ମହିଳା ଗୃପର ସଦସ୍ୟ ମାନେ (ପ୍ରତୀକାତ୍ମକ ଛବି)
News 18 Odia Digital
ଗଞ୍ଜାମ: ଜଳ ବିହୁନେ ସୃଷ୍ଟି ନାଶ ,ଜଳ ବହୁଳେ ସୃଷ୍ଟି ନାଶ। ନିତ୍ୟଦିନ ଜୀବନରେ ଜଳ ନିତ୍ୟନ୍ତ ଆବଶକ୍ୟ ତେଣୁ ଏହା ଆମ ପାଇଁ ଅତ୍ୟନ୍ତ ଜରୁରୀ । ଦିନକୁ ପୃଥିବୀ ପୃଷ୍ଠରେ ଭୂତଳଜଳ ହ୍ରାସ ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ବର୍ଷା ଜଳକୁ ସଂରକ୍ଷଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ସବୁବେଳେ ନିବେଦନ କରି ଆସୁଛନ୍ତି । ଏମିତି କି ଆମ ରାଜ୍ୟରେ ମଧ୍ୟ ମୁକ୍ତା ଯୋଜନା ମାଧ୍ୟମରେ ବର୍ଷା ଜଳ ଅମଳ ପ୍ରକଳ୍ପ କରାଯାଇଛି।
ଯାହାକି ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଏନଏସିରେ ଏହା ଏବେ ସଫଳ ହୋଇପାରିଛି । ଆଉ ସହରର ପ୍ରାୟ ୨୦ରୁ ଅଧିକ ମହିଳା ଗ୍ରୁପର ସଦସ୍ୟମାନଙ୍କ ଉଦ୍ୟମରେ ନିର୍ମାଣ ହୋଇପାରିଛି ବର୍ଷା ଜଳ ଅମଳ ପ୍ରକଳ୍ପ। ସହରର ସମସ୍ତ ୱାର୍ଡରେ ପ୍ରାୟ ୧୦୦ରୁ ଅଧିକ ଏହି ପ୍ରକଳ୍ପ ନିର୍ମାଣ ହୋଇପାରିଛି । ଆଉ ଯାହାକୁ ନିର୍ମାଣ କରିଛନ୍ତି ମହିଳା ଗ୍ରୁପର ସଦସ୍ୟମାନେ ।
ଦିନକୁ ଦିନ ଜଳସ୍ତର ହ୍ରାସ ପାଉଥିବା ବେଳେ ଜଳ ସଙ୍କଟ ମଧ୍ୟ ଦେଖା ଦେଇଥାଏ। ଅନେକ ସମୟରେ ଜଳ ଅଭାବ ହେତୁ ଚାଷ କାର୍ଯ୍ୟ ପୂରା ନଷ୍ଟ ହୋଇଯାଇଥାଏ। ଜଳର ଅଭାବ ଯୋଗୁ ବହୁ ସମୟ ମରୁଡିର ବି ସମ୍ମୁଖୀନ ହେଉଛୁ। ହେଲେ ଜଳ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା ଓ ମିଶନ ଶକ୍ତି ମାଧ୍ୟମରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରିଛନ୍ତି।
ଏହା ଦ୍ଵାରା ବର୍ଷା ଜଳ ନଷ୍ଟ ନ ହୋଇ ନିର୍ମାଣଧିନ କୁଣ୍ଡରେ ସଂରକ୍ଷଣ ହେଉଥିବା ବେଳେ ଏହା ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ । ଏହାକୁ ନିର୍ମାଣ କରି ପ୍ରାୟ ୨୦ ରୁ ଅଧିକ ମହିଳା ଗ୍ରୁପର ସଦସ୍ୟମାନେ ମଧ୍ୟ ସ୍ବାବଲମ୍ବୀ ହୋଇପାରିଛନ୍ତି । ଯାହାକି ଏବେ ଏହି ଯୋଜନାକୁ ସଫଳ ରୂପାୟନ କରି ବେଶ ଚର୍ଚ୍ଚାରେ ରହିଛି କବି ସୂର୍ଯ୍ୟନଗର ଏନଏସି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।