News18 Odia Digital
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲ୍ ପ୍ଲାଣ୍ଟ । ଯେତେ ଶୀଘ୍ର ଲୋକେ ସହଯୋଗ କରିବେ ସେତେଶୀଘ୍ର ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ମାର୍ଶାଘାଇରୁ ଜମ୍ବୁ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ହେବ । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ରାସ୍ତା କେନ୍ଦ୍ରାପଡ଼ାବାସୀଙ୍କ ଜୀବନରେଖା ପାଲଟିବ । ଜାପାନରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରାପଡ଼ା ନାଁ ନେଉଥିଲେ । ଏହାସହ କେନ୍ଦ୍ରାପଡ଼ା ପାଇଁ କିଛି କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।
କେନ୍ଦ୍ରାପଡ଼ାରେ 5t ସଚିବ ଭି. କେ. ପାଣ୍ଡିଆନଙ୍କ ମାରାଥନ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମର ଆଜି ଥିଲା ପ୍ରଥମ ଦିନ l ଜମଧର ଠାରେ ପହଁଚି ଆରଏମସି ପକ୍ଷରୁ ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ ସମୀକ୍ଷା କରିଥିଲେ । ପରେ ପରେ ମିଶନ ଶକ୍ତି ଅଧିନରେ ଜଝାଙ୍ଗ ଠାରେ ଥିବା କାଇଁଚ ଶିଳ୍ପରେ ନିୟୋଜିତ SHG ସଦସ୍ୟଙ୍କୁ ଭେଟିଥିଲେ । ମହିଳା SHGଙ୍କ ସହ ବିଭିନ୍ନ ସାମଗ୍ରୀର ବିକ୍ରି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଷ୍ଟେଟ ଇନ୍ଷ୍ଟିଚ୍ୟୁଟ ଅଫ୍ ପ୍ଲମ୍ବିଂ ଆଣ୍ଡ ଟେକ୍ନୋଲୋଜି ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଇନ୍ଦୋର ଷ୍ଟାଡିୟମ ନିର୍ମାଣର ଅଗ୍ରଗତି ଦେଖିବା ସହ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ଦଧିବାମନ ଜୀଉଙ୍କ ମନ୍ଦିର ଓ ଏକ ମସଜିଦ ବୁଲି ଦେଖିଥିଲେ । ଡେରାବିଶ ବ୍ଲକରେ ମିସନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ମହାକାଳପଡ଼ାର ଅଢେଇ ଏବଂ ରାମନଗର ଅଞ୍ଚଳ ପରିଦର୍ଶନ କରିଥିଲେ ଏହା ସହ ପ୍ରସ୍ତାବିତ ଷ୍ଟିଲ ପ୍ଳାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ ଏଠାରେ ଏକ ବୃହତ୍ ଶିଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ସମର୍ଥନ ଲୋଡ଼ିଥିଲେ । ଏହାଦ୍ବାରା ଅଞ୍ଚଳର ବିକାଶ ସହ ନିଯୁକ୍ତି ସୁଯୋଗ ମିଳିବ ବୋଲି କହିଥିଲେ ।
ବସିଲା ଦେବୀଙ୍କ ସ୍ୱତନ୍ତ୍ର କୋର୍ଟ; ମା ହିଙ୍ଗୁଳା କଲେ ସମସ୍ଯାର ସମାଧାନକାଲି ମଧ୍ଯ 5t ସଚିବ କେନ୍ଦ୍ରାପଡା ଜିଲାର ରାଜକନିକା, ରାଜନଗର, ଗୁପ୍ତି, ଆଳି ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି l ଆଜିର ଗସ୍ତ ବେଳେ 5t ସଚିବଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ସ୍ଥାନରେ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।