ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ନିମନ୍ତେ ୨୫ କୋଟି ଡଲାର ମଞ୍ଜୁର କରିଛି ବିଶ୍ୱବ୍ୟାଙ୍କ
News18 Odia Digital
ନୂଆଦିଲ୍ଲୀ : ପ୍ରତ୍ୟକ ସ୍ଥାନରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା। ପ୍ରତିଦିନ ଏହି କାରଣରୁ ଅନେକ ଧନଜୀବନ କ୍ଷୟ ହେବାରେ ଲାଗିଛି। ତେଣୁ ଏହାକୁ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ନିମନ୍ତେ ୨୫ କୋଟି ଡଲାର ମଞ୍ଜୁର କରିଛି ବିଶ୍ୱ ବ୍ୟାଙ୍କ।
ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏଥି ସହ ଅନ୍ୟ ୬ଟି ରାଜ୍ୟ ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡୁ ସହ ପଶ୍ଚିମବଙ୍ଗରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ପରିଚାଳନା ଏଜେନ୍ସିର ଦକ୍ଷତାକୁ ବୃଦ୍ଧି କରାଯିବ। ଜାତୀୟ ସ୍ତରରେ ସଡ଼କ ଦୁର୍ଘଟଣାକୁ ମନିଟରିଂ କରିବା ପାଇଁ ଏକ ସ୍ୱତନ୍ତ୍ର ଡାଟାବେସ ତିଆରି ହେବ। ଡାଟାବେସର ତଥ୍ୟକୁ ଅନୁକରଣ କରି ସଡ଼କ ପଥରେ ବ୍ୟାପକ ପରିବର୍ତ୍ତନ କରାଯିବ। ଯାହା ଦୁର୍ଘଟଣାକୁ କମାଇବା ପାଇଁ ସକ୍ଷମ ହେବ।
ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ୭୦ ପ୍ରତିଶତ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀର। କିନ୍ତୁ ଦୁର୍ଘଟଣାରେ ହେଉଥିବା ଲକ୍ଷ, ଲକ୍ଷ ଟଙ୍କାର ଖର୍ଟ୍ଟ ମଣିଷକୁ ଗରିବ କରୁଥିବାର ନଜିର ରହିଛି। ତେଣୁ ଦୁର୍ଘଟଣାକୁ କିପରି କମ୍ କରାଯିବ ଓ ଦୁର୍ଘଟଣା ବୀମାର ଲାଭ କିପରି ଜନ ସାଧାରଣ ପାଇବେ, ସେଥି ପ୍ରତି ବିଭିନ୍ନ ସଂଗଠନ ଗୁଡ଼ିକ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନେକ ସ୍ଥାନରେ ଅନୁଷ୍ଠିତ ହେଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।