାପାଙ୍କ ଦେହାନ୍ତ ପରେ ସୁଶାନ୍ତ ନିଜର ନିଳ ମାଧବ ହୋଟେଲରେ ବ୍ୟବସାୟ ଆରମ୍ଭ କରିଥିଲେ । ନିଜ ହୋଟେଲରେ ରାନ୍ଧୁଥିବା ମାଛର ଖୁବ ଅଧିକ ଚାହିଦା ରହିଥିଲା ତେଣୁ ସେ ମନସ୍ଥ କରିଥିଲେ ବଜାରରୁ ମାଛ ନକିଣି ନିଜେ ମାଛ ଚାଷ କରିବେ । ୧୯୯୮ ମସିହାରେ ଖଡିଆଳର ପୂର୍ବତନ ଜିପିଓ ରାମ ବିଳାସ ମଙ୍ଗରାଜଙ୍କ ସହଯୋଗରେ ମାଛ ଯାଆଁଳ କିଣି ପ୍ରଥମେ ଅରେଡ଼ା ପୋଖରୀରେ ମାଛ ଚାଷ ଆରମ୍ଭ କରିଥିଲେ । ଚାଷରେ ବେସ୍ ଦୁଇ ପଇସା ଲାଭ କରିଥିଲେ ସୁଶାନ୍ତ କିନ୍ତୁ ମାଛ ଯାଆଁଳ ପାଇଁ ତାଙ୍କୁ କଲିକତା ଉପରେ ନିର୍ଭର କରିବାକୁ ପଡ଼ୁଥିଲା ଏଥିସହ ସେଠାରୁ ଆଣିବାକୁ ମଧ୍ୟ ସମସ୍ୟା ହେଉଥିଲା । ପରବର୍ତ୍ତୀ ସମୟରେ ଏକ ରାଇସ ମିଲ ଆରମ୍ଭ କରିଥିଲେ ମଧ୍ୟ ସେଥିରେ କ୍ଷତି ହୋଇଥିଲା ତେଣୁ ସେ ପୂନର୍ବାର ନିଜେ ମାଛ ଯାଆଁଳ ଉତ୍ପାଦନ କରି ମାଛ ଚାଷ କରିବାକୁ ନିଷ୍ପତି ନେଇଥିଲେ ।



ଅରେଡା ଗାଁରେ ଛୋଟିଆ ହେଚେରି ପ୍ଲାଣ୍ଟ୍ ନିର୍ମାଣ କରିବା ସହ ଖଡ଼ିଆଳର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୭ଲକ୍ଷ ଟଙ୍କା ରଣ ଆଣି ମାଛ ଯାଆଁଳ କେନ୍ଦ୍ରକୁ ବଢାଇଥିଲେ ସୁଶାନ୍ତ । ନଦୀ ଜଳ ବଦଳରେ ବୋରିଂ ପାଣିରେ ହେଚେରି କରିବା ଦ୍ୱାରା ମାଛ ଚାଷ ସାମାନ୍ୟ ପ୍ରଭାବିତ ହୋଇଥିଲା । ତେଣୁ ପୁଣିଥରେ ଖଡିଆଳର ଆନ୍ଧ୍ର ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଋଣ ଉଠାଇ ତରାପୁର ଗାଁର ନଦୀ ହୁଡ଼ାରେ ୨୫ ଏକର ଜମିରେ ଏକ ବଡ଼ ହେଚେରି ପ୍ଲାଣ୍ଟ୍ ନିର୍ମାଣ କରିଛନ୍ତି ସୁଶାନ୍ତ । ମାଛ ବ୍ରିଡିଂ କୁଣ୍ଡଠୁ ଆରମ୍ଭ କରି ମାଛର ଅଣ୍ଡା ପ୍ରଜନନ ଓ ଜାଆଁଳ କୁଣ୍ଡ ସ୍ୱତନ୍ତ୍ର ଭାବରେ ତିଆରି କରି ନିଜେ ମାଛ ଉତ୍ପାଦନ କରୁଛନ୍ତି । ୨୫ ଏକର ଜମିରେ ୧୦ଟି ପୋଖରୀ ନିର୍ମାଣ କରି ନଦୀ ଜଳକୁ ପାଇପ ଦ୍ୱାରା ପୋଖରୀରେ ଭର୍ତ୍ତୀ କରି ବେସ ଭଲ ଭାବରେ ପୋଖରୀର ଯତ୍ନ ନେଉଛନ୍ତି । ଏହା ବ୍ୟତିତ ବାଦୀ ବଡ଼ମୁଲା ଗାଁରେ ପ୍ରାୟ ୧୦୦ ଏକର ଜମିରେ ମାଛ ଚାଷ କରି ସଫଳତା ପାଇଛନ୍ତି ସୁଶାନ୍ତ । ପ୍ରାୟ ୧୫ ପ୍ରକାରର ମାଛ ବ୍ରିଡ଼ିଙ୍ଗ କରାଯାଉଛି ପୋଖରୀରେ, ସେମଧ୍ୟରେ ଭାକୁର, ମିରକାଳି, କମନବାର, ପାଙ୍ଗିସିସି ରହିଛି ।



କଲିକତାରୁ ୧୨ ଜଣ କୁଶଳୀ ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଶ୍ରମିକ ଏହି ହେଚେରି ପ୍ଲାଣ୍ଟରେ ନିୟୋଜିତ ହୋଇଛନ୍ତି । ବର୍ଷକୁ ୫୦ ଲକ୍ଷ ଟର୍ଣ୍ଣଓଭର ଓ ବାର୍ଷିକ ୨୫ ଲକ୍ଷରୁ ଅଧିକ ଲାଭ ହେଉଥିବା ନିଳମାଧବ ହେଚେରି ମାଲିକ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । ସଫଳ ମାଛଚାଷୀ ଭାବରେ ସୁଶାନ୍ତ ସାହୁ ରାଜ୍ୟପାଳଙ୍କ ଠାରୁ ପୁରଷ୍କାର ମଧ୍ୟ ପାଇଛନ୍ତି । ଏଥିସହ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକକୁ ମଧ୍ୟ ପ୍ରଶଂସିତ ହୋଇଛନ୍ତି । ନିଜେ ସଫଳ ହେବା ପରେ ଅନ୍ୟଙ୍କୁ ମାଛ ଚାଷ କରିବାକୁ ଆହ୍ୱାନ ଦେଉଛନ୍ତି ସୁଶାନ୍ତ । ସେ କହିଛନ୍ତି ମାଛ ଚାଷରେ ସରକାରଙ୍କ ସବସିଡ଼ି ସୁବିଧା ମଧ୍ୟ ରହିଛି ଯାହାଦ୍ୱାରା ଲାଭ ମିଳିପାରିବ ।
Published by:Soubhagya Mishra
First published: