News18 Odia Digital
ପୁରୀ: ଶ୍ରୀମନ୍ଦିର ଭିତରେ ସୋମବାର ଘଟିଛି ଅଭାବନୀୟ ଘଟଣା। ସ୍ନାନମଣ୍ଡପ ସମ୍ମୁଖରେ ଥିବା ବାରିକେଡ୍ରେ ଜଣେ ନାବାଳିକାଙ୍କ ମୁଣ୍ଡ ପଶିଯିବାରୁ ସେ ଘଣ୍ଟାଏ ଧରି କଲବଲ ହୋଇଛନ୍ତି। ପରେ ବାରିକେଡ୍ ଲୁହାକୁ କାଟି ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି।
ନାବାଳିକା ଜଣକ କୋରାପୁଟ ଜିଲ୍ଲା ଜୟପୁରର କମଳ ଲୋଚନ ନାୟକଙ୍କ ୭ବର୍ଷୀୟା ଝିଅ ପ୍ରିୟାଂଶୀ ନାୟକ। ମିଳିଥିବା ସୂଚନା ମୁତାବକ, ଆଜି ପ୍ରିୟଂଶୀ ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ। ମହାପ୍ରସାଦ ଖାଇବା ପରେ ସ୍ନାନମଣ୍ଡପଠାରେ ପରିବାର ସହ ଖେଳୁଥିଲେ।
ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ପ୍ରିଂୟାଶୀ ହଠାତ୍ ବାରକେଡ୍ରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲେ। ପରେ ଜେଟିପି ଓ ପୁଲିସ ପହଞ୍ଚି ବହୁ ସମୟ ଧରି ପ୍ରିୟାଂଶୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗର ସହଯୋଗ ଲୋଡ଼ାଯାଇଥିଲା। ପରେ ଅଗ୍ନିଶମ କାର୍ଯ୍ୟାଳୟର ଆଗ୍ନିକମାନେ ବାରିକେଡ୍କୁ କଟରରେ କାଟି ପ୍ରିୟାଂଶୀଙ୍କ ମୁଣ୍ଡ ବାହାର କରିଥିଲେ। ଏଥିପାଇଁ ପ୍ରିୟାଂଶୀଙ୍କ ପରିବାର ଜେଟିପି, ପୁଲିସ ଓ ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।
ବର୍ଷକ ତଳେ ବି ସମାନ ଘଟଣା ଘଟିଥିଲା। ବାଲେଶ୍ବରରୁ ପରିବାର ସହ ଆସିଥିବା ଜନୈକ ନାବାଳକ ଉତ୍ତରଦ୍ବାର ଜୋତାଷ୍ଟାଣ୍ଡ୍ଠାରେ ଥିବା ବାରିକେଡ୍ରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଅକ୍ଳାନ୍ତ ପରିଶ୍ରମ ଓ କଟରରେ ବାରିକେଡ୍ କାଟିବା ପରେ ନାବାଳକର ମୁଣ୍ଡ ବାରିକେଡ୍ରୁ ବାହାରିଥିଲା।
ତେବେ ତେବେ ଏହି ଘଟଣା ଶ୍ରୀମନ୍ଦିରରେ ତୃତୀୟ ଥର ଘଟିଥିବା ବେଳେ ଏଭଳି ବ୍ୟାରିକେଡ ବ୍ୟବସ୍ଥା ନେଇ ଭକ୍ତ ଅସନ୍ତୋଷ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।